Advertisment

ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପୁଣିଥରେ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ କେକେଆର ଟିମ୍ ଅପରିବର୍ତ୍ତିତ ରହିଛି। ତେବେ ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏଦାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଓପ୍ନର […]

ଅଦ୍ୟତନ ହୋଇଛି
ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

IPL-match-5

Advertisment

ଚେନ୍ନାଇ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପୁଣିଥରେ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ କେକେଆର ଟିମ୍ ଅପରିବର୍ତ୍ତିତ ରହିଛି।

Advertisment

ତେବେ ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏଦାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଓପ୍ନର କ୍ରିସ୍ ଲିନ୍ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ନିୟମିତ ଓପ୍ନର କ୍ୱିଣ୍ଟନ୍ ଡି’କକ୍ ବ୍ୟାକ୍ କରିଛନ୍ତି।

https://twitter.com/IPL/status/1381965081139814410?s=20

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ନିକଟରୁ ପରାସ୍ତ ହୋଇଥିଲା। ସେହିପରି କେକେଆର୍ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଭିଯାନ ଆରମ୍ଭ କରିଛି।

Advertisment

ଚୂଡ଼ାନ୍ତ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, ଈଶାନ୍ କିଶନ୍, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ରାହୁଲ ଚହର୍, ମାକ୍ରୋ ଜାନସେନ୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।

କୋଲାକାତ ନାଇଟ୍ ରାଇଡର୍ସ: ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ, ସାକିବ୍ ଅଲ୍ ହାସନ୍, ପ୍ୟାଟ୍ କମିନ୍ସ, ହରଭଜନ ସିଂହ, ବରୁନ୍ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe