Advertisment

ଗେଲ୍‌ ଓ ବିରାଟଙ୍କ ରେକର୍ଡ ଭାଙ୍ଗିଲେ କେଏଲ ରାହୁଲ

ରାହୁଲ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଯିଏ ଅଧିନାୟକ ଭାବେ ଆଇପିଏଲରେ ୨ ହଜାର ରନ ପୂରଣ କରିଛନ୍ତି। ୪୭ଟି ଇନିଂସରେ ରାହୁଲ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କେଏଲ ରାହୁଲ ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି। ସେ ଦ୍ରୁତତମ ଖେଳାଳି ଭାବେ ଆଇପିଏଲରେ ୪ ହଜାର ରନ ପୂରଣ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟର ଜଣଙ୍କ ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଉଥିବା ପଞ୍ଜାକ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ଏଥିସହ କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

Advertisment

ଗେଲ ଆଇପିଏଲରେ ୧୧୨ଟି ଇନିଂସ ଖେଳି ୪ ହଜାର ରନ ପୂରଣ କରିଥିଲେ। ରାହୁଲ ୧୦୫ଟି ଇନିଂସରେ ୪ ହଜାର ରନର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। କେବଳ ଗେଲ ନୁହନ୍ତି, ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ରାହୁଲ ଭାଙ୍ଗିଛନ୍ତି। ବିରାଟ ଦ୍ରୁତତମ ଭାରତୀୟ ଭାବେ ଆଇପିଏଲରେ ୪ ହଜାର ରନ ପୂରଣ କରିଥିଲେ। ସେ ୧୨୮ଟି ଇନିଂସ ଖେଳି ୪ ହଜାର ରନ ପୂରଣ କରିଥିଲେ।

ଏହାବାଦ ରାହୁଲ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଯିଏ ଅଧିନାୟକ ଭାବେ ଆଇପିଏଲରେ ୨ ହଜାର ରନ ପୂରଣ କରିଛନ୍ତି। ୪୭ଟି ଇନିଂସରେ ରାହୁଲ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ ଡାଭିଡ ୱାର୍ଣ୍ଣର ରହିଛନ୍ତି। ସେ ଅଧିନାୟକ ଭାବେ ୨ ହଜାର ରନର ମାଇଲଷ୍ଟୋନ ହାସଲ କରିବାକୁ ୪୬ଟି ଇନିଂସର ସହାୟତା ନେଇଥିଲେ। ତେବେ ରାହୁଲ ଏକମାତ୍ର ଆଇପିଏଲ ଅଧିନାୟକ ଯିଏ ୫୦ରୁ ଅଧିକ ହାରରେ ୨ ହଜାର ରନ ପୂରଣ କରିଛନ୍ତି।

Advertisment

ଆଇପିଏଲରେ କେଏଲ ରାହୁଲ ୧୪ତମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ଅନ୍ୟ ୧୩ ବ୍ୟାଟର ହେଲେ ବିରାଟ କୋହଲି, ଶିଖର ଧୱନ, ଡାଭିଡ ୱାର୍ଣ୍ଣର, ରୋହିତ ଶର୍ମା, ସୁରେଶ ରାଇନା, ଏବି ଡିଭିଲିୟର୍ସ, ମହେନ୍ଦ୍ର ସିଂହ ଧୋନି, କ୍ରିସ ଗେଲ, ରବିନ ଉଥାପ୍ପା, ଦୀନେଶ କାର୍ତ୍ତିକ, ଅମ୍ବାତି ରାୟୁଡୁ, ଗୌତମ ଗମ୍ଭୀର ଓ ଅଜିଙ୍କ୍ୟ ରାହାଣେ।

ଆଜି ରାହୁଲ ୭୪ ରନର ଇନିଂସ ଖେଳିବାରୁ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି। ଏବେ ପଞ୍ଜାବ କିଙ୍ଗସ ଏହାକୁ ଚେଜ୍‌ କରୁଛି।

Cricket IPL KL Rahul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe