Advertisment

ଆଧୁନିକ କ୍ରିକେଟର ଶ୍ରେଷ୍ଠ ଫିଲ୍ଡର କିଏ? ନାଁ କହିଲେ ଜଣ୍ଟି ରୋଡ୍ସ

ଯେତେବେଳେ ବି କ୍ରିକେଟରେ ଫିଲ୍ଡିଂ କଥା ଆସେ ସେତେବେଳେ ସମସ୍ତେ ଜଣ୍ଟି ରୋଡ୍ସଙ୍କ ନାଁ ହିଁ ନିଅନ୍ତି।

jonty-rhodes

jonty-rhodes

Advertisment

ନିଜର ଖେଳ ସମୟରେ ସମସ୍ତଙ୍କୁ ଫିଲ୍ଡିଂ ମାଧ୍ୟମରେ ଜଳକା କରିଥିବା ଜଣ୍ଟି ରୋଡ୍ସ ଏବେ ପ୍ରୋ କ୍ରିକେଟ ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର। ଯେତେବେଳେ ବି କ୍ରିକେଟରେ ଫିଲ୍ଡିଂ କଥା ଆସେ ସେତେବେଳେ ସମସ୍ତେ ଜଣ୍ଟି ରୋଡ୍ସଙ୍କ ନାଁ ହିଁ ନିଅନ୍ତି। ଦୀର୍ଘ ଦିନ ହେଲା ରୋଡ୍ସ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ହେଲେ ଏବେ ସେ ଆଧୁନିକ କ୍ରିକେଟର ସର୍ବଶ୍ରେଷ୍ଟ ଫିଲ୍ଡରଙ୍କ ନାଁ ଘୋଷଣା କରିଛନ୍ତି।

Advertisment

ଆଧୁନିକ କ୍ରିକେଟରେ ସମସ୍ତେ ଫିଲ୍ଡିଂକୁ ଗୁରୁତ୍ୱ ଦେଉଛନ୍ତି। ଫିଲ୍ଡିଂର ସ୍ତର ମଧ୍ୟ ବଢ଼ିଛି। ସବୁ ଦଳ ସ୍ୱତନ୍ତ୍ର ଭାବେ ଫିଲ୍ଡିଂ କୋଚମାନଙ୍କୁ ବି ନିଯୁକ୍ତି କରୁଛନ୍ତି। ହେଲେ ମର୍ଡନ କ୍ରିକେଟର ସର୍ବଶ୍ରେଷ୍ଠ ଫିଲ୍ଡର ହେଉଛନ୍ତି ଟିମ ଇଣ୍ଡିଆର ରବୀନ୍ଦ୍ର ଜାଡେଜା ବୋଲି ରୋଡ୍ସ କହିଛନ୍ତି।

ଚଳିତ ବର୍ଷ ଜୁନ ମାସରେ ଭାରତ ବାର୍ବଡସରେ ଟି-୨୦ ବିଶ୍ୱକପ ଜିତିଥିଲା। ବିଶ୍ୱକପ ଜିତିବା ପରେ ଜଡେଜା, ବିରାଟ କୋହଲି ଓ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଛନ୍ତି। ଟି-୨୦ ବିଶ୍ୱକପ ପରେ ବିରାଟ ଓ ରୋହିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ନଜର ଆସିଥିଲେ। ହେଲେ ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିଲା। ସେ ଖୁବଶୀଘ୍ର ଦିନିକିଆ ଓ ଟେଷ୍ଟ ଟିମକୁ କମବ୍ୟାକ କରିବେ।

Advertisment

ଜଣ୍ଟି ରୋଡ୍ସ କହିଛନ୍ତି, “ଦୁଇ ଜଣ ଖେଳାଳିଙ୍କ ଫିଲ୍ଡିଂ ମୋତେ ସବୁବେଳେ ପ୍ରଭାବିତ କରି ଆସିଛି। ଜଣେ ହେଲେ ସୁରେଶ ରାଇନା ଓ ଆଉ ଜଣେ ହେଲେ ରବୀନ୍ଦ୍ର ଜାଡେଜା। ଉଭୟ ଭାରତର ବେଷ୍ଟ ଫିଲ୍ଡର। କିନ୍ତୁ ମୁଁ ଯେତେବେଳେ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଫିଲ୍ଡରଙ୍କ କଥା କହୁଛି ସେତେବେଳେ ଜଣଙ୍କ ନାଁ ଆସୁଛି। ଆଉ ସେ ହେଉଛନ୍ତି ନିଶ୍ଚିତ ଭାବେ ରବୀନ୍ଦ୍ର ଜାଡେଜା। ଆପଣମାନେ ତାଙ୍କୁ ସାର୍‌ ଜାଡେଜା ଭାବେ ଜାଣିଛନ୍ତି।”

ପ୍ରୋ କ୍ରିକେଟ ଲିଗ ଟ୍ରଫି ଓ ଜର୍ସି ଜନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରୋଡ୍ସ ଏପରି ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ “ମୁଁ ତାଙ୍କୁ(ଜାଡେଜା) କାହିଁକି ଶ୍ରେଷ୍ଠ ଫିଲ୍ଡର ମାନ୍ୟତା ଦେଲି? ଏହାର କାରଣ ହେଲା ସେ ଯେକୌଣସି ସ୍ଥାନରେ ଫିଲ୍ଡିଂ କରିବାକୁ ସକ୍ଷମ।

ଆପଣ ତାଙ୍କୁ ମିଡ ୱିକେଟ, ଲଗ ଅନ କିମ୍ବା ଶର୍ଟ କଭରରେ ଫିଲ୍ଡିଂ କରିବାକୁ କହିଲେ, ସେ ଜଲୱା ଦେଖାଇବାକୁ ସକ୍ଷମ। ସେ ଏତେ ‍ଫାଷ୍ଟ ଯେ ତାଙ୍କ ପାଖକୁ ବଲ ଗଲେ ବ୍ୟାଟର ରନ ନେବାକୁ ଡରନ୍ତି। କ୍ୟାଚିଂ ଓ ଥ୍ରୋଇଂ ଅପେକ୍ଷା ଆପଣ କେତେ ଶୀଘ୍ର ବଲ ପାଖକୁ ଯାଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରରେ ଜାଡେଜା ହେଉଛନ୍ତି ଶ୍ରେଷ୍ଠ।”

Indian Cricket Team Cricket Ravindra Jadeja Jonty Rhodes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe