Advertisment

ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ ଫିଲ ସଲ୍ଟ୍‌

ପ୍ରଥମେ ଇଂଲଣ୍ଡ ମାତ୍ର ୪୭ ରନରେ ଓମାନକୁ ଅଲଆଉଟ କରିଥିଲା। ଏହାପରେ ଧାର୍ଯ୍ୟ ଟାର୍ଗେଟକୁ ୩.୧ ଓଭରରେ ହାସଲ କରି ନେଇଥିଲା।

Phil Salt

Phil Salt

Advertisment

ଓମାନ ବିପକ୍ଷ ସହଜ ଓ ବଡ଼ ବିଜୟ ପରେ ଇଂଲଣ୍ଡ ଟି-୨୦ ବିଶ୍ୱକପର ସୁପର ୮ରେ ପ୍ରବେଶ କରିବା ଏକପ୍ରକାରର ନିଶ୍ଚିତ ହୋଇଯାଇଛି। ଏଯାଏ ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ୧ ପଏଣ୍ଟ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ବିଜୟ ନିହାତି ଜରୁରୀ ଥିଲା। ଦଳ ଅଷ୍ଟ୍ରେଲିଆ ଠାରୁ ହାରିଥିବା ବେଳେ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇ ଯାଇଥିଲା।

Advertisment

ତେବେ ଦଳ ବାଉନ୍ସ ବ୍ୟାକ କରିବା ସହ ଓମାନ ବିପକ୍ଷରେ ୮ ୱିକେଟରେ ବିଜୟ ହାସଲ କରିଛି। ପ୍ରଥମେ ଇଂଲଣ୍ଡ ମାତ୍ର ୪୭ ରନରେ ଓମାନକୁ ଅଲଆଉଟ କରିଥିଲା। ଏହାପରେ ଧାର୍ଯ୍ୟ ଟାର୍ଗେଟକୁ ୩.୧ ଓଭରରେ ହାସଲ କରି ନେଇଥିଲା।

୪୮ ରନର ଟାର୍ଗେଟକୁ ପିଛା କରିବା ପରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟର ତଥା ଆଇପିଏଲରେ କେକେଆର ପାଇଁ ଖେଳୁଥିବା ଫିଲ ସଲ୍ଟ ଇତିହାସ ରହିଛନ୍ତି। ସେ ଇଂଲଣ୍ଡ ଇଂନିସର ପ୍ରଥମ ଦୁଇଟି ବଲରେ ୨ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଦୁଇ ବଲରେ ଦୁଇଟି ଛକା ମାରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏପରି ରେକର୍ଡ କରି ନଥିଲେ।

Advertisment

ଇଂଲଣ୍ଡ ବିଶ୍ୱକପରେ ଯେଉଁ ଭଳି ବିଜୟ ଚାହୁଁଥିଲା, ଦଳକୁ ଓମାନ ବିପକ୍ଷରେ ସେମିତି ଫଳ ମିଳିଛି। ଗ୍ରୁପ ବି’ରେ ଏବେ ଇଂଲଣ୍ଡର ରନରେଟ +୩.୦୮୧ ହୋଇ ଯାଇଛି। ସ୍କଟଲ୍ୟାଣ୍ଡ +୨.୧୬୪ ସହ ତୃତୀୟ ସ୍ଥାନରେ ରହିଛି।

ଯଦି ଇଂଲଣ୍ଡ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନାମ୍ବିଆକୁ ହରାଇ ଦେଉଛି ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ କୌଣସି ପଏଣ୍ଟ ପାଉ ନାହିଁ, ତା’ହେଲେ ଇଂଲଣ୍ଡ ସୁପର ୮ରେ ପ୍ରବେଶ କରିଯିବ।

ଓମାନ ବିପକ୍ଷରେ ପ୍ରଥମେ ବୋଲିଂ କରୁଥିବା ଇଂଲଣ୍ଡ ପାଇଁ ଜୋଫ୍ରା ଆର୍ଚର ଓ ମାର୍କ ଉଡ ଦମ ଦେଖାଇ ୩ଟି ଲେଖାଏ ୱିକେଟ ନେଇଥିଲେ। ଆଦିଲ ରଶିଦଙ୍କ ଖାତାକୁ ୪ଟି ୱିକେଟ ଯାଇଥିଲା। ଫଳରେ ଓମାନ ୧୩.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୪୭ ରନ କରିଥିଲା।

ଆର୍ଚର ପାୱାର ପ୍ଲେରେ ୨ଟି ୱିକେଟ ନେବା ସହ ୩.୨ ଓଭରରେ ୧୨ ରନରେ ମୋଟ ୩ ସଫଳତା ପାଇଛନ୍ତି। ଉଡ ଆଜି ଅନ୍ତର୍ଜାତୀୟ ଟି-୨୦ରେ ୫୦ତମ ୱିକେଟ ହାଓଲ କରିଛନ୍ତି। ସେ ମଧ୍ୟ ୧୨ ରନରେ ୩ ୱିକେଟ ଦଖଲ କରିବାକୁ ସକ୍ଷମ ହୋଇଛନ୍ତି। ଆଦିଲ ରଶିଦ ୪ ଓଭରରେ ୧୧ ରନ ଦେଇ ୪ ୱିକେଟ ନେବାକୁ ଓମାନ ୫୦ ରନ ବି କରି ପାରି ନଥିଲା।

୪୮ ରନର ପିଛା କରୁଥିବା ଇଂଲଣ୍ଡ ପାଇଁ ସଲ୍ଟ ପ୍ରଥମ ଦୁଇଟି ବଲରେ ୨ଟି ଛକା ମାରିବା ପରେ ତୃତୀୟ ବଲରେ ଆଉଟ ହୋଇଥିଲା। ସେହିପରି ୱିଲ ଜ୍ୟାକ୍ସ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋଶ ବଟଲର ୮ ବଲରେ ୨୪ ଓ ଜନ୍ନି ବେୟାରଷ୍ଟୋ ୨ ବଲରେ ୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟ କରାଇଥିଲେ।

ଓମାନ ଗ୍ରୁପ ପର୍ଯ୍ୟାୟରେ ତା’ର ୪ଟି ଯାକ ମ୍ୟାଚ୍‌ ଖେଳି ସବୁ ଥିରେ ହାରିଛି।

Phil Salt T20 World Cup T20 Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe