Advertisment

WPL ଅକ୍ସନ: ଇତିହାସ ରଚିଲେ କାଶ୍ୱୀ ଗୌତମ

ଗୁଜରାଟ ଓ ୟୁପି ମଧ୍ୟରେ ୨ କୋଟି ଯାଏ ଲଢ଼େଇ ହୋଇଥିଲା। ଶେଷରେ କାଶ୍ୱୀଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି।

Kashvee

Kashvee

Advertisment

ଭାରତ ପାଇଁ ଏଯାଏ ଖେଳି ନଥିବା କାଶ୍ୱୀ ଗୌତମ ମହିଳା ପ୍ରିମିୟର ଲିଗ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି। WPLରେ ସବୁଠାରୁ ମହଙ୍ଗା ଅନକ୍ୟାପଡ ଖେଳାଳି ସାବ୍ୟସ୍ତ ହୋଇଛନ୍ତି କାଶ୍ୱୀ। ୨୦ ବର୍ଷୀୟ କାଶ୍ୱୀଙ୍କୁ ଗୁଜରାଟ ଜାଏଣ୍ଟସ ୨ କୋଟି ଟଙ୍କା ଦେଇ କିଣିଛି।

Advertisment

କାଶ୍ୱୀ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଗୁଜରାଟ ପାଇଁ WPL ଖେଳିବେ। ତାଙ୍କ ପୂର୍ବରୁ କୌଣସି ଅନକ୍ୟାପଡ ଖେଳାଳିଙ୍କୁ କେହି ବି ଏତେ ଟଙ୍କା ଦେଇ କିଣି ନଥିଲେ। କିନ୍ତୁ ଚଣ୍ଡିଗଡ଼ର ଏହି ଯୁବ ମହିଳା ବୋଲର ଜଣଙ୍କ ନୂଆ ରେକର୍ଡ କରିଛନ୍ତି।

ଆଜି ଅକ୍ସନ ବେଳେ କାଶ୍ୱୀଙ୍କୁ ନେବା ପାଇଁ ଗୁଜରାଟ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତାଙ୍କର ବେସ ପ୍ରାଇସ ମାତ୍ର ୧୦ ଲକ୍ଷ ଟଙ୍କା ରହିଥିଲା। ପ୍ରଥମେ ଗୁଜରାଟ ଓ ଆରସିବି ମଧ୍ୟରେ ୭୦ ଲକ୍ଷ ଯାଏ ଟକ୍କର ଚାଲିଥିଲା।

Advertisment

ଏହି ସମୟରେ ୟୁପି ଅକ୍ସନରେ ଭାଗ ନେଇଥିଲା। ଗୁଜରାଟ ଓ ୟୁପି ମଧ୍ୟରେ ୨ କୋଟି ଯାଏ ଲଢ଼େଇ ହୋଇଥିଲା। ଶେଷରେ କାଶ୍ୱୀଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି।

ଏହାପୂର୍ବରୁ ଅନକ୍ୟାପଡ ଖେଳାଳି ଭାବେ ସବୁଠାରୁ ମହଙ୍ଗା ହେବାର ରେକର୍ଡ ବ୍ରିନ୍ଦା ଦିନେଶଙ୍କ ନାଁରେ ଥିଲା। ତାଙ୍କୁ ଆଜିର ଅକ୍ସନ ବେଳେ ୟୁପି ୧.୩ କୋଟି ଟଙ୍କାରେ କିଣିଥିଲା। ଲାଗୁଥିଲା କୌଣସି ଅନକ୍ୟାପଡ ଖେଳାଳି ଏହି ରେକର୍ଡକୁ ଭାଙ୍ଗି ପାରିବେ ନାହିଁ। କିନ୍ତୁ କାଶ୍ୱୀ ଗୌତମ ଏବେ ସବୁଠାରୁ ମହଙ୍ଗା ଅନକ୍ୟାପଡ ଖେଳାଳି ହୋଇଛନ୍ତି।

ଡାହାଣ ହାତୀ ସିମିଂ ଅଲରାଉଣ୍ଡର କାଶ୍ୱୀ ୨୦୨୦ରୁ ଚର୍ଚ୍ଚାରେ ରହିଛନ୍ତି। ଅଣ୍ଡର ୧୯ ଘରୋଇ ଦିନିକିଆରେ ସେ ଏକାକୀ ୧୦ ୱିକେଟ ଦଖଲ କରିଥିଲେ। ଏହା ମଧ୍ୟରେ ହ୍ୟାଟ୍ରିକ ମଧ୍ୟ ରହିଥିଲା। ଚଣ୍ଡିଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଥିଲେ।

ତଥାପି ଗତବର୍ଷ ମହିଳା ପ୍ରିମିୟର ଲିଗ ଅକ୍ସନ ବେଳେ ତାଙ୍କୁ କେହି ବି କିଣି ନଥିଲେ। ସେ ପରିଶ୍ରମ କରିବା ଜାରି ରଖି ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଥିଲେ। ଏବେ ତାଙ୍କୁ WPLରେ ସୁଯୋଗ ମିଳିଛି।

Cricket WPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe