Advertisment

ଏଲଏଲସିସି କପ୍‌ : ସୋଲାରକୁ ହରାଇ କ୍ୱାର୍ଟରରେ ଜୁଭେନାଇଲ୍‌

ଆଜି ସୁପର ନକଆଉଟ ମ୍ୟାଚ୍‌ରେ କଟକର ସୋଲାର କ୍ରିକେଟ କ୍ଲବକୁ ଦଳ ୬ ୱିକେଟରେ ହରାଇ ଏପରି ସଫଳତା ହାସଲ କରିଛି।

LLCC

LLCC

Advertisment

ଭୁବନେଶ୍ୱରର ଆଇଆରସିରେ ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରରେ ପ୍ରବେଶ କରିଛି କଟକର ଜୁଭେନାଇଲ କ୍ରିକେଟ ଏକାଡେମୀ। ଆଜି ସୁପର ନକଆଉଟ ମ୍ୟାଚ୍‌ରେ କଟକର ସୋଲାର କ୍ରିକେଟ କ୍ଲବକୁ ଦଳ ୬ ୱିକେଟରେ ହରାଇ ଏପରି ସଫଳତା ହାସଲ କରିଛି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ସୋଲାର ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ ହରାଇ କେବଳ ୧୫୩ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟୟକ ସୋମ ଏସ୍‌ ରାଉତ ସର୍ବାଧିକ ୪୦ ରନ କରିଥିବା ବେଳେ ସାଇ ସୌଭିକ ମହାନ୍ତି ୨୪, ଆକାଶ ଟୁଡୁ ୧୬ ଓ ଇସତା ପ୍ରସାଦ ପଣ୍ଡା ୧୬ ରନ କରିଥିଲେ। ଜୁଭେନାଇଲ ପକ୍ଷରୁ ପ୍ରଥମେଶ ଓ ଜେମ୍ସ ଲିମାଙ୍କୁ ୩ଟି ଲେଖାଏ ୱିକେଟ ମିଳିଥିଲା।

୧୫୪ ରନର ଟାର୍ଗେଟକୁ ପିଛା କରୁଥିବା ଜୁଭେନାଇଲ୍‌ ସାଇ ଶୁଭ ପ୍ରସାଦ ସାହୁ(୨୦) ଓ ଶୁଭମ ଏସ ପରିଜା(୮)ଙ୍କୁ ହରାଇଥିଲା। ଅଧିନାୟକ କୌଶିକ କୁମାର ସାହୁ(୪) ଓ ସତ୍ୟାଂଶ ଶର୍ମା(୮) ବେଶୀ କିଛି କରିପାରି ନଥିଲେ।

Advertisment

ଦଳ ୭୨ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ବୋଲିଂରେ ୩ ୱିକେଟ ନେଇଥିବା ଜେମ୍ସ ଲିମା ପୁଣି ଦଳ ପାଇଁ ସଙ୍କଟମୋଚକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ତାଙ୍କୁ ଆୟୂଷ ପ୍ରିୟାଂଶୁ ଦାସ ସାଥ ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳକୁ ୨୬.୧ ଓଭରରେ ବିଜୟ ଭେଟି ଦେଇଥିଲେ। ଜେମ୍ସ ଶେଷ ଯାଏ ୪୫ ରନ ଓ ପ୍ରିୟାଂଶୁ ୩୬ ରନ କରି ଅପରାଜିତ ରହିଥିଲେ।

ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜେମ୍ସ ଲିମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ୨୫ ନମ୍ବର ୱାର୍ଡର କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

Cricket LLCC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe