/odisha-reporter/media/post_attachments/uploadimage/library/16_9/16_9_0/BGT_1733045184.jpg)
BGT
ଆସନ୍ତା ୬ ତାରିଖରୁ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଡିଲେଡରେ ଆରମ୍ଭ ହେବ। ୦-୧ରେ ପଛରେ ଥିବା ଘରୋଇ ଅଷ୍ଟ୍ରେଲିଆକୁ ଏହା ପୂର୍ବ ବଡ଼ ଝଟକା ଲାଗିଛି। ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ହେବାକୁ ଥିବା ବେଳେ ଏଥିରୁ ବାଦ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହାଜେଲଉଡ।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ହାଜେଲଉଡ ୪ଟି ୱିକେଟ ଦଖଲ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଠିକଠାକ ବୋଲିଂ କରିଥିଲେ। ହେଲେ ଏବେ ଆହତ ସମସ୍ୟା ଯୋଗୁ ସେ ପିଙ୍କ ବଲ ଟେଷ୍ଟରୁ ବାଦ ପଡ଼ିଛନ୍ତି।
ପ୍ରଥମଥର ପାଇଁ ହାଜେଲଉଡ ଭାରତ ବିପକ୍ଷ କୌଣସି ଘରୋଇ ଟେଷ୍ଟରେ ନିଜର ଆସିବେ ନାହିଁ। ସେହିପରି ୨୦୧୫ ସିଡ୍ନୀ ଟେଷ୍ଟ ପରେ ଅଷ୍ଟ୍ରେଲିଆ ତା’ର ୪ ପ୍ରମୁଖ ବୋଲରଙ୍କ ମଧ୍ୟରୁ ଜଣଙ୍କ ବିନା ବର୍ଡର-ଗାଭାସ୍କର ଟ୍ରଫିର କୌଣସି ମ୍ୟାଚ ଖେଳିବ। ହାଜେଲଉଡ, ମିଚେଲ ଷ୍ଟାର୍କ, ପାଟ କମିନ୍ସ ଓ ନାଥନ ଲାୟନ ୨୦୧୫ରୁ ଏକାଠି ଭାରତ ବିପକ୍ଷ ସମସ୍ତ ବର୍ଡର ଗାଭାସ୍କର ଟ୍ରଫିରେ ନଜର ଆସୁଥିଲେ। ଭାରତ ବିପକ୍ଷ ୯ଟି ବିଜୟରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ହାଜେଲଉଡ ବାଦ ପଡ଼ିଥିବାରୁ ଅନକ୍ୟାପଡ ସେନ ଆବୋଟ୍ଟ ଓ ବ୍ରେନଡାନ ଡୋଗେଟ ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ତେବେ ହାଜେଲଉଡଙ୍କ ବଦଳରେ ପିଙ୍କ ବଲ ଟେଷ୍ଟରେ ସ୍କଟ ବୋଲାଣ୍ଡଙ୍କୁ ସୁଯୋଗ ମିଳିପାରେ। କାରଣ ସେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆ ସ୍କ୍ୱାଡରେ ପୂର୍ବରୁ ହିଁ ରହିଛନ୍ତି।
ଏବେ ସେ ଭାରତ ବିପକ୍ଷରେ ପ୍ରଧାନମନ୍ତ୍ରୀ ଏକାଦଶ ଖେଳୁଥିବା ଅଭ୍ୟାସ ମ୍ୟାଚରେ ବି ବୋଲିଂ କରୁଛନ୍ତି। ବୋଲାଣ୍ଡ ଶେଷ ଥର ପାଇଁ ୨୦୨୩ ଆଶେସରେ ନଜର ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
