Advertisment

ରାହୁଲ ଡ୍ରାଭିଡ୍‌ଙ୍କ କ୍ଲବରେ ସାମିଲ ହେଲେ, ରୋହିତଙ୍କୁ ପଛରେ ପକାଇଲେ କେଏଲ ରାହୁଲ

ସେ ୬୪ ବଲରେ ୧୦୨ ରନ କରି ଇନିଂସର ଶେଷ ଓଭରରେ ଆଉଟ ହୋଇଛନ୍ତି। ଏପରି ବିସ୍ଫୋରକ ଶତକ ପରେ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।

KL Rahul

KL Rahul

Advertisment

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ନିଜ ଖେଳ ଜୀବନରେ ଯେଉଁ କୀର୍ତ୍ତିମାନ ହାସଲ କରିଥିଲେ ଏବେ କେଏଲ ରାହୁଲ ସମାନ କାମ କରି ଦେଖାଇଛନ୍ତି। ସେ ଭାରତର ଦ୍ୱିତୀୟ ୱିକେଟ କିପର ବ୍ୟାଟର ଭାବେ କୌଣସି ବିଶ୍ୱକପରେ ଶତକ ହାସଲ କରିଛନ୍ତି। ଆଜି ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ରାହୁଲ ବିସ୍ଫୋରକ ଇନିଂସ ଖେଳିଛନ୍ତି।

Advertisment

ସେ ୬୪ ବଲରେ ୧୦୨ ରନ କରି ଇନିଂସର ଶେଷ ଓଭରରେ ଆଉଟ ହୋଇଛନ୍ତି। ଏପରି ବିସ୍ଫୋରକ ଶତକ ପରେ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।

ଚଳିତ ବିଶ୍ୱକପରେ ଏହା ରାହୁଲଙ୍କ ପ୍ରଥମ ଶତକ ହୋଇଥିବା ବେଳେ ବିଶ୍ୱକପ ଇତିହାସରେ ଦ୍ୱିତୀୟ। ଆଜିର ଶତକ ପରେ ସେ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି।

Advertisment

ଭାରତର ପ୍ରଥମ ୱିକେଟ କିପର ବ୍ୟାଟର ଭାବେ ରାହୁଲ ଡ୍ରାଭିଡ ବିଶ୍ୱକପରେ ଶତକ ହାସଲ କରିଥିଲେ। ୧୯୯୯ ବିଶ୍ୱକପରେ ରାହୁଲ ଡ୍ରାଭିଡ୍‌ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୧୪୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାପରେ ଆଉ କୌଣସି ୱିକେଟ କପିର ବ୍ୟାଟର ଭାରତ ପାଇଁ ବିଶ୍ୱକପରେ ଶତକ ହାସଲ କରି ନଥିଲେ।

ହେଲେ ଆଜି କେଏଲ ରାହୁଲ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ରାହୁଲ ଡ୍ରାଭିଡ ଏବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି। ତାଙ୍କ ଆଗରେ ହିଁ କେଏଲ ରାହୁଲ ଶତକୀୟ ଇନିଂସ ଖେଳିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଭାରତର ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଆଜି ୬୨ ବଲରେ ଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା। ସେ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ୬୩ ବଲରେ ଶତକ ହାସଲ କରିଥିଲେ। 

KL Rahul Rahul Dravid CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe