Advertisment

ରାହୁଲ ଓ ଗାଏକ୍ୱାଡଙ୍କ ଉପରେ ଲାଗିଲା ମୋଟା ଅଙ୍କର ଜୋରିମାନା

ଘରୋଇ ପରିବେଶରେ ଖେଳୁଥିବା ଲକ୍ଷ୍ନୌ ବେଶ ସହଜରେ ଚେନ୍ନାଇକୁ ଗତକାଲି ୮ ୱିକେଟରେ ପରାସ୍ତ କରିଥିଲା।

KL Rahul

KL Rahul

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେଏଲ ରାହୁଲ ଓ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉପରେ ଲାଗିଛି ମୋଟ ଅଙ୍କର ଜୋରିମାନା। ଲକ୍ଷ୍ନୌରେ ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ ଉଭୟ ଦଳ ଧିମା ବୋଲିଂ କରିଥିଲେ। ତେଣୁ ସ୍ଲୋ ଓଭର ରେଟ୍‌ ପାଇଁ ବିସିସିଆଇ ଉଭୟଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଲଗାଇଛି।

Advertisment

ଘରୋଇ ପରିବେଶରେ ଖେଳୁଥିବା ଲକ୍ଷ୍ନୌ ବେଶ ସହଜରେ ଚେନ୍ନାଇକୁ ଗତକାଲି ୮ ୱିକେଟରେ ପରାସ୍ତ କରିଥିଲା। କିନ୍ତୁ ମନ୍ଥର ବୋଲିଂ ହାର ପାଇଁ ଉଭୟ ଦଳର ଅଧିନାୟକଙ୍କ ଉପରେ ଫାଇନ୍‌ ଲାଗୁ କରାଯାଇଛି।

ପ୍ରଥମଥର ପାଇଁ ରାହୁଲ ଓ ଗାଏକ୍ୱାଡଙ୍କ ଦଳ ମନ୍ଥର ବୋଲିଂ ମାମଲାର ସାମ୍ନା କରିଛନ୍ତି। ଏହା ଆଇପିଏଲର ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି। ତଥାପି ପ୍ରଥମଥର ପାଇଁ ଏପରି ହୋଇଥିବାରୁ ରାହୁଲ ଓ ଗାଏକ୍ୱାଡଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଲାଗୁ କରାଯାଇଛି। ଆଗକୁ ଏପରି ଘଟଣା ଘଟିଲେ ଅଧିନାୟକଙ୍କ ସମେତ ପୂରା ଟିମ ଉପରେ ଜୋରିମାନା ଲାଗୁ କରାଯିବ ବୋଲି ବିସିସିଆଇ ଗୋଟିଏ ବିବୃତିରେ କହିଛି।

Advertisment

ଲକ୍ଷ୍ନୌରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୫୭ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୨୮ ଓ ମୋଇନ ଅଲୀଙ୍କ ୩୦ ରନ ବଳରେ ଦଳ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରି ପାରିଥିଲା। କିନ୍ତୁ କେଏଲ ରାହୁଲଙ୍କ ୮୨, କ୍ୱିଣ୍ଟନ ଡି’କକଙ୍କ ୫୪ ରନ ବଳରେ ଲକ୍ଷ୍ନୌ ୬ ବଲ ପୂର୍ବରୁ ମାତ୍ର ୨ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

IPL KL Rahul CSK IPL 2024 LSG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe