ରାହୁଲଙ୍କ ବିସ୍ଫୋରକ ଇନିଂସ୍‌, ପଞ୍ଜାବ ୧୭୯/୫

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲ୍ ଓ କ୍ରିସ୍ ଗେଲଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ଏଠାରେ ଖେଳାଯାଉଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଛି । ଫଳରେ ଆରସିବିକୁ ଜିତିବା ପାଇଁ ୧୮୦ ରନ୍ କରିବାକୁ ପଡ଼ିବ । ପଞ୍ଜାବ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲ୍ ୪୬ (୨୪ ବଲ୍‌, ୬ ଚୌକା ଓ […]

KL-RAHUL

KL-RAHUL

Ranjit Kumar Jena
  • Published: Friday, 30 April 2021
  • Updated: 30 April 2021, 09:25 PM IST

Sports

Latest News

ଅହମ୍ମଦାବାଦ: କ୍ୟାପଟେନ୍ ଲୋକେଶ ରାହୁଲ୍ ଓ କ୍ରିସ୍ ଗେଲଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ୍ ଏଠାରେ ଖେଳାଯାଉଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଛି । ଫଳରେ ଆରସିବିକୁ ଜିତିବା ପାଇଁ ୧୮୦ ରନ୍ କରିବାକୁ ପଡ଼ିବ । ପଞ୍ଜାବ ପକ୍ଷରୁ ରାହୁଲ୍ ସର୍ବାଧିକ ୯୧ (୫୭ ବଲ୍‌, ୭ ଚୌକା ଓ ୫ ଛକା) ଓ ଗେଲ୍ ୪୬ (୨୪ ବଲ୍‌, ୬ ଚୌକା ଓ ୨ ଛକା) ରନ୍ କରିଛନ୍ତି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ସୁଯୋଗ ପାଇଥିବା ପ୍ରବସିମରନ୍ ସିଂହ (୭) ନିରାଶ କରିଥିଲେ । ତାଙ୍କ ସ୍ଥାନରେ ଆସିଥିବା କ୍ରିସ୍ ଗେଲ୍ କ୍ରିଜକୁ ଆସିବା ମାତ୍ରକେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଗେଲ୍ କାଇଲ୍ ଜେମିସନଙ୍କ ଗୋଟିଏ ଓଭରରେ ୫ଟି ଚୌକା ମାରି ପଞ୍ଜାବକୁ ଭଲ ସ୍ଥିତିକୁ ଆସିଥିଲେ । ଏହିପରି ରାହୁଲଙ୍କ ସହ ମିଶି ଗେଲ୍ ଟିମର ସ୍କୋରକୁ ଆଗକୁ ନେଇଥିଲେ ।

ତେବେ ଟିମର ସ୍କୋର ୯୯ ଥିବା ବେଳେ ଗେଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଡାନିଏଲ୍ ସାମ୍ସ । ଗେଲ୍ ଆଉଟ୍ ହେବା ପରେ ପଞ୍ଜାବ ମାତ୍ର ୧୯ ରନ୍ ଭିତରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲେ । ହେଲେ ଏହି ସମୟରେ ରାହୁଲଙ୍କୁ ସାଥ୍ ଦେଇଥିଲେ ହରପ୍ରୀତ ବ୍ରାର୍ । ହରପ୍ରୀତ ଓ ରାହୁଲ୍ ଶେଷ ୩୨ ବଲରେ ୬୧ ରନ୍ ଯୋଡ଼ି ପଞ୍ଜାବକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ବ୍ରାରଜ୍ ୧୭ ବଲରେ ୧ ଚୌକା ଓ ୨ ଛକା ସହ ୨୫ ରନ୍ କରି ଅପରାଜିତ ଥିଲେ । ଆରସିବି ପକ୍ଷରୁ ଜେମିସନ୍ ୨ଟି, ସାମ୍ସ, ୟୁଜବେନ୍ଦ୍ର ଚହଲ୍ ଓ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos