Advertisment

ଆଇପିଏଲ ପାଇଁ ଖେଳାଳିଙ୍କୁ ଜାତୀୟ ଦଳରେ ସାମିଲ କଲାନି ୱେଷ୍ଟଇଣ୍ଡିଜ୍‌

ଦଳର ଟି-୨୦ ଅଧିନାୟକ ରୋଭନ ପାୱାଲ ଏବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ତେଣୁ ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୱେଷ୍ଟଇଣ୍ଡିଜର କମାଣ ବ୍ରାଣ୍ଡନ କିଙ୍ଗ ସମ୍ଭାଳିବେ।

author-image
Hemant Lenka
West Indies

West Indies

ଭାରତରେ ଚାଲିଥିବା ଆଇପିଏଲର ପ୍ଲେଅଫକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିଛି। ଦଳର ଅଧିକାଂଶ ଖେଳାଳି ଆଇପିଏଲ ପ୍ଲେଅଫ ଖେଳିବାକୁ ଥିବାରୁ ସେମାନଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ। 

Advertisment

ଦଳର ଟି-୨୦ ଅଧିନାୟକ ରୋଭନ ପାୱାଲ ଏବେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ତେଣୁ ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୱେଷ୍ଟଇଣ୍ଡିଜର କମାଣ ବ୍ରାଣ୍ଡନ କିଙ୍ଗ ସମ୍ଭାଳିବେ।

ସେହିପରି ଆନ୍ଦ୍ର ରସେଲ କୋଲକାତା ନାଇଟ ରାଇଡର୍ସ, ଶିମରନ ହେଟମେୟର ରାଜସ୍ଥାନ ରୟାଲ୍ସ, ଅଲଜାରି ଯୋଶେଫ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଶେରଫନେ ରଥରଫୋର୍ଡ କୋଲକାତା ନାଇଟ ରାଡର୍ସ ଟିମରେ ରହିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଜାତୀୟ ଦଳରେ ସାମିଲ କରାଯାଇ ନାହିଁ।

Advertisment

ଏମାନେ ସମସ୍ତେ ସିଧା ଜୁନ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ପାଇଁ ଉପଲବ୍ଧ ହେବେ। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଜାତୀୟ ଦଳ ଅପେକ୍ଷା ଆଇପିଏଲକୁ ଅଧିକ ଗୁରୁତ୍ୱ ଦେଇଛି।

ଅନ୍ୟପକ୍ଷରେ ନିକଲୋସ ପୂରନ ଓ ଶାଇ ହୋପଙ୍କ ଦଳ ପ୍ଲେଅଫରୁ ବାଦ ପଡ଼ିଥିଲେ ହେଁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ଯଦି ଆରସିବି ଓ କେକେଆର ଫାଇନାଲକୁ ଉନ୍ନୀତ ନ ହେବେ, ତା’ହେଲେ ଅଲଜାରି ଯୋଶେଫ ଓ ରଥରଫୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାକୁ ଉପଲବ୍ଧ ହେବେ।

ୱେଷ୍ଟଇଣ୍ଡିଜ ସ୍କ୍ୱାଡ: ବ୍ରାଣ୍ଡନ କିଙ୍ଗ(ଅଧିନାୟକ), ରୋଷ୍ଟନ ଚେଜ୍‌, ଅଲିକ ଆଥନାଜେ, ଜନସନ ଚାର୍ଲସ, ଆନ୍ଦ୍ରେ ଫ୍ଲେଚର, ମାଥ୍ୟୁ ଫୋର୍ଡେ, ଜାସନ ହୋଲ୍ଡର, ଅକେଲା ହୁସେନ, ଶମର ଯୋଶେଫ, କାୟଲ ମେୟର୍ସ, ଓବେଡ ମ୍ୟାକୟ, ଗୁଡାକେଶ ମୋତି, ରୋମାରିଓ ଶେଫର୍ଡ ଓ ହାୟଡେନ ୱାଲଶ।

ମେ’ ୨୩, ୨୫ ଓ ୨୬ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳ ହେବ। ଏହାପରେ ଉଭୟ ଦଳ ବିଶ୍ୱକପ ଖେଳିବେ।

West Indies South Africa T20 Match T20 Cricket