Advertisment

IPL Auction 2026: ବଦଳିଲା ଭେଙ୍କଟେଶ ଆୟର ଓ ପଥିରାଣାଙ୍କ ଠିକଣା, ଲିଭଙ୍ଗଷ୍ଟୋନ ନିରାଶ

ଆୟରଙ୍କ ଭଳି ଶ୍ରୀଲଙ୍କାର ଦ୍ରୁତ ବୋଲର ମଥିଶା ପଥିରାଣାଙ୍କ ଠିକଣା ମଧ୍ୟ ବଦଳିଛି। ନିଜର ଆଇପିଏଲ କ୍ୟାରିୟର ଏହି ଯୁବ ବୋଲର ଜଣଙ୍କ ଚେନ୍ନାଇ ସୁପର କିଙ୍ଗସରୁ ଆରମ୍ଭ କରିଥିଲେ।

IPL

ଭେଙ୍କଟେଶ ଆୟର ଓ ପଥିରାଣା

Advertisment

ବଦଳି ଯାଇଛି ମଧ୍ୟପ୍ରଦେଶର ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ଆଇପିଏଲ(IPL Auction 2026) ଠିକଣା। ୨୦୨୬ ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିବେ। ୨୦୨୬ ଆଇପିଏଲ ପୂର୍ବରୁ ଆଜି ଅନୁଷ୍ଠିତ ମିନି ଅକ୍ସନରେ ଭେଙ୍କଟେଶଙ୍କୁ ଡିଫେଣ୍ଡିଂ ଚାମ୍ପିୟନ ଆରିସିବି ୭ କୋଟି ଟଙ୍କାରେ କିଣିଛି।

Advertisment

ତାଙ୍କୁ ନେବା ପାଇଁ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ଆରସିବି ତାଙ୍କୁ କିଣି ନେଇଛି। ୨୦୨୫ରେ ଆୟରଙ୍କୁ ରେକର୍ଡ ୨୩.୭୫ କୋଟି ଟଙ୍କାରେ କିଣିଥିଲା କୋଲକାତା। କିନ୍ତୁ ସେ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ। ଶେଷରେ ମିନି ଅକ୍ସନ ପୂର୍ବରୁ ଭେଙ୍କଟେଶ ଆୟରଙ୍କୁ ରିଲିଜ କରି ଦେଇଥିଲା କେକେଆର। ଏବେ ସେ ପୂର୍ବ ବର୍ଷ ତୁଳନାରେ ୭୦% କମ ଦାମରେ ଆରସିବିକୁ ଯାଇଛନ୍ତି। 

ଆୟରଙ୍କ ଭଳି ଶ୍ରୀଲଙ୍କାର ଦ୍ରୁତ ବୋଲର ମଥିଶା ପଥିରାଣାଙ୍କ ଠିକଣା ମଧ୍ୟ ବଦଳିଛି। ନିଜର ଆଇପିଏଲ କ୍ୟାରିୟର ଏହି ଯୁବ ବୋଲର ଜଣଙ୍କ ଚେନ୍ନାଇ ସୁପର କିଙ୍ଗସରୁ ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କୁ କୋଲକାତା ୧୮ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ମିନି ଅକ୍ସନ ପୂର୍ବରୁ ପଥିରାଣାଙ୍କୁ ରିଲିଜ କରି ଦେଇଥିଲା ଚେନ୍ନାଇ। ସେ ୨ କୋଟି ଅକ୍ସନ ସ୍ଲାବରେ ରହିଥିଲେ। ତାଙ୍କୁ ନେବା ପାଇଁ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟ ଆଗ୍ରହ ଦେଖାଇଥିଲେ। କିନ୍ତୁ ଶେଷରେ କେକେଆର ତାଙ୍କୁ ୧୮ କୋଟିରେ କିଣିଛି। 

Advertisment

ଅନ୍ୟପକ୍ଷରେ ଇଂଲଣ୍ଡର ଟି-୨୦ ସ୍ପେଶାଲିଷ୍ଟ ଲିଆମ ଲିଭିଙ୍ଗଷ୍ଟୋନକୁ ପ୍ରଥମ ପର୍ଯ୍ୟାୟରେ ନିରାଶ ହେବାକୁ ପଡ଼ିଛି। ସେ ଅଲରାଉଣ୍ଡ ବର୍ଗର ୨ କୋଟି ସ୍ଲାବରେ ଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ କେହି ବି କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ଯେକୌଣସି ଫ୍ରାଞ୍ଚାଇଜ କିଣିବାର ଯଥେଷ୍ଟ ସମ୍ଭାବନା ରହିଛି। ରଚିନ ରବୀନ୍ଦ୍ର ଓ ଗସ ଅଟକିନସନଙ୍କୁ ମଧ୍ୟ କେହି କିଣି ନାହାନ୍ତି। 

ୱିକେଟ କିପର ବର୍ଗରେ କେବଳ ଫିନ ଆଲେନ ଓ କ୍ୱିଣ୍ଟନ ଡି’କକ କିଣା ହୋଇ ପାରିଛନ୍ତି। ଡି’କକଙ୍କୁ ବେସ ପ୍ରାଇସ ୧ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସହ ସାମିଲ କରିଛି। ସେହିପରି ସମସ୍ତଙ୍କୁ ଚକିତ କରି ନ୍ୟୁଜିଲ୍ୟାଣ୍ଡର ଫିନ ଆଲେନଙ୍କୁ କେକେଆର ୨ କୋଟି ଟଙ୍କାରେ କିଣିଛି।

ଆଲେନଙ୍କ ପୂର୍ବରୁ ଜନ୍ନି ବେୟାରଷ୍ଟୋ, ରହମନୁଲ୍ଲା ଗୁରବାଜ ଓ ଜେମି ସ୍ମିଥଙ୍କ ଭଳି ୱିକେଟ କିପର ଅକ୍ସନ ଟେବୁଲକୁ ଆସିଥିଲେ ହେଁ କେକେଆର ସେମାନଙ୍କ ପ୍ରତି ଆଗ୍ରହ ଦେଖାଇ ନଥିଲା। କିନ୍ତୁ ଫିନ ଆଲେନଙ୍କୁ ଦଳ କିଣିଛି। ବେନ ଡକେଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟ କିପର ବର୍ଗରେ ନିଜ ସହ ୨ କୋଟି ଟଙ୍କାରେ ସାମିଲ କରିଛି। 
ଭାରତୀୟଙ୍କ ମଧ୍ୟରେ କେଏସ୍ ଭରତ ଓ ଦୀପକ ହୁଡ୍ଡାଙ୍କୁ ଏଯାଏ କେହି ବି କିଣି ନାହାନ୍ତି। ତେବେ ୱାଇନିନ୍ଦୁ ହସରଙ୍ଗାକୁ ବେସ୍‌ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ। 

IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe