Advertisment

ଅଧିନାୟକ ପଦକୁ ନେଇ ବଡ଼ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ

ଅକ୍ଷର ପଟେଲଙ୍କୁ ଦିଲ୍ଲୀ ମେଗା ଅକ୍ସନ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ରିଟେନ କରିଥିଲା। ଅକ୍ସନର ପ୍ରଥମ ଦିନରେ ଦିଲ୍ଲୀ କେଏଲ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି।

DC

DC

Advertisment

ଆଇପିଏଲ ପ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୨୦୨୫ ସଂସ୍କରଣରେ କିଏ ଅଧିନାୟକ ହେବେ, ତା’କୁ ନେଇ ବଡ଼ ଘୋଷଣା କରାଯାଇଛି। ଅଧିନାୟକ ପଦ ହାସଲ କରିବା ଦୌଡ଼ରେ ଅକ୍ଷର ପଟେଲଙ୍କ ସହ କେଏଲ ରାହୁଲ ରହିଛନ୍ତି।

Advertisment

ଅକ୍ଷର ପଟେଲଙ୍କୁ ଦିଲ୍ଲୀ ମେଗା ଅକ୍ସନ ପୂର୍ବରୁ ୧୬.୫୦ କୋଟି ଟଙ୍କାରେ ରିଟେନ କରିଥିଲା। ଅକ୍ସନର ପ୍ରଥମ ଦିନରେ ଦିଲ୍ଲୀ କେଏଲ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି। ତେଣୁ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ଜଣେ ଦିଲ୍ଲୀର କମାଣ ସମ୍ଭାଳିବେ ବୋଲି କୁହାଯାଉଛି।

ଏସବୁ ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର କୋ-ଓନର ପାର୍ଥ ଜିନ୍ଦଲ ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ୨୦୨୫ ଆଇପିଏଲରେ ଦିଲ୍ଲୀର ନେତୃତ୍ୱ କେଏଲ ରାହୁଲ ଓ ଅକ୍ଷର ପଟେଲ ନେବେ। ଉଭୟଙ୍କ ଦିଗଦର୍ଶନରେ ଯୁବ ଖେଳାଳିମାନେ ଆଇପିଏଲ ୨୦୨୫ର ମ୍ୟାଚ୍‌ ଗୁଡ଼ିକ ଖେଳିବେ ବୋଲି ସେ କହିଛନ୍ତି।

Advertisment

ଜିନ୍ଦଲ ଗୋଟିଏ ପ୍ରେସ ବିବୃତିରେ କହିଛନ୍ତି, ଆମେ ଟପ ଅର୍ଡରରେ ସ୍ଥିରତା ଚାହୁଁଛୁ। ଆମକୁ ଏମିତି ଜଣେ ଖେଳାଳି ଦରକାର ଥିଲେ, ଯିଏ ଇନିଂସକୁ ଆଗକୁ ନେଇପାରିବେ। କେଏଲ ରାହୁଲଙ୍କ ଆଇପିଏଲ ରେକର୍ଡ କହୁଛି ଯେ ସେ ସ୍ଥିରତା ଦେଖାଇ ସବୁ ସଂସ୍କରଣରେ ୪୦୦ରୁ ଅଧିକ ରନ କରିଛନ୍ତି।

କୋଟଲା ୱିକେଟ ତାଙ୍କ ଖେଳକୁ ବେସ ସୁହାଇବ। ଆମେ ତାଙ୍କ ପାଇଁ ବେଶ ଉତ୍ସାହିତ। ଆମ ପାଖରେ ଗୋଟିଏ ଯୁବ ବ୍ୟାଟିଂ ଲାଇନ ଅପ ରହିଛି। ଉଭୟ କେଏଲ ଓ ଅକ୍ଷର ସେମାନଙ୍କ ନେତୃତ୍ୱ ନେବେ ଓ ସେମାନଙ୍କୁ ବାଟ ଦେଖାଇବେ। କେଏଲଙ୍କ ବ୍ୟାଟିଂ ଓ ଅଭିଜ୍ଞତା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।”

ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ କିଏ ହେବେ, ସେନେଇ ଜିନ୍ଦଲ କିଛି ବି ସ୍ପଷ୍ଟ ଭାବେ କହି ନାହାନ୍ତି। ତଥାପି ରାହୁଲ ଦିଲ୍ଲୀର କମାଣ ସମ୍ଭାଳିବେ ବୋଲି କୁହାଯାଉଛି।

IPL 2025 IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe