Advertisment

ପୃଥ୍ୱୀ ଶ’, ରାହାଣେ, ଫିଲିପ୍ସ, ୱିଲିୟମସନ ଓ ଶାର୍ଦ୍ଦୁଲ ଠାକୁରଙ୍କୁ କେହି କିଣିଲେନି

ଭାରତର ଯୁବ ବ୍ୟାଟର ପୃଥ୍ୱୀ ଶ’ଙ୍କ ବେସ ପ୍ରାଇସ ୭୫ ଲକ୍ଷ ଥିଲେ ମଧ୍ୟ ତାଙ୍କୁ କେହି ବି ନେବାକୁ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ରହିଥିଲେ।

IPL

IPL

Advertisment

ଆଇପିଏଲ ୨୦୨୫ର ମେଗା ଅକ୍ସନର ଦ୍ୱିତୀୟ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅନେକ ଷ୍ଟାର ଖେଳାଳିଙ୍କୁ ଅକ୍ସନରେ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଏମାନଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଓ ଷ୍ଟାର ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ରହିଛନ୍ତି।

Advertisment

୨୦୨୪ରେ ଆହତ ସମସ୍ୟା ଯୋଗୁ ୱିଲିୟମସନ ଗୁଜରାଟ ଟାଇଟନ୍ସ ପାଇଁ ଖେଳି ନଥିଲେ। ସେହିପରି ଫିଲିପ୍ସ ସନ ରାଇଜର୍ସ ହାଇଦ୍ରାବାଦ ପଟେ ଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ। ଏଥର ଉଭୟ ବେସ ପ୍ରାଇସ ୨ କୋଟି ଟଙ୍କା ସହ ଅକ୍ସନକୁ ଆସିଥିଲେ। କିନ୍ତୁ ଉଭୟଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନାହାନ୍ତି।

ସେହିପରି ଭାରତର ଯୁବ ବ୍ୟାଟର ପୃଥ୍ୱୀ ଶ’ଙ୍କ ବେସ ପ୍ରାଇସ ୭୫ ଲକ୍ଷ ଥିଲେ ମଧ୍ୟ ତାଙ୍କୁ କେହି ବି ନେବାକୁ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ରହିଥିଲେ।

Advertisment

ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ କେହି ବିଡ ଲଗାଇ ନାହାନ୍ତି। ୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦମଦାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ ଏଥର ଅନସୋଲ୍ଡ ରହିଛନ୍ତି। ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ କେହି କିଣି ନାହାନ୍ତି।

IPL 2025 IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe