Advertisment

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ୱାଡରୁ ଜୋଫ୍ରା ଆର୍ଚର ଆଉଟ, ଏହି ଖେଳାଳି ଆସିଲେ

ଆହତ ସମସ୍ୟା ପାଇଁ ଗତ ବର୍ଷ ମୁମ୍ବାଇ ପାଇଁ ଖେଳି ନଥିବା ଆର୍ଚର ଏଥର କମବ୍ୟାକ କରିଥିଲେ।

author-image
Hemant Lenka
Jofra Archer

Jofra Archer

୫ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଆହତ ସମସ୍ୟା ପାଇଁ ଗତ ବର୍ଷ ମୁମ୍ବାଇ ପାଇଁ ଖେଳି ନଥିବା ଆର୍ଚର ଏଥର କମବ୍ୟାକ କରିଥିଲେ।

Advertisment

କିନ୍ତୁ ଫିଟନେସ ଯୋଗୁ ସେ ନିୟମିତ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ସେହିପରି ଯେଉଁ ସବୁ ମ୍ୟାଚ୍‌ ଖେଳିଥିଲେ, ସେଥିରେ ମଧ୍ୟ ସେ ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ। ତାଙ୍କ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଆର୍ଚର ସ୍କ୍ୱାଡରୁ ବାହାରି ଯାଇଛନ୍ତି।

ତାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ଅନ୍ୟତମ ଦ୍ରୁତ ବୋଲର କ୍ରିସ ଜୋର୍ଡାନଙ୍କୁ ସ୍କ୍ୱାଡରେ ସାମିଲ କରିଛି। ଗୋଟିଏ ଟ୍ୱିଟରେ ମୁମ୍ବାଇ ଇଣ୍ଡିଆନ୍ସ ଏ ସମ୍ପର୍କରେ ସୂଚନା ଦେଇଛି।

Advertisment

ଏବେ ଆର୍ଚର ସ୍ୱଦେଶ ଫେରିଯିବେ ଓ ଇସିବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବ। ସେହିପରି ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଗୁଡ଼ିକରେ ଜୋର୍ଡାନ ମୁମ୍ବାଇ ସ୍କ୍ୱାଡ ସହ ରହିବେ। ଏଥିପାଇଁ ତାଙ୍କ ସହ ମୁମ୍ବାଇ ୨ କୋଟି ଟଙ୍କାରେ ଚୁକ୍ତି କରିଛି।

୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିବା ଜୋର୍ଡାନ ଏଯାଏ ୨୮ଟି ମ୍ୟାଚ୍‌ ଖେଳି ୨୭ଟି ୱିକେଟ ନେଇଛନ୍ତି। ତେବେ ସେ ଇଂଲଣ୍ଡ ପାଇଁ ୮୭ଟି ଟି-୨୦ରେ ୯୬ଟି ୱିକେଟ ଦଖଲ କରିଛନ୍ତି।

IPL Mumbai Indians