Advertisment

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ସିରିଜରୁ ଦୁଇ ଷ୍ଟାର୍ ଖେଳାଳି ଆଉଟ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍ ଓ ସ୍ପିନର ଅକ୍ଷର ପଟେଲ୍ ଆହତ କାରଣରୁ ଟି-୨୦ ସିରିଜ୍ ବାଦ୍ ପଡ଼ିଛନ୍ତି। ଶୁକ୍ରବାର ବିସିସିଆଇ ଏହି ସୂଚନା ଦେଇଛି। ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାଇସ-କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଷ୍ଟ୍ରେନ ହାମଷ୍ଟ୍ରିଙ୍ଗରେ ସମସ୍ୟା ଥିଲା, ଯେଉଁ କାରଣରୁ ସେ ଟି-୨୦ ସିରିଜରୁ ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ କରୋନାରୁ ସୁସ୍ଥ […]

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ସିରିଜରୁ ଦୁଇ ଷ୍ଟାର୍ ଖେଳାଳି ଆଉଟ୍

rahul-and-axar

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍ ଓ ସ୍ପିନର ଅକ୍ଷର ପଟେଲ୍ ଆହତ କାରଣରୁ ଟି-୨୦ ସିରିଜ୍ ବାଦ୍ ପଡ଼ିଛନ୍ତି। ଶୁକ୍ରବାର ବିସିସିଆଇ ଏହି ସୂଚନା ଦେଇଛି।

Advertisment

ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାଇସ-କ୍ୟାପଟେନ୍ ଲୋକେଶ ରାହୁଲଙ୍କୁ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଷ୍ଟ୍ରେନ ହାମଷ୍ଟ୍ରିଙ୍ଗରେ ସମସ୍ୟା ଥିଲା, ଯେଉଁ କାରଣରୁ ସେ ଟି-୨୦ ସିରିଜରୁ ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେବା ପରେ ଅକ୍ଷର ପଟେଲ୍ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ମଧ୍ୟ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।

ଦୁଇ ଖେଳାଳି ଏବେ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଯୋଗଦେବେ। ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ବର୍ତ୍ତମାନ ଏନସିଏର ଡାଇରେକ୍ଟର ଅଛନ୍ତି। ଲୋକେଶ ରାହୁଲ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ୍ ଓ ଦୀପକ ହୁଡାଙ୍କୁ ଟି-୨୦ ସିରିଜ୍ ପାଇଁ ଟିମରେ ସାମିଲ୍ କରାଯାଇଛି।

Advertisment

https://twitter.com/BCCI/status/1492117409138081792?s=20&t=xjf-VdYSzxTUy5rCd3oRVw

ସୂଚନାଯୋଗ୍ୟ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୧୬, ଦ୍ୱିତୀୟ ମ୍ୟାଚ୍ ୧୮ ଓ ତୃତୀୟ ମୁକାବିଲା ୨୦ ତାରିଖରେ ଖେଳାଯିବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ହେବ।

ଟିମ୍ ଇଣ୍ଡିଆ ଟି-୨୦ ସ୍କ୍ୱାଡ୍: ରୋହିତ୍ ଶର୍ମା (କ୍ୟାପଟେନ୍), ଈଶାନ କିଶନ, ବିରାଟ୍ କୋହଲି, ଶ୍ରେୟସ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ୍, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ୍, ଋତୁରାଜ ଗାଏକ୍ୱାଡ୍, ଦୀପକ ହୁଡା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe