Advertisment

ଭାରତ ବିପକ୍ଷ ଟି-୨୦ ସିରିଜ ଖେଳିବେନି କେନ୍‌ ୱିଲିୟମସନ

ଜୟପୁର: ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ। ସେ ନିଜ ଆଡ଼ୁ ଟି-୨୦ ସିରିଜ୍‌ରୁ ଓହରି ଯାଇଥିବା ବେଳେ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ଉପରେ ଫୋକସ କରୁଥିବା ଜଣାପଡ଼ିଛି। ୱିଲିୟମସନଙ୍କ ଅନୁପସ୍ଥିତିରେ ଦଳର ବରିଷ୍ଠ ସ୍ପିଡଷ୍ଟାର ଟିମ ସାଉଦି ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆସନ୍ତାକାଲି ଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତ ବିପକ୍ଷ ଟି-୨୦ ସିରିଜ ଖେଳିବେନି କେନ୍‌ ୱିଲିୟମସନ

Kane

ଜୟପୁର: ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ। ସେ ନିଜ ଆଡ଼ୁ ଟି-୨୦ ସିରିଜ୍‌ରୁ ଓହରି ଯାଇଥିବା ବେଳେ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ଉପରେ ଫୋକସ କରୁଥିବା ଜଣାପଡ଼ିଛି।

Advertisment

ୱିଲିୟମସନଙ୍କ ଅନୁପସ୍ଥିତିରେ ଦଳର ବରିଷ୍ଠ ସ୍ପିଡଷ୍ଟାର ଟିମ ସାଉଦି ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆସନ୍ତାକାଲି ଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ସେହିପରି ନୂଆ କୋଚ୍‌ ଭାବେ ରାହୁଲ ଡ୍ରାବିଡ୍‌ଙ୍କ ଏହା ହେଉଛି ପ୍ରଥମ ସିରିଜ୍‌। ତେଣୁ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ କହିଛି ଯେ ଭାରତ ବିପକ୍ଷ ଟି-୨୦ ସିରିଜ ବୁଧବାର, ଶୁକ୍ରବାର ଓ ରବିବାର ଖେଳାଯିବ। ଏହାପରେ କାନପୁରରେ ୨୫ ତାରିଖରୁ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। କେନ ୱିଲିୟମସନ ଏବେ ଟେଷ୍ଟ ସ୍ପେଶାଲିଷ୍ଟ ଗ୍ରୁପ ସହ ସିଧାସଳଖ ଯୋଡ଼ି ହେବେ।

Advertisment

ଏହି ଗ୍ରୁପ୍‌ ଜୟପୁରରେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛି। ୱିଲିୟମସନ ରେଡ୍‌ ବଲ ମ୍ୟାଚ୍‌ରେ ଅଧିକ ଫୋକସ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଟି-୨୦ ସିରିଜ୍‌ରୁ ଓହରି ଯାଇଛନ୍ତି। ଟିମ ସାଉଦି ଟି-୨୦ ସିରିଜ୍‌ର ନେତୃତ୍ୱ ନେବେ। କାୟଲ ଜାମିସନ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟର ଉଭୟ ଟି-୨୦ ଓ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ରହିବେ। ଦ୍ରୁତ ବୋଲର ଲକି ଫରଗୁସନ ମଧ୍ୟ ଆହତ ସମସ୍ୟାରୁ ମୁକୁଳିବା ଆରମ୍ଭ କରିଛନ୍ତି। ସେ ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଉପଲବ୍ଧ ହେବେ ବୋଲି ବୋର୍ଡ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଜୟପୁରରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପରେ ୧୯ ତାରିଖ ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍‌ ଓ ୨୧ ତାରିଖ କୋଲକାତାରେ ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଜୟପୁରରେ ମ୍ୟାଚ୍‌ ଖେଳିବାକୁ ଦୁବାଇରୁ ଆଜି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ପହଞ୍ଚିଛି।

Cricket Ind Vs Nz