Advertisment

ରାଜସ୍ଥାନକୁ ଆଉ ଏକ ଝଟକା: ଆଇପିଏଲରୁ ଜୋଫ୍ରା ଆର୍ଚର ଆଉଟ

ଜୟପୁର: ଚଳିତ ଆଇପିଏଲରେ ଏଯାଏ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଆହତ ସମସ୍ୟା ଯୋଗୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଭାରତ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ ବେଳେ ଆର୍ଚର ଆହତ ହୋଇଥିଲେ। ଆଶା କରାଯାଉଥିଲା ଆଇପିଏଲର ମଧ୍ୟ ଭାଗରୁ ସେ ରାଜସ୍ଥାନ ପକ୍ଷରୁ ଖେଳିବେ। ହେଲେ ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଆର୍ଚର ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି […]

ରାଜସ୍ଥାନକୁ ଆଉ ଏକ ଝଟକା: ଆଇପିଏଲରୁ ଜୋଫ୍ରା ଆର୍ଚର ଆଉଟ

jofra-archer

Advertisment

ଜୟପୁର: ଚଳିତ ଆଇପିଏଲରେ ଏଯାଏ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଆହତ ସମସ୍ୟା ଯୋଗୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଭାରତ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ ବେଳେ ଆର୍ଚର ଆହତ ହୋଇଥିଲେ।

Advertisment

ଆଶା କରାଯାଉଥିଲା ଆଇପିଏଲର ମଧ୍ୟ ଭାଗରୁ ସେ ରାଜସ୍ଥାନ ପକ୍ଷରୁ ଖେଳିବେ। ହେଲେ ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଆର୍ଚର ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ଘୋଷଣା କରିଛି। ଏହାପୂର୍ବରୁ ଆହତ ଯୋଗୁ ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦଳକୁ ବାଦ ପଡ଼ିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ ମଧ୍ୟ ବାଓବବଲ୍ସ ସମସ୍ୟା କାରଣରୁ ସ୍ୱଦେଶ ଫେରି ଯାଇଛନ୍ତି। ଗୋଟିଏ ପଟେ ରାଜସ୍ଥାନ ୪ଟି ମ୍ୟାଚ୍‌ରୁ ଗୋଟିଏ ଜିତିଥିବା ବେଳେ ଅନ୍ୟପଟେ ଜଣଙ୍କ ଜଣେ ଷ୍ଟାର ଖେଳାଳି ଦଳରୁ ବାଦ ପଡ଼ିବା ଅଧିନାୟକ ସଞ୍ଜୁ ସାମସନଙ୍କୁ ଚିନ୍ତାରେ ପକାଇଛି।

ଆହତ ପରେ ଆର୍ଚର ଚଳିତ ସପ୍ତାହରେ ମୈଦାନକୁ ଫେରିଛନ୍ତି। ତେବେ ସେ ସଂପୂର୍ଣ୍ଣ ଫିଟ ଅଛନ୍ତି କି ନାହିଁ, ତା’ର ସମୀକ୍ଷା ଇସିବି ଓ ତାଙ୍କ ଘରୋଇ ଟିମ୍‌ ସକ୍ସେସ କରୁଛି। ଇସିବି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ଆସନ୍ତା ସପ୍ତାହରୁ ଆର୍ଚରଙ୍କ ଟ୍ରେନିଂ ଆରମ୍ଭ ହେବ। ସେ ସକ୍ସେସ ସହ ପୂର୍ଣ୍ଣମାତ୍ରାରେ ଟ୍ରେନିଂ କରିବେ। ଯଦି ସେ ଟ୍ରେନିଂ ବେଳେ ଫିଟ୍‌ ରହିଥିବା ଜଣାପଡ଼ିବ ଓ ବିନା ଯନ୍ତ୍ରଣାରେ ବୋଲିଂ କରିପାରିବେ, ତା’ହେଲେ ତାଙ୍କୁ ଖୁବଶୀଘ୍ର ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳିବ। ସେ କେବେ ମ୍ୟାଚ୍‌ ଖେଳିବେ, ତା’ର ଘୋଷଣା ଇସିବି କରିବ।”

Advertisment

ଡାହଣ ହାତ କହୁଣୀରେ ଆର୍ଚର ସମସ୍ୟା ଭୋଗିବାରୁ ମାର୍ଚ୍ଚ ୨୯ରେ ଅପରେସନ କରିଥିଲେ। ଗତ ସପ୍ତାହରେ ତାଙ୍କ ଡାକ୍ତର ବୋଲିଂ କରିବାକୁ ଅନୁମତି ଦେଇଥିଲେ। ଏହାପରେ ରାଜସ୍ଥାନ ରୟାଲ୍ସ ଆଶା କରିଥିଲା ଯେ ଆର୍ଚର ଖୁବଶୀଘ୍ର ଦଳରେ ସାମିଲ ହେବେ। ହେଲେ ଏବେ ସବୁ କିଛି ଓଲଟପାଲଟ ହୋଇଯାଇଛି। ରାଜସ୍ଥାନ ରୟାଲ୍ସ ମଧ୍ୟ ଆର୍ଚରଙ୍କ ଅନୁପସ୍ଥିତ ଅନୁଭ କରିବ ବୋଲି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe