Advertisment

ମୋଦି ଷ୍ଟାଡିୟମରେ ଟସ୍ ଜିତିଲେ ମୋର୍ଗାନ୍, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଅହମ୍ମଦାବାଦ: ୨୦ଟି ମ୍ୟାଚ୍ ପରେ ଆଜିଠାରୁ ନୂଆ ଭେନ୍ୟୁରେ ଆଇପିଏଲର ପରବର୍ତ୍ତୀ ମୁକାବିଲା ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୨୧ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ପଞ୍ଜାବ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ କେକେଆର୍ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ପଞ୍ଜାବ […]

ମୋଦି ଷ୍ଟାଡିୟମରେ ଟସ୍ ଜିତିଲେ ମୋର୍ଗାନ୍, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

IPL-match-21

Advertisment

ଅହମ୍ମଦାବାଦ: ୨୦ଟି ମ୍ୟାଚ୍ ପରେ ଆଜିଠାରୁ ନୂଆ ଭେନ୍ୟୁରେ ଆଇପିଏଲର ପରବର୍ତ୍ତୀ ମୁକାବିଲା ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୨୧ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ପଞ୍ଜାବ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

Advertisment

ଏହି ମ୍ୟାଚରେ କେକେଆର୍ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ପଞ୍ଜାବ ଟିମରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର୍ ଫାବିଆନ୍ ଆଲେନଙ୍କ ସ୍ଥାନରେ ପେସର୍ କ୍ରିସ୍ ଜୋର୍ଡାନଙ୍କୁ ସାମିଲ୍‌ କରାଯାଇଛି।

ସୂଚନାଯୋଗ୍ୟ, ପଞ୍ଜାବ କିଙ୍ଗସ ତା'ର ଶେଷ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ତେବେ କେକେଆର୍ ତା'ର ପୂର୍ବ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ।

Advertisment

ପଞ୍ଜାବ କିଙ୍ଗସ୍: ଲୋକେଶ ରାହୁଲ୍ (କ୍ୟାପଟେନ୍, ୱିକେଟକିପର), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ମୋଜେସ୍ ହେନରିକ୍ସ, ଶାହରୁଖ୍ ଖାନ୍, କ୍ରିସ୍ ଜୋର୍ଡାନ୍, ରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

କେକେଆର୍: ନୀତୀଶ ରାଣା, ଶୁବମନ୍ ଗିଲ୍, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ସୁନୀଲ ନରିନ୍, ଆନ୍ଦ୍ରେ ରସେଲ୍, ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ଶିବମ୍ ମାଭି, ପ୍ରସିଦ୍ଧ କୃଷ୍ଣ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe