Advertisment

ପୁଣି ହାରିଲା ଲକ୍ଷ୍ନୌ, କେକେଆର୍‌ର ୪ର୍ଥ ବିଜୟ

ଏହା ଲକ୍ଷ୍ନୌର କ୍ରମାଗତ ଦ୍ୱିତୀୟ ପରାଜୟ ହୋଇଥିବା ବେଳେ କେକେଆର ଚଳିତ ଆଇପିଏଲରେ ୪ର୍ଥ ବିଜୟ ହାସଲ କରିଛି।

KKR

KKR

Advertisment

ଇଡେନ ଗାର୍ଡେନ୍ସରେ ଘରୋଇ ଟିମ କୋଲକାତା ନାଇଟ ରାଇଡର୍ସ(କେକେଆର)ର ବଡ଼ ବିଜୟ। ଆଜି ଦଳ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି। ଏହା ଲକ୍ଷ୍ନୌର କ୍ରମାଗତ ଦ୍ୱିତୀୟ ପରାଜୟ ହୋଇଥିବା ବେଳେ କେକେଆର ଚଳିତ ଆଇପିଏଲରେ ୪ର୍ଥ ବିଜୟ ହାସଲ କରିଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ରାହୁଲଙ୍କ ୩୯ ଓ ନିକୋଲସ ପୂରନଙ୍କ ୪୫ ରନ ବଳରେ ୭ ୱିକେଟ ହରାଇ ୧୬୧ ରନ କରିଥିଲା। ଏହାର ଜବାବରେ କେକେଆର ୨୬ ବଲ ପୂର୍ବରୁ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

୧୬୨ ରନର ଟାର୍ଗେଟ ପାଇଥିବା କେକେଆର ଆରମ୍ଭରୁ ସୁନିଲ ନାରିନ(୬) ଓ ଅଙ୍ଗରିଶ ରଘୁବଂଶୀ(୭)ଙ୍କୁ ହରାଇଥିଲା। କିନ୍ତୁ ଫିଲ ସଲ୍ଟଙ୍କ ୪୭ ବଲରେ ଅପରାଜିତ ୮୯ ଓ ଅଧିନାୟକ ଶ୍ରେୟସ ଆୟରଙ୍କ ୩୮ ବଲରେ ଅପରାଜିତ ୩୮ ରନ ବଳରେ କେକେଆର୍‌ ଦମଦାର ବିଜୟ ହାସଲ କରି ନେଇଛି।

Advertisment

ବିସ୍ଫୋରକ ଇନିଂସ ପାଇଁ ସଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଆଜି ଲକ୍ଷ୍ନୌ ପାଇଁ ଇଣ୍ଡିଜ ତାରକା ଶମର ଯୋଶେଫ ଡେବ୍ୟୁ କରିଥିଲେ। କିନ୍ତୁ ସେ ୪ ଓଭରରେ ୪୭ ରନ ଦେଇଛନ୍ତି। ସେହିପରି କୌଣସି ୱିକେଟ ପାଇ ନାହାନ୍ତି। ଲକ୍ଷ୍ନୌର ୧ ମାତ୍ର ବୋଲର ଭାବେ ମୋହଶିନ ଖାନ ୨ଟି ସଫଳତା ପାଇଛନ୍ତି।

ଏହାପୂର୍ବରୁ କେକେଆର ତା’ର ବୋଲିଂରେ ମଧ୍ୟ ଜଲୱା ଦେଖାଇଥିଲା। ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ଟି ୱିକେଟ ନେଇଥିଲେ। ସେହିପରି ବୈଭବ ଅରୋରା, ସୁନିଲ ନାରିନ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ର ରସେଲଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ନାରିନ ୪ ଓଭରରେ ମାତ୍ର ୧୭ ରନ ଦେଇଥିଲେ।

IPL IPL 2024 LSG KKR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe