/odisha-reporter/media/post_attachments/uploadimage/library/16_9/16_9_0/KL_1700393951.jpg)
KL
ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲରେ ଭାରତ ଏବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳୀୟ ସ୍କୋର ୨୦୦ ପାର କରିଥିବା ବେଳେ ଭାରତ ୬ ୱିକେଟ ହରାଇ ସାରିଲାଣି। ଏବେ ଭାରତକୁ କେବଳ ସୂର୍ଯ୍ୟ କୁମାର ଯାଦବ ଭରସା। କାରଣ କେଏଲ ରାହୁଲ ୬୬ ରନ କରି ଆଉଟ ହୋଇଛନ୍ତି। ଏବେ ସୂର୍ଯ୍ୟ କୁମାରଙ୍କୁ ସାଥ ଦେବା ପାଇଁ ମହମ୍ମଦ ଶାମି ଆସିଛନ୍ତି। ରାହୁଲଙ୍କ ୱିକେଟ ମିଚେଲ ଷ୍ଟାର୍କ ନେଇଛନ୍ତି।
ରାହୁଲ ଆଉଟ ହୋଇଥିବାରୁ ଏବେ ସବୁ କିଛି ସୂର୍ଯ୍ୟ କୁମାରଙ୍କ ଉପରେ ନିର୍ଭର କରୁଛି। କାରଣ ସେ ଶେଷ ଯାଏ ରହିଲେ, ଭାରତ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହେବ।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୪୨ ଓଭରରେ ୬ ୱିକେଟ ହରାଇ ୨୦୭ ରନ କରିଛି। ସୂର୍ଯ୍ୟ କୁମାର ୧୪ ରନ କରି ବ୍ୟାଟିଂ କରୁଛନ୍ତି। ଏବେ ବି ଭାରତର ଇନିଂସ ଶେଷ ହେବାକୁ ଆହୁରି ୮ ଓଭର ବାକି ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ବିରାଟ କୋହଲି ୫୪ ରନ କରିଥିବା ବେଳେ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଛନ୍ତି। ଶୁବମନ ଗିଲ ଓ ଶ୍ରେୟସ ଆୟର ଆଜି ସମସ୍ତଙ୍କୁ ନିରାଶ କରି କେବଳ ୪ ରନ ଲେଖାଏ କରିଛନ୍ତି।
ପ୍ରମୋସନ ପାଇ ସୂର୍ଯ୍ୟ କୁମାରଙ୍କ ଆଗରେ ବ୍ୟାଟିଂ କରିବାକୁ ଆସିଥିବା ଲୋକାଲ ବୟ ରବୀନ୍ଦ୍ର ଜାଡେଜା ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ୧୭୮ ରନରେ ଭାରତ ୫ମ ୱିକେଟ ହରାଇଥିଲା। ଏହାପରେ ରାହୁଲ ଓ ସୂର୍ଯ୍ୟ କୁମାର ଦଳୀୟ ସ୍କୋରକୁ ୨୦୩ରେ ପହଞ୍ଚାଇଥିଲେ। ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୬୬ ରନ କରି ଆଉଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
