Advertisment

ରୁଟ୍‌ଙ୍କ ଡବଲ ଟନ୍‌, ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପୁଣିଥରେ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ରୁଟ୍‌ଙ୍କ ଜଲୱାରେ ନିରାଶ ହୋଇଛନ୍ତି ଭାରତୀୟ ବୋଲର। ପ୍ରଥମ ଦିନରେ ମାତ୍ର ୩ଟି ୱିକେଟ ହାସଲ କରିଥିବା ଭାରତୀୟ ବୋଲରମାନେ ଦ୍ୱିତୀୟ ଦିନରେ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି। ସେହିପରି ପ୍ରଥମ ଦିନରେ ଶତକ ହାସଲ କରିଥିବା ରୁଟ୍‌ ଦ୍ୱିତୀୟ ଦିନରେ ଡବଲ ଟନ୍‌ ହାସଲ କରିଛନ୍ତି। ରୁଟ୍‌ ୨୧୮ ରନ୍‌ କରି […]

ରୁଟ୍‌ଙ୍କ ଡବଲ ଟନ୍‌, ଇଂଲଣ୍ଡ ୫୫୫/୮

e

Advertisment

ଚେନ୍ନାଇ: ପୁଣିଥରେ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ରୁଟ୍‌ଙ୍କ ଜଲୱାରେ ନିରାଶ ହୋଇଛନ୍ତି ଭାରତୀୟ ବୋଲର। ପ୍ରଥମ ଦିନରେ ମାତ୍ର ୩ଟି ୱିକେଟ ହାସଲ କରିଥିବା ଭାରତୀୟ ବୋଲରମାନେ ଦ୍ୱିତୀୟ ଦିନରେ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

Advertisment

ସେହିପରି ପ୍ରଥମ ଦିନରେ ଶତକ ହାସଲ କରିଥିବା ରୁଟ୍‌ ଦ୍ୱିତୀୟ ଦିନରେ ଡବଲ ଟନ୍‌ ହାସଲ କରିଛନ୍ତି। ରୁଟ୍‌ ୨୧୮ ରନ୍‌ କରି ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନର ଖେଳ ଶେଷସୁଦ୍ଧା ଇଂଲଣ୍ଡ ୮ ୱିକେଟ ହରାଇ ବିଶାଳ ୫୫୫ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଡମ ବେସ ୨୮ ରନ୍‌ ଓ ଜ୍ୟାକ ଲିଚ୍‌ ୬ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜି ଇଂଲଣ୍ଡ ପ୍ରଥମ ଦିନର ସ୍କୋର ୨୬୩/୩ରୁ ଖେଳ ଆରମ୍ଭ କରିଥିଲେ। ରୁଟ୍‌ ୧୨୮ଙ୍କ ସହ ବେନ୍‌ ଷ୍ଟୋକ୍ସ ନୂଆ ବ୍ୟାଟସମ୍ୟାନ ଭାବେ ମୈଦାନକୁ ଓହ୍ଲାଇଥିଲେ। ଉଭୟ ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରୁଟ୍‌ ୧୫୦ ଓ ରୁଟ୍‌ ଅର୍ଦ୍ଧଶତକ ହାସଲ କରି ଭାରତକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ।

Advertisment

୪ର୍ଥ ୱିକେଟ ପାଇଁ ଉଭୟ ୧୨୪ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୮୨ ରନ୍‌ କରିଥିବା ଷ୍ଟୋକ୍ସଙ୍କୁ ଯୁବ ବୋଲି ଶାହବାଜ ନଦୀମ ଆଉଟ କରି ଭାରତକୁ ଦିବସର ପ୍ରଥମ ସଫଳତା ଦେଇଥିଲେ। ଷ୍ଟୋକ୍ସଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲା ଓଲି ପୋପ ମଧ୍ୟ ନିରାଶ କରି ନଥିଲେ।

ସେ ରୁଟ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୪୩୭ରେ ପହଞ୍ଚାଇଥିଲେ। ରୁଟ୍‌ ମଧ୍ୟ ଛକା ମାରି ନିଜର ଦୁଇ ଶତକ ହାସଲ କରିଥିଲେ। ତେବେ ପୋପ ୩୪ ରନ୍‌ କରି ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୪୭୭ ରନ୍‌ ଥିବା ବେଳେ ଇଂଲଣ୍ଡକୁ ସବୁଠାରୁ ବଡ଼ ଝଟକା ଲାଗିଥିଲା।

ରୁଟ୍‌ ୨୧୮ ରନ୍‌ କରି ନଦୀମଙ୍କ ଦ୍ୱିତୀୟ ଶିକାର ବନିଥିଲେ। ରୁଟ୍‌ ତାଙ୍କର ଏହି ଇନିଂସ୍‌ରେ ୧୯ଟି ଚୌକା ଓ ୨ଟି ଛକା ମାରିଛନ୍ତି।
୭ମ ୱିକେଟ ପାଇଁ ଜୋଶ ବଟଲର ଓ ବେସ୍‌ ୪୮ ରନ୍‌ ଯୋଡ଼ିଥିଲେ। ବଟଲର ୩୦ ରନ୍‌ କରିଥିବା ବେଳେ ଈଶାନ୍ତ ଶର୍ମାଙ୍କ ବଲରେ ବୋଲ୍ଡ ହୋଇଥିଲେ।

ଏହାର ପରବର୍ତ୍ତୀ ବଲରେ ହିଁ ଜୋଫ୍ରା ଆର୍ଚର ଆଉଟ ହୋଇଥିଲେ। କିନ୍ତୁ ଦିବସର ଶେଷ ଯାଏ ବେସ୍‌ (୨୮) ଓ ଲିଚ୍‌ (୬) ଇଂଲଣ୍ଡକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ଅଶ୍ୱିନ, ନଦୀମ ଓ ଈଶାନ୍ତ ଶର୍ମା ୨ଟି ଲେଖାଏ ୱିକେଟ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe