Advertisment

ଭାରତ ବିପକ୍ଷ WTC ଫାଇନାଲରୁ ଜୋଶ ହେଜେଲଉଡ ଆଉଟ

ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ ରବିବାର ଏହି ସୂଚନା ଦେଇଛନ୍ତି। ହେଜେଲଉଡ ଖେଳିବାର ପୂରା ସୁଯୋଗ ଥିଲା। କିନ୍ତୁ ଆଗକୁ ଆସୁଥିବା ଆଶେସ ସିରିଜକୁ ଦୃଷ୍ଟିରେ ରଖି ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି ବୋଲି ସେ କହିଛନ୍ତି।

Josh Hazlewood

Josh Hazlewood

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ଫାଇନାଲ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଶକ୍ତ ଝଟକା। ଦଳର ଅଭିଜ୍ଞ ତଥା ଦ୍ରୁତ ବୋଲର ଜୋଶ ହେଜେଲଉଡ୍‌ ଆହତ ସମସ୍ୟା ଯୋଗୁ ଫାଇନାଲ ମ୍ୟାଚରୁ ବାଦ ପଡ଼ିଛନ୍ତି। ଗୋଇଠି ଜନିତ ସମସ୍ୟାରେ ପଡ଼ିଥିବା ହେଜେଲଉଡ ସଂପୂର୍ଣ୍ଣ ଫିଟ ହୋଇ ନଥିବାରୁ ତାଙ୍କୁ ଅଷ୍ଟ୍ରେଲିଆର ଫାଇନାଲ ମ୍ୟାଚ୍‌ ସ୍କ୍ୱାଡରୁ ବାଦ ଦିଆଯାଇଛି।

Advertisment

ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ ରବିବାର ଏହି ସୂଚନା ଦେଇଛନ୍ତି। ହେଜେଲଉଡ ଖେଳିବାର ପୂରା ସୁଯୋଗ ଥିଲା। କିନ୍ତୁ ଆଗକୁ ଆସୁଥିବା ଆଶେସ ସିରିଜକୁ ଦୃଷ୍ଟିରେ ରଖି ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି ବୋଲି ସେ କହିଛନ୍ତି।

ହେଜେଲଉଡ ବାଦ ପଡ଼ିବାରୁ ଅଷ୍ଟ୍ରେଲିଆର ୧୫ ଜଣିଆ ସ୍କ୍ୱାଡରେ ଦ୍ରୁତ ବୋଲର ମାଇକେଲ ନେସେରଙ୍କୁ ସୁଯୋଗ ମିଳିଛି। ହେଲେ ସ୍କ୍ୱାଡରେ ସ୍କଟ ବୋଲାଣ୍ଡ ଥିବାରୁ ମାଇକେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା କ୍ଷୀଣ।

Advertisment

ବେଲୀ କହିଛନ୍ତି, “ମାଇକେଲ କ୍ରମାଗତ ଭାବେ କାଉଣ୍ଟୀ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ତେଣୁ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ଦଳର ଦ୍ରୁତ ବୋଲିଂ ବାହିନୀକୁ ଅଧିକ ସୁଦୃଢ଼ କରିବେ।”

ଚଳିତ ବର୍ଷ ଆହତ ଯୋଗୁ ହେଜେଲଉଡ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟ ଖେଳି ପାରି ନଥିଲେ। ଆଇପିଏଲ ଅଧାରୁ ଆରସିବିରେ ଯୋଗ ଦେଇଥିବା ହେଜେଲଉଡ କେବଳ ୩ଟି ମ୍ୟାଚ୍‌ ଖେଳିବାକୁ ସକ୍ଷମ ହୋଇଥିଲେ। ଏବେ ସେ ଫାଇନଲ ମ୍ୟାଚ୍‌ରୁ ମଧ୍ୟ ବାଦ ପଡ଼ିଛନ୍ତି।

ଅଷ୍ଟ୍ରେଲିଆ ସ୍କ୍ୱାଡ- ପାଟ କମିନ୍ସ(ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ(ୱିକେଟ କିପର), କାମେରନ ଗ୍ରୀନ, ମାର୍କସ ହାରିସ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ (ୱିକେଟ କିପର), ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଟଡ ମୋର୍ଫି, ମାଇକେଲ ନାସେର, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣର।

India Vs Australia INDvsAUS World Test Championship Finale WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe