Advertisment

ଭେଙ୍କଟେଶ ଆୟର ନୁହନ୍ତି, ୧.୫ କୋଟିରେ କିଣା ହୋଇଥିବା ଖେଳାଳି ହେବେ କେକେଆର ଅଧିନାୟକ!

ଭେଙ୍କଟେଶ ଆୟର ନୁହନ୍ତି, ବରଂ କେକେଆର ମାତ୍ର ୧.୫ କୋଟି ଟଙ୍କାରେ କିଣିଥିବା ଖେଳାଳିଙ୍କୁ ୨୦୨୫ ସଂସ୍କରଣରେ କ୍ୟାପ୍ଟେନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
KKR

KKR

Advertisment

ଆଇପିଏଲ ୨୦୨୪ରେ ଚାମ୍ପିୟନ ହୋଇଥିବା କୋଲକାତା ନାଇଟ ରାଇଡର୍ସ(କେକେଆର) ମେଗା ନିଲାମରେ ଭେଙ୍କଟେଶ ଆୟରଙ୍କୁ ରେକର୍ଡ ୨୩.୭୫ ଲକ୍ଷ ଟଙ୍କା ଦେଇ ପୁଣିଥରେ ନିଜ ସହ ସାମିଲ କରିଛି।

Advertisment

ପ୍ରାଞ୍ଚାଇଜ ପାଖରେ ଗତବର୍ଷର ଅଧିନାୟକ ଶ୍ରେୟସ ଆୟର ନଥିବାରୁ ଭେଙ୍କଟେଶ ଅଧିନାୟକ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଭେଙ୍କଟେଶ ଆୟର ନୁହନ୍ତି, ବରଂ କେକେଆର ମାତ୍ର ୧.୫ କୋଟି ଟଙ୍କାରେ କିଣିଥିବା ଖେଳାଳିଙ୍କୁ ୨୦୨୫ ସଂସ୍କରଣରେ କ୍ୟାପ୍ଟେନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ୨୦୨୫ରେ କେକେଆରର ନେତୃତ୍ୱ ନେବା ତାଲିକାର ୧ନଂ ସ୍ଥାନରେ ଅଜିଙ୍କ୍ୟ ରାହାଣେ ରହିଛନ୍ତି। ଦଳର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ହିଁ ତାଙ୍କୁ ପ୍ରାଞ୍ଚାଇଜ ବେସ ପ୍ରାଇସ ୧.୫ କୋଟିରେ କିଣିଛି। ପ୍ରଥମ ରାଉଣ୍ଡରେ ରାହାଣେଙ୍କୁ କେହି ବି କିଣିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କେକେଆର କିଣିଛି। ଏବେ ରାହାଣେ କେକେଆରର ନେତୃତ୍ୱ ନେବେ ବୋଲି କୁହାଯାଉଛି।

Advertisment

ରାହାଣେଙ୍କ ପାଖରେ କ୍ୟାପ୍ଟେନ୍ସିର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଦଳର ନେତୃତ୍ୱ କ୍ରିକେଟର ଭିନ୍ନଭିନ୍ନ ଫର୍ମାଟରେ ନେଇଛନ୍ତି। ଭାରତୀୟ ଟିମର ପୂର୍ଣ୍ଣକାଳୀନ କ୍ୟାପ୍ଟେନଙ୍କ ଅନୁପସ୍ଥିତିରେ ସେ ଅନେକ ଥର ବେଶ ଚମତ୍କାର ସହ ନେତୃତ୍ୱ ନେବାର ନଜିର ରହିଛି। ରାହାଣେ ଏବେ ମୁମ୍ବାଇ ରଣଜୀ ଟିମର କ୍ୟାପ୍ଟେନ ରହିଛନ୍ତି। ୨୦୧୮ ଓ ୨୦୧୯ରେ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ଭାବେ କାମ କରିଥିଲେ।

ଅକ୍ସନରେ କେକେଆର ଅନ୍ୟ କୌଣସି କ୍ୟାପ୍ଟେନ ହେବାର ଅଭିଜ୍ଞତା ରଖିଥିବା ଖେଳାଳିଙ୍କୁ କିଣି ନଥିବାରୁ ରାହାଣେ ହିଁ ନେତୃତ୍ୱ ନେବେ ବୋଲି ଏକପ୍ରକାରର ସ୍ପଷ୍ଟ ହୋଇଛି।

କେକେଆର ସହ ଜଡ଼ିତ ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ “ହଁ, ବର୍ତ୍ତମାନ ସମୟରେ ଅଜିଙ୍କ୍ୟ ରାହାଣେ କ୍ୟାପ୍ଟେନ ହେବା ୯୦% ନିଶ୍ଚିତ। ତାଙ୍କୁ କେକେଆର କେବଳ କ୍ୟାପ୍ଟେନ କରିବା ଉଦ୍ଦେଶ୍ୟରେ ମେଗା ଅକ୍ସନରେ କିଣିଛି।”

ମେଗା ଅକ୍ସନ ବେଳେ ଭେଙ୍କଟେଶ ଆୟରଙ୍କୁ କେକେଆର ୨୩.୭୫ କୋଟି ଟଙ୍କାରେ କିଣିଥିଲା। ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ଭେଙ୍କଟେଶ ଏତେ ପରିମାଣର ଟଙ୍କା ପାଇ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଏଥିସହ ସେ କେକେଆରର ନେତୃତ୍ୱ ନେବାକୁ ମଧ୍ୟ ପ୍ରସ୍ତୁତ ଥିବା ନିଜ ଆଡ଼କୁ କହିଥିଲେ।

ହେଲେ ପ୍ରାଞ୍ଚାଇଜ ଅଲଗା ମୁଡରେ ରହିଛି। କେକେଆର ପକ୍ଷରୁ ରାହାଣେଙ୍କୁ ଅଧିନାୟକ ଓ ଭେଙ୍କଟେଶ ଆୟରଙ୍କୁ ଉପ ଅଧିନାୟକ କରାଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ରାହାଣେ ତାଙ୍କ ଡେପୁଟିଙ୍କୁ ପରବର୍ତ୍ତୀ ସଂସ୍କରଣ ପାଇଁ ପୂର୍ଣ୍ଣକାଳୀନ କ୍ୟାପ୍ଟେନ ଭାବେ ଗଢ଼ି ତୋଳିବାରେ ମଧ୍ୟ ସମର୍ଥ ହେବେ।

୨୦୧୮ ଓ ୨୦୧୯ରେ ରାହାଣେ ରାଜସ୍ଥାନ ରୟାଲ୍ସର ୨୪ଟି ମ୍ୟାଚରେ ନେତୃତ୍ୱ ନେଇଥିଲେ। କିନ୍ତୁ ରାଜସ୍ଥାନ ଏହି ୨୪ଟି ମ୍ୟାଚରୁ କେବଳ ୯ଟିରେ ଜିତି ପାରିଥିଲା।

IPL Ajinkya Rahane KKR IPL 2025 Venkatesh Iyer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe