/odisha-reporter/media/post_attachments/uploads/2022/01/rahul-and-iyer.jpg)
rahul-and-iyer
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ମିଳିଛି ନୂଆ ଦିନିକିଆ କ୍ୟାପଟେନ୍। ଲୋକେଶ ରାହୁଲ ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍ ପଦ ସମ୍ଭାଳିଛନ୍ତି। ବୁଧବାର ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତର ନେତୃତ୍ୱ ନେଉଛନ୍ତି। ଏଥିସହ ସେ ଭାରତର ୨୬ତମ ଦିନିକିଆ କ୍ୟାପଟେନ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କ ସ୍ଥାନରେ ରାହୁଲଙ୍କୁ କ୍ୟାପଟେନ୍ କରାଯାଇଛି। ରୋହିତ୍ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଛନ୍ତି।
୧୯୭୪ରେ ଭାରତ ତା’ର ପ୍ରଥମ ଦିନିକିଆ ଖେଳିଥିଲା। ଏହି ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଅଜିତ୍ ୱାଡକର। ୱାଡକରଙ୍କୁ ମାତ୍ର ୨ଟି ମ୍ୟାଚରେ କ୍ୟାପଟେନ୍ସି କରିବାର ସୁଯୋଗ ମିଳିଥିଲା। ଭାରତର ଦ୍ୱିତୀୟ ଦିନିକିଆ କ୍ୟାପଟେନ୍ ଏସ ଭେଙ୍କଟରାଘବନ୍ ଥିଲେ, ଯିଏ ୧୯୭୫ରୁ ୧୯୭୯ ଆୟୋଜିତ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ।
https://twitter.com/BCCI/status/1483717312712933377?s=20
ଏହା ପରେ ବିଶନ୍ ସିଂହ ବେଦୀ, ସୁନୀଲ ଗାଭାସ୍କର, ଗୁଣ୍ଡପ୍ପା ବିଶ୍ୱନାଥ, କପିଲ୍ ଦେବ, ମହମ୍ମଦ ଆଝାରୁଦ୍ଦିନ କ୍ୟାପଟେନ୍ ହୋଇଥିଲେ। କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ବିଶ୍ୱକପ୍ ଜିତିଥିବା ବେଳେ ଆଝାରୁଦ୍ଦିନ (୧୭୪) ଭାରତର ପ୍ରଥମ କ୍ୟାପଟେନ୍ ଭାବେ ୧୦୦ରୁ ଅଧିକ ଦିନିକିଆରେ ନେତୃତ୍ୱ ନେଇଛନ୍ତି। ତେବେ ମହେନ୍ଦ୍ର ସିଂ ଧୋନି ରେକର୍ଡ ୨୦୦ ଦିନିକିଆ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି। କୋହଲି ମାତ୍ର ୯୫ ଦିନିକିଆରେ ଭାରତର କ୍ୟାପଟେନ୍ସି କରିଛନ୍ତି। କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ କ୍ୟାପଟେନ୍ କରାଯାଇଛି। ରୋହିତ୍ ଫିଟ୍ ହେବା ପରେ ପୁଣି ରାହୁଲଙ୍କ ସ୍ଥାନ ନେବେ। ଆଉ ରାହୁଲ୍ ସେତେବେଳେ ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ତୁଲାଇବେ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ଦିନିକିଆରେ ଘରୋଇ ଦଳର କ୍ୟାପଟେନ୍ ତେମ୍ବା ବାଭୁମା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭେଙ୍କଟେଶ ଆୟର ପଦାର୍ପଣ କରିଛନ୍ତି। ଏହା ପୂର୍ବରୁ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିସାରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ସ୍କ୍ୱାଡରେ ମାର୍କୋ ଜାନସେନ୍ ମଧ୍ୟ ଦିନିକିଆ ପଦାର୍ପଣ କରିଛନ୍ତି। ଜାନସେନ୍ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
