Advertisment

ନିରାଶ କଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍, ୧୨୦ ରନରେ ଅଲଆଉଟ୍

ଚେନ୍ନାଇ: ଚଳିତ ଆଇପିଏଲର ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନୈରାଶ୍ୟଜନକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଲଗାତର ତିନୋଟି ମ୍ୟାଚ୍ ହାରିଥିବା ସନରାଇଜର୍ସକୁ ବିଜୟର ସ୍ୱାଦ ଚାଖିବା ପାଇଁ ୧୨୧ ରନ୍ କରିବାକୁ ପଡ଼ିବ। ସନରାଇଜର୍ସ ବୋଲରଙ୍କ ଆଗରେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। କ୍ୟାପଟେନ୍ ଲୋକେଶ ରାହୁଲଙ୍କଠାରୁ ଆରମ୍ଭ କରି କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ […]

ଅଦ୍ୟତନ ହୋଇଛି
ନିରାଶ କଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍, ୧୨୦ ରନରେ ଅଲଆଉଟ୍

SRH

Advertisment

ଚେନ୍ନାଇ: ଚଳିତ ଆଇପିଏଲର ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନୈରାଶ୍ୟଜନକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଲଗାତର ତିନୋଟି ମ୍ୟାଚ୍ ହାରିଥିବା ସନରାଇଜର୍ସକୁ ବିଜୟର ସ୍ୱାଦ ଚାଖିବା ପାଇଁ ୧୨୧ ରନ୍ କରିବାକୁ ପଡ଼ିବ।

Advertisment

ସନରାଇଜର୍ସ ବୋଲରଙ୍କ ଆଗରେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। କ୍ୟାପଟେନ୍ ଲୋକେଶ ରାହୁଲଙ୍କଠାରୁ ଆରମ୍ଭ କରି କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ ଓ ନିକୋଲାସ୍ ପୁରନଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ସନରାଇଜର୍ସର ପ୍ରାୟ ସବୁ ବୋଲର ଶୃଙ୍ଖଳିତ ପ୍ରଦର୍ଶନ କରି ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାରେ ରୋକିଥିଲେ।

ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଖୋଦ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ (୪) ଆରମ୍ଭରୁ ୱିକେଟ୍ ଦେଇ ବସିଥିଲେ। ପ୍ରତିପକ୍ଷ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ଧିମା ବୋଲିଂକୁ ବୁଝି ନପାରି ରାହୁଲ୍ କେଦାର ଯାଦବଙ୍କୁ କ୍ୟାଚ ଦେଇ ବସିଥିଲେ।

Advertisment

ଏହା ପରେ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ମୟଙ୍କ ୨୨ ରନ୍ କରିଥିବା ବେଳେ ଖଲୀଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୂରନ୍ ଆସୁ ଆସୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଗେଲ୍ (୧୫)ଙ୍କ ମୂଲ୍ୟବାନ ୱିକେଟ୍ ନେଇ ରଶିଦ୍ ଖାନ୍ ହାଇଦ୍ରାବାଦକୁ ବଡ଼ ସଫଳତା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ଅଭିଷେକ ଶର୍ମା ଆଉଟ୍ କରିଥିଲେ।

ଚଳିତ ସିଜନରେ ପ୍ରଥମଥର ସୁଯୋଗ ପାଇଥିବା ମୋଜେସ୍ ହେନରିକ୍ସ (୧୪) ଏହାର ଫାଇଦା ଉଠାଇପାରିନଥିଲା। ସେ ଅଭିଷେକଙ୍କ ବଲରେ ଷ୍ଟେପ୍ ଆଉଟ୍ କରିବାକୁ ଯାଇ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ କିଛି ସମୟ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଖଲୀଲ୍। ଶାହରୁଖ୍ ୧୭ ବଲରେ ୨ ଛକା ସହ ୨୨ ରନ୍ କରିଥିଲେ।

ଶେଷକ୍ରମରେ ଫାବିଆନ ଆଲେନ୍ (୬), ମୁରୁଗାନ୍ ଅଶ୍ୱିନ୍ (୯) ଓ ମହମ୍ମଦ ଶାମି (୩) ଦୁଇ ଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe