Advertisment

ମ୍ୟାଚ୍‌ ବେଳେ ହାର୍ଟ ଆଟାକ୍‌ରେ ଟଳି ପଡ଼ିଲେ କ୍ରିକେଟର୍‌

ପିଚ୍‌ ଉପରେ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

K Hoysala Dies

K Hoysala Dies

Advertisment

କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅଘଟଣ। ହୃଦ୍‌ଘାତରେ ଟଳି ପଡିଲେ ଯୁବ କ୍ରିକେଟର୍‌। କର୍ଣ୍ଣାଟରର ୩୪ ବର୍ଷୀୟ କ୍ରିକେଟର କେ. ହୋୟସଲାଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଛି। ପିଚ୍‌ ଉପରେ ଖେଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ବେଙ୍ଗାଲୁରୁର ଆର୍‌ଏସ୍‌ଆଇ କ୍ରିକେଟ ଗ୍ରାଉଣ୍ଡରେ ଏଜିସ୍‌ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ବେଳେ  କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଚାଲିଥିଲା ମ୍ୟାଚ୍‌। ଏହି ମ୍ୟାଚ୍‌ରେ ତାମିଲନାଡୁକୁ ହରାଇଥିଲା କର୍ଣ୍ଣାଟକ। ଏହାପରେ କର୍ଣ୍ଣାଟକର ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ।

ଏହି ସମୟରେ ହୋୟସଲାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ପଡିଆ ଉପରେ ସେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ସିପିଆର୍‌ ଦେଇ ବେଙ୍ଗାଲୁରୁ ଓ୍ୱରିଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଜଗରେ ଶୋକର ଛାୟା ଖେଳି ଯାଇଛି।

Advertisment

କହିରଖୁ ଯେ, ହୋୟସଲା ଜଣେ ଅଲରାଉଣ୍ଡର ଥିଲେ। ସେ ଭଲ ବ୍ୟାଟିଂ କରିବା ସହ ବଲିଂ ମଧ୍ୟ କରୁଥିଲେ। ସେ ଅଣ୍ଡର-୨୫ ବର୍ଗରେ ନିଜର ଦକ୍ଷତା ପ୍ରଶର୍ଦନ କରି କ୍ରିକେଟରେ ଡେବ୍ୟୁ କରିଥିଲେ। ସେ କର୍ଣ୍ଣାଟକ ପ୍ରିମିୟର ଲିଗ୍ ଲାୟନ୍ସରେ ବେଲ୍ଲାରୀ ଟସ୍କର୍ସ ଓ ଶିବମୋଗ୍ଗା ଲାୟନ୍ସର ପ୍ରତିନିଧିତ୍ୱ କରିଥିଲେ।

Karnataka Indian Cricketer Cardiac Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe