Advertisment

ରାହୁଲଙ୍କ ଜବରଦସ୍ତ ଶତକ

ସେଞ୍ଚୁରିଅନ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ନେଇଥିବା ରାହୁଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଧମାକେଦାର ଆରମ୍ଭ କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ତଥା ବକ୍ସିଂ ଡେ’ ଟେଷ୍ଟରେ ଭ୍ରମଣକାରୀ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଶତକ ହାସଲ କରିଛନ୍ତି। ସେଞ୍ଚୁରିଅନର ସୁପର୍ ସ୍ପୋର୍ଟ ପାର୍କରେ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ରାହୁଲଙ୍କ ବ୍ୟତୀତ ତାଙ୍କ ଓପନିଂ ପାର୍ଟନର ମୟଙ୍କ ଅଗ୍ରୱାଲ ମଧ୍ୟ ଦମଦାର ବ୍ୟାଟିଂ କରି […]

ଅଦ୍ୟତନ ହୋଇଛି
ରାହୁଲଙ୍କ ଜବରଦସ୍ତ ଶତକ

rahul

Advertisment

ସେଞ୍ଚୁରିଅନ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ନେଇଥିବା ରାହୁଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଧମାକେଦାର ଆରମ୍ଭ କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ତଥା ବକ୍ସିଂ ଡେ’ ଟେଷ୍ଟରେ ଭ୍ରମଣକାରୀ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଶତକ ହାସଲ କରିଛନ୍ତି।

Advertisment

ସେଞ୍ଚୁରିଅନର ସୁପର୍ ସ୍ପୋର୍ଟ ପାର୍କରେ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ରାହୁଲଙ୍କ ବ୍ୟତୀତ ତାଙ୍କ ଓପନିଂ ପାର୍ଟନର ମୟଙ୍କ ଅଗ୍ରୱାଲ ମଧ୍ୟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଛନ୍ତି। ୧୨୭ ବଲରେ ଅର୍ଦ୍ଧଶତକ ମାରିଥିବା ରାହୁଲ୍ ନିଜର ଶତକ ପୂରଣ କରିବା ପାଇଁ ୨୧୮ ବଲର ସହାୟତା ନେଇଥିଲେ। ରାହୁଲ ନିଜର ଶତକୀୟ ଇନିଂସରେ ଖୁବ୍ ଧୈର୍ଯ୍ୟ ଦେଖାଇଥିଲେ। ଦକ୍ଷିଣ ଆଫ୍ରିକାର ପେସ ବ୍ୟାଟେରୀକୁ ସେ ଦୃଢ଼ତାର ସହ ସାମ୍ନା କରିଥିଲେ।

ଟେଷ୍ଟ କ୍ୟାରିୟରର ରାହୁଲଙ୍କର ଏହା ସପ୍ତମ ଶତକ। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ସେ ଶତକ ମାରିଥିଲେ। ରାହୁଲଙ୍କ ଶତକ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ମଜଭୁତ ସ୍ଥିତିରେ ରହିଛି।

Advertisment

ଖବର ଲେଖା ହେଲା ବେଳକୁ ଭାରତ ୩ ୱିକେଟ୍ ହରାଇ ୨୩୮ ରନ୍ କରିଛି। ରାହୁଲ୍ ୧୦୪ ଓ ଅଜିଙ୍କ୍ୟ ରାହାଣେ ୨୫ ରନରେ ବ୍ୟାଟିଂ କରୁଥିଲେ। ମୟଙ୍କ ୬୦ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ଖାତା ଖୋଲିପାରିନାହାନ୍ତି। କ୍ୟାପଟେନ୍ ବିରାଟ୍ କୋହଲି ୩୫ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୩ଟି ଯାକ ୱିକେଟ୍ ଲୁଙ୍ଗି ଏନଗିଡି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe