Advertisment

ଶତକ ମାରିଲେ ରାହୁଲ୍

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପୁନେରେ ଖେଳା ଯାଉଛି ଦ୍ୱିତୀୟ ଦିନିକିଆ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍‌ କରିଥିବା ବେଳେ କେ.ଏଲ୍ ରାହୁଲ ଶତକ ହାସଲ କରିଛନ୍ତି। ସେ ୧୦୮ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ଶତକ ହାସଲ କରିଥିଲେ। ତେବେ ଶତକ ମାରିବା ପରେ ରାହୁଲଙ୍କ ବେଶୀ ସମୟ କ୍ରିଜରେ ରହିପାରି ନଥିଲେ। ସେ ବ୍ୟକ୍ତିଗତ ୧୦୮ […]

ଅଦ୍ୟତନ ହୋଇଛି
ଶତକ ମାରିଲେ ରାହୁଲ୍

KL-Rahul

Advertisment

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପୁନେରେ ଖେଳା ଯାଉଛି ଦ୍ୱିତୀୟ ଦିନିକିଆ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍‌ କରିଥିବା ବେଳେ କେ.ଏଲ୍ ରାହୁଲ ଶତକ ହାସଲ କରିଛନ୍ତି। ସେ ୧୦୮ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ଶତକ ହାସଲ କରିଥିଲେ। ତେବେ ଶତକ ମାରିବା ପରେ ରାହୁଲଙ୍କ ବେଶୀ ସମୟ କ୍ରିଜରେ ରହିପାରି ନଥିଲେ। ସେ ବ୍ୟକ୍ତିଗତ ୧୦୮ ରନ୍ କରି ଟମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ।

Advertisment

ରାହୁଲଙ୍କୁ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭରପୂର ସହଯୋଗ କରିଥିଲେ। ସେ ମାତ୍ର ୨୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ୪୦ଟି ବଲ୍‌ରେ ୭୭ ରନ୍ କରିଥିବା ପନ୍ତ ଟମ୍‌ କୁରନଙ୍କ ବଲ୍‌ରେ ଜେସନ ରୟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୫ ରନ୍ କରିଥିଲେ। କୃନାଲ ପାଣ୍ଡ୍ୟା ୧୨ ରନ୍ କରି ଅପରାଜିତ ରହିଥିଲେ।

ଆଜି ବି ଇଂଲଣ୍ଡ ଟସ୍ ଜିତି ଥିଲା ଓ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ତେବେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଫେଲ୍ ମାରିଥିଲେ। ରୋହିତ ୨୫ ବଲ୍‌ରୁ ୨୫ ରନ୍ (୫ ଚୌକା) କରି ଥିଲେ। ଶିଖର ୧୭ଟି ବଲ୍‌ରୁ ମାତ୍ର ୪ ରନ୍ କରିଥିଲେ।

Advertisment

ଅଧିନାୟକ ବିରାଟ କୋହଲି ଭଲ ଖେଳିଥିଲେ ଏବଂ ଆଉଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୭୯ଟି ବଲ୍‌ରୁ ୬୬ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୩ଟି ଚୌକା ଓ ଗୋଟିଏ ଛକା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe