Advertisment

ହନୁମାନଙ୍କ ଭକ୍ତ ହେଲେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର କ୍ୟାପଟେନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ସେମିଫାଇନାଲରେ ସ୍ଥାନ ହାସଲ କରିପାରିନଥିବା ଦକ୍ଷିଣ ଆଫ୍ରିକା ଟିମ୍ ଏବେ ଘରୋଇ ଦିନିକିଆ ସିରିଜରେ ନେଦରଲ୍ୟାଣ୍ଡକୁ ଭେଟିବ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ବୋର୍ଡ ୬ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ତେବେ ଟିମର କ୍ୟାପଟେନ୍ ଭାବେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜଙ୍କୁ ନିଯୁକ୍ତ […]

ଅଦ୍ୟତନ ହୋଇଛି
ହନୁମାନଙ୍କ ଭକ୍ତ ହେଲେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର କ୍ୟାପଟେନ୍

keshav-maharaj

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ସେମିଫାଇନାଲରେ ସ୍ଥାନ ହାସଲ କରିପାରିନଥିବା ଦକ୍ଷିଣ ଆଫ୍ରିକା ଟିମ୍ ଏବେ ଘରୋଇ ଦିନିକିଆ ସିରିଜରେ ନେଦରଲ୍ୟାଣ୍ଡକୁ ଭେଟିବ। ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ବୋର୍ଡ ୬ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ତେବେ ଟିମର କ୍ୟାପଟେନ୍ ଭାବେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜଙ୍କୁ ନିଯୁକ୍ତ କରାଯାଇଛି।

Advertisment

ଭାରତରେ ଜନ୍ମିତ କେଶବ ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ୍ ଖେଳନ୍ତି। ତାଙ୍କର ପୂର୍ବପୁରୁଷ କାମ ସନ୍ଧାନରେ ଗୁଜରାଟରୁ ଦକ୍ଷିଣ ଆଫ୍ରିକାରେ ବସବାସ କରିଥିଲେ। ତେବେ କେଶବ ମହାରାଜ ଆଜି ବି ନିଜ ଧର୍ମ ଓ ସଂସ୍କୃତି ସହ ଜଡ଼ିତ ଅଛନ୍ତି। କେଶବ ଭଗବାନ ହନୁମାନଙ୍କର ବହୁତ ବଡ଼ ଭକ୍ତ। ତାଙ୍କୁ ଅନେକ ସମୟରେ ମନ୍ଦିରରେ ଦେଖିବାକୁ ମିଳେ।

Maharaj spins South Africa to win | Batsman | Cricket

କେଶବଙ୍କୁ କ୍ୟାପଟେନ୍ କରିବା ବ୍ୟତୀତ କିଛି ଅନ୍ୟ ଖେଳାଳି ଦକ୍ଷିଣ ଆଫ୍ରିକା ସ୍କ୍ୱାଡକୁ ଫେରିଛନ୍ତି। ବାମହାତୀ ପେସ୍ ବୋଲର ୱେନ୍ ପାର୍ନେଲ ଚାରିବର୍ଷ ପରେ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ଚୟନ ହୋଇଛନ୍ତି। ଖାୟା ଜୋଣ୍ଡୋ ମଧ୍ୟ ତିନି ବର୍ଷ ପରେ ସ୍କ୍ୱାଡକୁ ଫେରିଛନ୍ତି। ପାର୍ନେଲ୍ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଶେଷଥର ଲାଗି ଖେଳିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଜାନେମନ ମଲାନ୍, କାଇଲ୍ ଭେରିନେ, ଡାରିନ୍ ଡୁପାଭିଲନ୍ ଓ ସିସାନ୍ଦା ମଗାଲା ଟିମକୁ କମବ୍ୟାକ୍ କରିଛନ୍ତି। ସେହିପରି ଟି-୨୦ ବିଶ୍ୱକପ୍ ସ୍କ୍ୱାଡରେ ସ୍ଥାନ ପାଇଥିବା ଲୁଙ୍ଗି ଏନଗିଡି, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର, ଆଣ୍ଡିଲେ ଫେଲୁକୱାୟୋ ଓ ଲିଜାଦ୍ ୱିଲିୟମ୍ସ ମଧ୍ୟ ସ୍ଥାନ ପାଇଛନ୍ତି। ଜୁବେର୍ ହମଜା ଓ ରିୟାନ୍ ରିକଲେଟନ୍ ପ୍ରଥମଥର ଦକ୍ଷିଣ ଆଫ୍ରିକା ଟିମରେ ଚୟନ ହୋଇଛନ୍ତି।

Advertisment

https://twitter.com/OfficialCSA/status/1458379657884090368?s=20

ତେବେ ସିରିଜରୁ ଦକ୍ଷିଣ ଆଫ୍ରିକା ତା’ର ୬ଜଣ ଟପ୍ ଖେଳାଳିଙ୍କୁ ଆରାମ ଦେଇଛି। ଏଥିରେ କ୍ୟାପଟେନ୍ ତେମ୍ବା ବାଭୁମା, ଆଇଡେନ୍ ମାର୍କରମ, କାଗିସୋ ରବାଡା, ଆନରିଚ୍ ନୋର୍ଜେ, କ୍ୱିଣ୍ଟନ୍ ଡି’କକ୍ ଓ ରାସି ଭାନ ଡର୍ ଡୁସେନ ସାମିଲ୍ ଅଛନ୍ତି। ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନଭେମ୍ବର ୨୬, ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୨୮ ଓ ତୃତୀୟ ମ୍ୟାଚ୍ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍: କେଶବ ମହାରାଜ (କ୍ୟାପଟେନ୍), ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, ଲୁଙ୍ଗି ଏନଗିଡି, ଡ୍ୱେନ୍ ପ୍ରିଟୋରିୟସ, ଆଣ୍ଡିଲେ ଫେଲୁକୱାୟୋ, ଲିଜାଦ୍ ୱିଲିୟମ୍ସ, ଜୁବେର୍ ହମଜା, ଡାରିନ୍ ଡୁପାଭିଲନ୍, ସିସାନ୍ଦା ମଗାଲା, ଜାନେମନ୍ ମଲାନ୍, ୱେନ୍ ପାର୍ନେଲ୍, ରିୟାନ୍ ରିକେଲଟନ୍, ତବରେଜ ଶାମସୀ, କାଇଲ୍ ଭେରିନେ, ଖାୟା ଜୋଣ୍ଡୋ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe