Advertisment

୩୧ ଲକ୍ଷ ଟଙ୍କା ଦେଲେ, ବାଳକର ଜୀବନ ବଞ୍ଚାଇଲେ ରାହୁଲ୍

ନୂଆଦିଲ୍ଲୀ: ହୃଦୟ ଜିଣିଲେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟର୍ ଲୋକେଶ ରାହୁଲ। କ୍ରିକେଟ୍‌ ମଇଦାନରେ ଶାନ୍ତ ରହୁଥିବା ରାହୁଲ ମଇଦାନ ବାହାରେ ଏକ ମହାନ କାମ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକର ଅସ୍ତ୍ରୋପଚାର ପାଇଁ ରାହୁଲ ବଡ଼ ସହାୟତା କରିଛନ୍ତି। ବାଳକଟି ଅପ୍ଲାଷ୍ଟିକ ଏନିମିଆ ଭଳି ବିରଳ ରୋଗରେ ଆକ୍ରାନ୍ତ ଥିଲା ଏବଂ ଏହାର ତୁରନ୍ତ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମଟି)ର ଆବଶ୍ୟକ ଥିଲା। କିନ୍ତୁ ପରିବାର ପାଖରେ ସର୍ଜରୀ […]

author-image
Ranjit Kumar Jena
୩୧ ଲକ୍ଷ ଟଙ୍କା ଦେଲେ, ବାଳକର ଜୀବନ ବଞ୍ଚାଇଲେ ରାହୁଲ୍

rahul

ନୂଆଦିଲ୍ଲୀ: ହୃଦୟ ଜିଣିଲେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟର୍ ଲୋକେଶ ରାହୁଲ। କ୍ରିକେଟ୍‌ ମଇଦାନରେ ଶାନ୍ତ ରହୁଥିବା ରାହୁଲ ମଇଦାନ ବାହାରେ ଏକ ମହାନ କାମ କରିଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକର ଅସ୍ତ୍ରୋପଚାର ପାଇଁ ରାହୁଲ ବଡ଼ ସହାୟତା କରିଛନ୍ତି। ବାଳକଟି ଅପ୍ଲାଷ୍ଟିକ ଏନିମିଆ ଭଳି ବିରଳ ରୋଗରେ ଆକ୍ରାନ୍ତ ଥିଲା ଏବଂ ଏହାର ତୁରନ୍ତ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମଟି)ର ଆବଶ୍ୟକ ଥିଲା। କିନ୍ତୁ ପରିବାର ପାଖରେ ସର୍ଜରୀ ପାଇଁ ଆବଶ୍ୟକ ୩୫ ଟଙ୍କା ନଥିଲା। ଆଉ ଯେତେବେଳେ ରାହୁଲଙ୍କ କାନରେ ଏକଥା ପଡ଼ିଲା, ସେ ତୁରନ୍ତ ସର୍ଜରୀ ପାଇଁ ୩୧ ଲକ୍ଷ ଟଙ୍କା ସହାୟତା କରିବାକୁ ଆଗେଇ ଆସିଲେ।

Advertisment

ଗତବର୍ଷ ଡିସେମ୍ବରରେ ବରଦ ନାମ ଏହି ବାଳକର ମାତା-ପିତା ଏକ ଏନଜିଓ ଜରିଆରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ଫଣ୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବରଦ ଗତବର୍ଷ ସେପ୍ଟେମ୍ବରରୁ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ। ବରଦଙ୍କ ରକ୍ତରେ ପ୍ଲେଟଲେଟର ସ୍ତର ବହୁତ କମ ଥିଲା। ଏହି କାରଣରୁ ତାଙ୍କର ଇମ୍ୟୁନିଟୀ ମଧ୍ୟ ହ୍ରାସ ପାଉଥିଲା ଏବଂ ସାଧାରଣ ଜ୍ୱର ଠିକ୍ ହେବାକୁ ମାସେ ଲାଗିଯାଉଥିଲା। ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହାର ସ୍ଥାୟୀ ଉପଚାର ହୋଇପାରିବ। ଏହା ପରେ ପରିବାର ଟ୍ରାନ୍ସପ୍ଲାଣ୍ଟ ପାଇଁ ଅର୍ଥ ସଂଗ୍ରହ କରିବା ଆରମ୍ଭ କରିଦେଲେ।

ମଧ୍ୟବର୍ଗୀୟ ପରିବାର ହୋଇଥିବାରୁ ସେମାନଙ୍କୁ ସର୍ଜରୀ ପାଇଁ ଅର୍ଥ ସଂଗ୍ରହ କରିବାରେ ସମସ୍ୟା ହୋଇଥିଲା। ଏପରିକି ପୁଅର କ୍ରିକେଟର୍ ହେବାର ସ୍ୱପ୍ନକୁ ଉଜ୍ଜୀବିତ ରଖିବା ପାଇଁ ପିତା ନିଜର ପିଏଫ୍ ଟଙ୍କା ମଧ୍ୟ ଚିକିତ୍ସାରେ ଲଗାଇ ଦେଲେ। ତେବେ ଯେତେବେଳେ ରାହୁଲ୍ ଏହି ପିଲାଟି ବିଷୟରେ ଜାଣିବାକୁ ପାଇଲେ, ତୁରନ୍ତ ସହାୟତାର ହାତ ବଢ଼ାଇ ଦେଲେ। ରାହୁଲଙ୍କ ସହାୟତା ପରେ ବରଦର ସର୍ଜରୀ ମଧ୍ୟ ସଫଳ ହୋଇଛି। ଏବେ ବରଦ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି।

Advertisment

ଏହାକୁ ନେଇ ରାହୁଲ କହିଛନ୍ତି, ଯେତେବେଳେ ମୁଁ ବରଦଙ୍କ ସ୍ଥିତି ସମ୍ବନ୍ଧରେ ଜାଣିବାକୁ ପାଇଲି, ମୋ ଟିମ୍ ପରିବାର ଓ ଏନଜିଓକୁ ଯୋଗାଯୋଗ କରିଥିଲୁ। ଯଦ୍ଦ୍ୱାରା ଆମେ ତାଙ୍କର ସହାୟତା କରିପାରିବୁ। ସର୍ଜରୀ ସଫଳ ହୋଇଥିବା ଜାଣି ମୁଁ ବହୁତ ଖୁସି। ମୋର ବିଶ୍ୱାସ ଯେ ବରଦ ଶୀଘ୍ର ସୁସ୍ଥ ହୋଇ ନିଜ ଗୋଡ଼ରେ ଛିଡ଼ା ହେବ ଏବଂ ନିଜ ସ୍ୱପ୍ନକୁ ହାସଲ କରିବା ପାଇଁ ଆଗକୁ ବଢ଼ିବ।

ରାହୁଲଙ୍କ ଏହି ମହାନ କାମ ପାଇଁ ବରଦର ମା’ ସ୍ୱପ୍ନା ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତି, ପୁଅର ସର୍ଜରୀ ପାଇଁ ଏତେ ବଡ଼ ରାଶି ଦାନ କରିଥିବାରୁ ଆମେ ରାହୁଲଙ୍କ ଉପରେ କୃତଜ୍ଞ। ଯଦି ସେ ସହାୟତା କରିନଥାନ୍ତେ, ତାହେଲେ ଏତେ କମ୍ ସମୟରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବା ଅସମ୍ଭବ ଥିଲା। ତାଙ୍କର ଏହି ସହାୟତାକୁ ଆମେ କେବେବି ଭୁଲିପାରିବୁ ନାହିଁ।