Advertisment

ଶାସ୍ତ୍ରୀଙ୍କ ପରେ କପିଲ୍ ଦେବ ନେଲେ କରୋନା ଟିକା

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। କପିଲଙ୍କ ଟିକା ନେଉଥିବାର ଫଟୋ ନ୍ୟୁଜ୍ ଏଜେନ୍ସି ଏଏନଆଇ ପୋଷ୍ଟ କରିଛି। ବିଶ୍ୱକପ୍ ବିଜେତା କ୍ୟାପଟେନ୍ ସହରର ଫୋର୍ଟିସ୍ ହସ୍ପିଟାଲରେ ଟିକା ନେଇଛନ୍ତି। ଏହିପରି ଭାବେ କପିଲ୍ ଦେବ ଭାରତର ଦ୍ୱିତୀୟ ପୂର୍ବତନ କ୍ରିକେଟର୍ ଭାବେ କରୋନା ଟିକା ନେଇଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅହମ୍ମଦାବାଦରେ କରୋନା ଟିକାର ପ୍ରଥମ ଡୋଜ୍ […]

ଶାସ୍ତ୍ରୀଙ୍କ ପରେ କପିଲ୍ ଦେବ ନେଲେ କରୋନା ଟିକା

kapil-dev

Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। କପିଲଙ୍କ ଟିକା ନେଉଥିବାର ଫଟୋ ନ୍ୟୁଜ୍ ଏଜେନ୍ସି ଏଏନଆଇ ପୋଷ୍ଟ କରିଛି। ବିଶ୍ୱକପ୍ ବିଜେତା କ୍ୟାପଟେନ୍ ସହରର ଫୋର୍ଟିସ୍ ହସ୍ପିଟାଲରେ ଟିକା ନେଇଛନ୍ତି। ଏହିପରି ଭାବେ କପିଲ୍ ଦେବ ଭାରତର ଦ୍ୱିତୀୟ ପୂର୍ବତନ କ୍ରିକେଟର୍ ଭାବେ କରୋନା ଟିକା ନେଇଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅହମ୍ମଦାବାଦରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ।

Advertisment

ଟିକା ନେବା ପରେ ଶାସ୍ତ୍ରୀ ମହାମାରୀ କରୋନା ବିରୋଧରେ ଭାରତକୁ ସଶକ୍ତ କରାଇବା ପାଇଁ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଶାସ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଟିମର ସହଯୋଗୀ ଷ୍ଟାଫର ଅନ୍ୟ କୌଣସି ସଦସ୍ୟ ଟିକା ନେଇନାହାନ୍ତି। ସୋମବାରଠାରୁ ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସରକାରୀ କେନ୍ଦ୍ରରେ ମାଗଣାରେ କରୋନା ଭ୍ୟାକସିନ୍ ଦିଆଯିବା ଆରମ୍ଭ ହୋଇଛି। କିଛି ବେସରକାରୀ କେନ୍ଦ୍ରରେ ମଧ୍ୟ ମାଗଣାରେ ଟିକା ଦିଆଯାଉଛି।

୬୨ ବର୍ଷୀୟ କପିଲ ଦେବ ଗତବର୍ଷ ଅକ୍ଟୋବର ମାସରେ ହୃଦଘାତର ଶିକାର ହୋଇଥିଲେ। ଯାହା ପରେ ଦିଲ୍ଲୀର ଫୋର୍ଟିସ୍ ଏସକର୍ଟ୍ସ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତେବେ କିଛି ଦିନ ପରେ କପିଲ୍ ନିଜ ସାଙ୍ଗମାନଙ୍କ ସହ ଗଲଫ ଖେଳି ମଇଦାନକୁ କମବ୍ୟାକ୍ କରିଥିଲେ।

Advertisment

ସୂଚନାଯୋଗ୍ୟ, କପିଲ୍ ଦେବ ଦୁନିଆର ଅନ୍ୟତମ ମହାନ୍ ଅଲରାଉଣ୍ଡର। ସେ ଭାରତ ପକ୍ଷରୁ ୧୩୧ ଟେଷ୍ଟ ଓ ୨୨୫ ଦିନିକିଆ ଖେଳିଛନ୍ତି। ସେ କ୍ରିକେଟ୍ ଇତିହାସର ଏକମାତ୍ର କ୍ରିକେଟର, ଯିଏ ଟେଷ୍ଟରେ ୪୦୦ରୁ ଅଧିକ (୪୩୪) ୱିକେଟ୍ ସହ ୫ହଜାରରୁ ଅଧିକ ରନ୍ କରିଛନ୍ତି। ସେ ୧୯୯୯ରୁ ୨୦୦୦ ମସିହା ଭିତରେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ମଧ୍ୟ ରହିସାରିଛନ୍ତି। ୨୦୧୦ରେ କପିଲ୍ ଆଇସିସି ‘ହଲ୍ ଅଫ୍ ଫେମ୍’ର ସ୍ଥାନ ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe