Advertisment

ବୁମ୍ରାଙ୍କୁ ୫ ୱିକେଟ, କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: ମୁମ୍ବାଇକୁ ୧୯୭ ରନର ଟାର୍ଗେଟ ଦେଲା ଆରସିବି

କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଆରିସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୬ ରନ କରିଛି।

Karthik

Karthik

Advertisment

ୱାଙ୍ଖେଡେରେ ଦେଖିବାକୁ ମିଳିଛି ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ। ତାଙ୍କ ସହ ଭେଟରାନ ଦୀନେଶ କାର୍ତ୍ତିକ ମଧ୍ୟ ଦେଖାଇଛନ୍ତି ନିଜର ବିସ୍ଫୋରକ ବ୍ୟାଟିଂ। ବୁମ୍ରା ୪ ଓଭରରେ ୨୧ ରନ ଦେଇ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୫ ୱିକେଟ ନେଇଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପାଇଁ କାର୍ତ୍ତିକ ଖେଳିଛନ୍ତି ଚମତ୍କାର ଇନିଂସ। ସେ ୨୩ ବଲରେ ଅପରାଜିତ ୫୩ ରନ ଇନିଂସ ଖେଳିଛନ୍ତି।  

Advertisment

କାର୍ତ୍ତିକଙ୍କ ବ୍ୟତୀତ କ୍ରମାଗତ ଫେଲ ମାରି ଚାଲିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ରଜତ ପାଟିଦାର ଆଜି ନିଜର ଜଲୱା ଦେଖାଇଛନ୍ତି। ସେ ୨୬ ବଲରେ ୫୦ ରନ କରି ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି। ତାଙ୍କ ସହ  ଅଧିନାୟକ ଫାଫ ଡୁପ୍ଲେସିସ ମଧ୍ୟ ୬୧ ରନର ଇନିଂସ ଖେଳିଛନ୍ତ।

କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଆରିସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୬ ରନ କରିଛି। ଫଳରେ ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୧୯୭ ରନର ଚ୍ୟାଲେଞ୍ଜିଂ ସ୍କୋର ମିଳିଛି। 

Advertisment

ୱାଙ୍ଖେଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ ସାବ୍ୟସ୍ତ କରି ଯଶପ୍ରୀତ ବୁମ୍ରା ୩ ରନ କରିଥିବା ବିରାଟ କୋହଲି ଓ ଆକାଶ ମାଧୱାଲ ୮ ରନ କରିଥିବା ଜ୍ୟାକ ଲିଚ୍‌ଙ୍କୁ ଆଉଟ କରି ଆରସିବିକୁ ଡବଲ ଝଟକା ଦେଇଥିଲେ।

୨୩ ରନରେ ଦଳ ଦୁଇଟି ୱିକେଟ ହରାଇଥିଲା। ଏତିକି ବେଳେ ପାଟିଦାର ଓ ଡୁପ୍ଲେସିସ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ପାଟିଦାରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ମାରିଥିଲେ। ସେ ୧୨ତମ ଓଭର ବୋଲିଂ କରୁଥିବା ଗେରାଲ୍ଡ କୋଏଜିଙ୍କୁ କ୍ରମାଗତ ଦୁଇଟି ଛକା ମାରି ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ହିଁ କୋଏଜି ତାଙ୍କୁ ଈଶାନ କିଶନଙ୍କ ହାତରେ କ୍ୟାଚ କରାଇ ମଧୁର ପ୍ରତିଶୋଧ ନେଇଥିଲେ।

ଆଉଟ ହେବା ପୂର୍ବରୁ ପାଟିଦାର ୨୬ ବଲରେ ୪ଟି ଛକା ଓ ୩ଟି ଚୌକା ବଳରେ ୫୦ ରନ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତାଙ୍କ ୱିକେଟ ଲେଗ ସ୍ପିନର ଗ୍ଲେନ ମ୍ୟାକ୍ସୱେଲ ନେଇଥିଲେ। ଆରସିବି ପୁଣି ଲଗାତର ଦୁଇଟି ୱିକେଟ ହରାଇଥିଲା।

କିନ୍ତୁ ଆରମ୍ଭରୁ କ୍ରିଜରେ ଥିବା ଡୁପ୍ଲେସିସ ପ୍ରଥମେ ଦୀନେଶ କାର୍ତ୍ତିକଙ୍କୁ ସାଥୀ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ଆଇପିଏଲରେ ତାଙ୍କର ୩୪ ଓ ଟି-୨୦ରେ ୬୬ତମ ଅର୍ଦ୍ଧଶତକ ଥିଲା। ଅର୍ଦ୍ଧଶତକ ହାସଲ ପରେ ସେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। କାର୍ତ୍ତିକ ମଧ୍ୟ ୧୬ତମ ଓଭରରେ ନିଜର ହାତ ଖୋଲି ମାଧୱାଲଙ୍କୁ ୪ଟି ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ୧୬ ଓଭର ସୁଦ୍ଧା ଆରସିବି ୪ ୱିକେଟ ହରାଇ ୧୪୯ କରି ନେଇଥିଲା।  

ତେବେ ୧୭ତମ ଓଭରର ୪ର୍ଥ ବଲରେ ଯଶପ୍ରୀତ ବୁମ୍ରା ୬୧ ରନ କରିଥିବା ଡୁପ୍ଲେସିସଙ୍କୁ ଆରସିବିକୁ ୫ମ ଝଟକା ଦେଇଥିଲେ। ଡୁପ୍ଲେସିସ ୪୦ ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୩ଟି ଛକା ବଳରେ ୬୧ ରନ କରିଛନ୍ତି। ପରବର୍ତ୍ତୀ ବଲରେ ମହିପାଲ ଲୋମରୋରଙ୍କୁ ମଧ୍ୟ ବୁମ୍ରା ଆଉଟ କରିଥିଲେ। ହ୍ୟାଟ୍ରିକ ବଲରେ ସେ ଏକ ରନ ଦେଇଥିଲେ। ଏହି ଓଭରରେ ବୁମ୍ରା ୨ଟି ୱିକେଟ ନେବା ସହ କେବଳ ୫ ରନ ଦେଇଥିଲେ। 

୧୮ତମ ଓଭର ନେଇ ଆସିଥିଲେ କୋଏଜି। ତାଙ୍କ ଓଭରରୁ ଆରସିବି ଦୀନେଶ କାର୍ତ୍ତିକଙ୍କ ଗୋଟିଏ ଛକା ବଳରେ ୧୪ ରନ ଆଦାୟ କରିଥିଲା। ୧୯ତମ ଓଭର ପୁଣି ପକାଇଥିଲେ ବୁମ୍ରା। ସେ ଇମ୍ପାକ୍ଟ ଖେଳାଳି ସୌରଭ ଚୌହାନଙ୍କୁ ଆଉଟ କରି ଆରସିବିକୁ ୭ମ ଝଟକା ଦେଇଥିଲେ। ମ୍ୟାଚ୍‌ରେ ଏହା ବୁମ୍ରାଙ୍କ ୪ର୍ଥ ୱିକେଟ ଥିଲା। ସୌରଭ ୮ ବଲରେ ୯ ରନ କରି ଆଉଟ ହୋଇଛନ୍ତି। ଏହାର ପରବର୍ତ୍ତୀ ବଲରେ ବିଜୟ ବୈଶାଖଙ୍କୁ ଆଉଟ କରି ଚଳିତ ଆଇପିଏଲର ପ୍ରଥମ ବୋଲର ଭାବେ ୫ ୱିକେଟ ଦଖଲ କରିଥିଲେ।

୧୯ଓଭର ସୁଦ୍ଧା ଆରସିବି ୮ ୱିକେଟ ହରାଇ ୧୭୭ ରନ କରିଥିଲା। ଶେଷ ଓଭର ନେଇ ଆସିଥିଲେ ମାଧୱାଲ। ତାଙ୍କର ପ୍ରଥମ ବଲରେ ଆକାଶ ଦୀପ ୧ ରନ ଦେଇ କାର୍ତ୍ତିକଙ୍କୁ ଷ୍ଟ୍ରାଇକ ଦେଇଥିଲେ। କାର୍ତ୍ତିକ ଦୁଇଟି ବଲରେ ୨ଟି ଛକା ଓ ଗୋଟିଏ ଚୌକା ମାରି ୨୨ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶେଷ ବଲରେ ସେ ୧ ରନ ନେବାରୁ ଆରସିବିର ସ୍କୋର ୧୯୬ରେ ପହଞ୍ଚିଥିଲା। ୨୩ ବଲରେ ୫୩ ରନ କରିଥିବା କାର୍ତ୍ତିକ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଶେଷ ଓଭରରେ ମାଧୱାଲ ୧୯ ରନ ଦେଇଛନ୍ତି। 

IPL RCB Mumbai Indians IPL 2024 RCB Vs MI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe