Advertisment

ଏସିଆ କପ: ପାକିସ୍ତାନ ବିପକ୍ଷରେ ଶତକ ମାରିବାରେ ରାହୁଲ ୫ମ ଭାରତୀୟ

ଆଜି ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୧୧ ରନର ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

KL Rahul

KL Rahul

Advertisment

ଟିମ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ଆହତରୁ କମବ୍ୟାକ କରିଥିବା କେଏଲ ରାହୁଲଙ୍କ ଉପରେ ଯେଉଁ ବିଶ୍ୱାସ ଦେଖାଇଥିଲେ, ସେ ତା’କୁ ପ୍ରମାଣ କରି ଦେଖାଇଛନ୍ତି। ସେ ଦୀର୍ଘ ମାସ ପରେ କ୍ରିକେଟ ମୈଦାନକୁ ଫେରିଥିବା ବେଳେ ହାଇଭୋଲଟେଜ ପାକିସ୍ତାନ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି।

Advertisment

ତାଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲା। କିନ୍ତୁ ଆଜି ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୧୧ ରନର ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

ଏହା ରାହୁଲଙ୍କ ଦିନିକିଆରେ ୫ମ ଶତକ। ସେହିପରି ପାକିସ୍ତାନ ବିପକ୍ଷରେ ପ୍ରଥମ ୧୦୦। ଆହତରୁ ଫେରିବା ପରେ ରାହୁଲ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳୁଛନ୍ତି। ଏହି ପ୍ରଥମ ମ୍ୟାଚ୍‌ରେ ହିଁ ସେ ଶତକ ମାରିଛନ୍ତି।

Advertisment

ରାହୁଲ ୫ମ ଭାରତୀୟ ବ୍ୟାଟର ଭାବେ ଏସିଆ କପର ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ବୀରେନ୍ଦ୍ର ସେହୱାଗ, ବିରାଟ କୋହଲି, ଶିଖର ଧୱନ ଓ ରୋହିତ ଶର୍ମା ମଧ୍ୟ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। 

ରାହୁଲଙ୍କ ପରେ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ। ସେ ମାତ୍ର ୮୪ ବଲରେ ଶତକ ହାସଲ କରି ଏକାଧିକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ଦିନିକିଆରେ ୪୭ଟି ଶତକ ହାସଲ କରିବା ସହ ୧୩ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

ଶତକ ହାସଲ କରିଥିବା ଭାରତୀୟ

ବୀରେନ୍ଦ୍ର ସେହୱାଗ-୨୦୦୮ରେ ୧୧୯ ରନ

ବିରାଟ କୋହଲି-୨୦୧୨ରେ ୧୮୩ ରନ

ଶିଖର ଧୱନ-୨୦୧୮ରେ ୧୧୪ ରନ

ରୋହିତ ଶର୍ମା-୨୦୧୮ରେ ୧୧୧ ରନ

କେଏଲ ରାହୁଲ-୨୦୨୩ରେ ଅପରାଜିତ ୧୧୧ ରନ୍‌

Virat Kohli KL Rahul Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe