Advertisment

ଭାରତ ବିପକ୍ଷ ସିରିଜ୍‌ରୁ ହେଜେଲଉଡ ଆଉଟ, କାମେରୁନ ଗ୍ରୀନ ଫିଟ୍‌

ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ବେଳେ ଗ୍ରୀନ ଓ ଷ୍ଟାର୍କ ଆହତ ହୋଇଥିଲେ।

Green

Green

Advertisment

ବର୍ଡର-ଗାଭାସ୍କର ଟ୍ରଫିରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ। ଆହତ ସମସ୍ୟା ଯୋଗୁ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ ଖେଳି ନଥିବା ହେଜେଲଉଡ୍‌ ଏବେ ସଂପୂର୍ଣ୍ଣ ଭାବେ ଅନଫିଟ ଘୋଷିତ ହୋଇଛନ୍ତି। ତେଣୁ ତାଙ୍କୁ ଭାରତ ବିପକ୍ଷ ସିରିଜରୁ ବାଦ ଦିଆଯାଇଛି। ତେବେ ତୃତୀୟ ଟେଷ୍ଟ ପୂର୍ବରୁ ସଂପୂର୍ଣ୍ଣ ଫିଟ୍‌ ହୋଇଯାଇଛନ୍ତି ଅଲରାଉଣ୍ଡର କାମେରୁନ ଗ୍ରୀନ।

Advertisment

ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ହେଜେଲଉଡ ଆହତ ହୋଇଥିବାରୁ ରିହାବ ପାଇଁ ସିଡ୍‌ନୀ ଗସ୍ତ କରିବେ। ସେ ଆହତ ସମସ୍ୟା ଯୋଗୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିଲେ।

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟ ଅଷ୍ଟ୍ରେଲିଆ ହାରି ସାରିଛି। ଏବେ ଦଳ କମବ୍ୟାକ ଲକ୍ଷ୍ୟରେ ରହିଥିବା ହେଜେଲଉଡ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ସେ ଆହତ ହୋଇଥିବାରୁ ନ୍ୟୁ ସାଉଥ ୱେଲ୍ସ ପାଇଁ ମଧ୍ୟ ଖେଳିପାରିବେ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି।

Advertisment

ଏହି ଝଟକା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଭଲ ଖବର ମିଳିଛି। ତୃତୀୟ ଟେଷ୍ଟରେ ଅଲରାଉଣ୍ଡର କାମେରୁନ ଗ୍ରୀନ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଗ୍ରୀନ ଏବେ ୧୦୦% ଫିଟ ହୋଇଯାଇଛନ୍ତି। ସେହିପରି ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ତୃତୀୟ ଟେଷ୍ଟ ପୂର୍ବରୁ ଫିଟ ହୋଇଯିବେ। ତେଣୁ ଅଷ୍ଟ୍ରେଲିଆ ଫୁଲ ଦମରେ ଭାରତକୁ ଚେକ୍‌ ଦେବା ପାଇଁ ଯୋଜନା ଆରମ୍ଭ କରି ଦେଇଛନ୍ତି।

ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ବେଳେ ଗ୍ରୀନ ଓ ଷ୍ଟାର୍କ ଆହତ ହୋଇଥିଲେ। ଏଥିପାଇଁ ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରେ ଏମାନଙ୍କୁ ଦେଖିବାକୁ ମିଳି ନଥିଲା। ଏବେ ଉଭୟ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଆହତ ହୋଇଥିବା ଡେଭିଡ ୱାର୍ଣ୍ଣର ତୃତୀୟ ମ୍ୟାଚ୍‌ ଖେଳି ନ ପାରନ୍ତି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଆହତ ହେବାରୁ ୱାର୍ଣ୍ଣର ଫିଲ୍ଡିଂ କରିବାକୁ ଆସି ନଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ସେ ବ୍ୟାଟିଂ କରି ନଥିଲେ। ତାଙ୍କ ବଦଳରେ ମ୍ୟାଟ୍‌ ରେନଶ ବ୍ୟାଟିଂ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲା। ଏବେ ପଛ ଦୁଇଟି ମ୍ୟାଚ୍‌ ଭୁଲି କଙ୍ଗାରୁ ଟିମ୍‌ କମବ୍ୟାକ୍‌ ମୁଡରେ ରହିଛି।

Border-Gavaskar Trophy India Vs Australia INDvsAUS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe