Advertisment

ଇଂଲଣ୍ଡ ସ୍କ୍ୱାଡକୁ ଫେରିଲେ ଏହି ଦୁଇ ଷ୍ଟାର ଖେଳାଳି, ମୋଇନ ଅଲୀ ଆଉଟ୍‌

ଲଣ୍ଡନ: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମ୍‌ ନିଜ ସ୍କ୍ୱାଡରେ ୱିକେଟ କିପର ବ୍ୟାଟସମ୍ୟାନ ଜନ୍ନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ମାର୍କ ଉଡ୍‌ଙ୍କୁ ସାମିଲ କରିଛି। ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ଚେନ୍ନାଇରେ ଭାରତ ଠାରୁ ୩୧୭ ରନ୍‌ରେ ପରାସ୍ତ ହୋଇଛି। ତୃତୀୟ ଟେଷ୍ଟ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ପିଙ୍କ ବଲରେ ଖେଳାଯିବାକୁ ଥିବା ଏହି ଟେଷ୍ଟରେ ଇଂଲିଶ ଟିମ୍‌ ଭାରତକୁ ମାତ୍‌ ଦେବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କରିଦେଇଛି। […]

ଇଂଲଣ୍ଡ ସ୍କ୍ୱାଡକୁ ଫେରିଲେ ଏହି ଦୁଇ ଷ୍ଟାର ଖେଳାଳି, ମୋଇନ ଅଲୀ ଆଉଟ୍‌

England

Advertisment

ଲଣ୍ଡନ: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମ୍‌ ନିଜ ସ୍କ୍ୱାଡରେ ୱିକେଟ କିପର ବ୍ୟାଟସମ୍ୟାନ ଜନ୍ନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ମାର୍କ ଉଡ୍‌ଙ୍କୁ ସାମିଲ କରିଛି। ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ଚେନ୍ନାଇରେ ଭାରତ ଠାରୁ ୩୧୭ ରନ୍‌ରେ ପରାସ୍ତ ହୋଇଛି।

Advertisment

ତୃତୀୟ ଟେଷ୍ଟ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ପିଙ୍କ ବଲରେ ଖେଳାଯିବାକୁ ଥିବା ଏହି ଟେଷ୍ଟରେ ଇଂଲିଶ ଟିମ୍‌ ଭାରତକୁ ମାତ୍‌ ଦେବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କରିଦେଇଛି। ତୃତୀୟ ଟେଷ୍ଟ ପୂର୍ବରୁ ଇଂଲିଶ ଟିମ୍ ସ୍କ୍ୱାଡରେ ବେୟାରଷ୍ଟୋ ଓ ଉଡ୍ ସାମିଲ ହୋଇଥିବା ବେଳେ ଚୟନକର୍ତ୍ତା ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ବାଦ୍ ଦେଇଛନ୍ତି।

ସେ ଚେନ୍ନାଇରୁ ସିଧା ଇଂଲଣ୍ଡ ଫେରିବେ। ରୋଟେସନ ପଲିସି ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ କହିଛି। ବେୟାରଷ୍ଟୋ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଯାକ ଟେଷ୍ଟ ଖେଳିଥିଲେ। ଏହି ଦୁଇ ମ୍ୟାଚ୍‌ରେ ସେ ଯଥାକ୍ରମେ ୪୭, ୩୫ ଅପରାଜିତ, ୨୮ ଓ ୨୯ ରନ୍‌ କରିଥିଲେ।

Advertisment

ମାର୍କ ଉଡ୍‌ ପ୍ରଥମ ଟେଷ୍ଟରେ ୱିକେଟ ପାଇ ନଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ୩ଟି ୱିକେଟ ନେଇଥିଲେ। ତେବେ ଉଭୟଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା।

ଟେଷ୍ଟ ସ୍କ୍ୱାଡ୍:ଜୋ ରୁଟ୍ (କ୍ୟାପଟେନ୍), ଜୋଫ୍ରା ଆର୍ଚର୍, ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜନ୍ନି ବେୟାରଷ୍ଟୋ, ଡୋମିନିକ ବେସ୍‌, ଜ୍ୟାକ୍ କ୍ରାଉଲେ, ବେନ ଫୋକ୍ସ, ଡାନ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଡୋମିନିକ୍ ସିବଲେ, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ ଓ ମାର୍କ ଉଡ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe