Advertisment

IND vs WI: ୩୨୧୧ ଦିନ ପରେ ରାହୁଲ ମାରିଲେ ଶତକ, ନୂଆ ଧରଣର ସେଲିବ୍ରେସନ ଭାଇରାଲ୍‌

୩୨୧୧ ଦିନ ପରେ ଶତକ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ୩୨ ବର୍ଷୀୟ ରାହୁଲ ଆଜି ବେଶ ନିଆର ଢଙ୍ଗରେ ନିଜର ସେଲିବ୍ରେସନ କରିଛନ୍ତି। ଶତକ ମାରିବା ପରେ ସେ ହେଲମେଟ ଖୋଲି ବ୍ୟାଟକୁ ଡ୍ରେସିଂ ରୁମ ଆଡ଼କୁ ଦେଖାଇଥିଲେ। ଏହାପରେ ନିଜ ବାମ ହାତର ଦୁଇଟି ଆଙ୍ଗୁଠି ପାଟି ପୂରାଇ ସେ ନିଜ ଶତକକୁ ସେଲିବ୍ରେଟ କରିଛନ୍ତି।

KL-Rahul

ଶତକ ପରେ ରାହୁଲ

Advertisment

ପ୍ରାୟ ୯ ବର୍ଷ ଧରି ଚାଲିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ(Test Cricket) ଟିମର ଓପନର କେଏଲ ରାହୁଲ। ୩୨୧୧ ଦିନ ପରେ କୌଣସି ଘରୋଇ ଟେଷ୍ଟରେ ରାହୁଲଙ୍କ ବ୍ୟାଟରୁ ବାହାରିଛି ଶତକ।

Advertisment

ଅହମଦବାଦରେ ଚାଲିଥିବା ୱେଷ୍ଟଇଣ୍ଡିଜ (IND Vs WI) ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ରାହୁଲ ଦମଦାର ଶତକ ହାସଲ କରିଛନ୍ତି। ୧୯୦ ବଲରେ ରାହୁଲ ଶତକ କରିବା ପରେ ଜୋମେଲ ୱାରିକାନଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି। ଦ୍ୱିତୀୟ ଦିନର ପ୍ରଥମ ସେସନରେ ରାହୁଲ ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। 

୩୨୧୧ ଦିନ ପରେ ଶତକ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ୩୨ ବର୍ଷୀୟ ରାହୁଲ(KL Rahul) ଆଜି ବେଶ ନିଆର ଢଙ୍ଗରେ ନିଜର ସେଲିବ୍ରେସନ କରିଛନ୍ତି। ଶତକ ମାରିବା ପରେ ସେ ହେଲମେଟ ଖୋଲି ବ୍ୟାଟକୁ ଡ୍ରେସିଂ ରୁମ ଆଡ଼କୁ ଦେଖାଇଥିଲେ। ଏହାପରେ ନିଜ ବାମ ହାତର ଦୁଇଟି ଆଙ୍ଗୁଠି ପାଟି ପୂରାଇ ସେ ନିଜ ଶତକକୁ ସେଲିବ୍ରେଟ କରିଛନ୍ତି।

Advertisment

ସମ୍ଭବତଃ ସେ ନିଜର ଛୋଟ ଝିଅ ଇଭାରାଙ୍କ ଉଦ୍ଦେଶ୍ୟରେ ଏପରି କରିଥିବା କୁହାଯାଉଛି। ଏହି ନିଆରେ ସେଲିବ୍ରେସନର ଭିଡିଓ ଓ ଫଟୋ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି। 

ରାହୁଲଙ୍କ ଶତକକୁ ମୁଖ୍ୟ କୋଚ ଗୌତମ ଗମ୍ଭୀର, ଅନ୍ୟ ସପୋର୍ଟ ଷ୍ଟାଫ ଓ ଅନ୍ୟ ଖେଳାଳିମାନେ ମଧ୍ୟ ତାଳି ମାରି ସ୍ୱାଗତ କରିଛନ୍ତି। ଷ୍ଟାଡିୟମରେ ଯଦିଓ ଦର୍ଶକଙ୍କ ସଂଖ୍ୟା କମ ରହିଛି, କିନ୍ତୁ ଶତକ ପରେ ରାହୁଲ ରାହୁଲ ନାରା ଶୁଣିବାକୁ ମିଳିଛି। 

ଶୁକ୍ରବାର ପୂର୍ବରୁ ଘରୋଇ ମାଟିରେ ରାହୁଲ ଶେଷଥର ପାଇଁ ଇଂଲଣ୍ଡ ବିପକ୍ଷ ୨୦୧୬ ଟେଷ୍ଟରେ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ କରୁଣ ନାଏରଙ୍କ ପ୍ରସିଦ୍ଧ ୩୦୦ ରନର ଇନିଂସ ଦେଖିବାକୁ ମିଳିଥିଲା। ଏହାପରେ ରାହୁଲ ଘରୋଇ ମାଟିରେ ଆଉ କୌଣସି ଶତକ ହାସଲ କରିପାରି ନଥିଲେ।

ନିକଟରେ ଶେଷ ହୋଇଥିବା ଇଂଲଣ୍ତ ବିପକ୍ଷ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ରାହୁଲ ଦୁଇଟି ଶତକ ହାସଲ କରିଥିଲେ। ଇଂଲଣ୍ଡ ମାଟିରେ ଖେଳା ଯାଇଥିବା ଏହି ୫ ଟିକିଆ ସିରିଜରେ ସେ ୫୦ ହାରରେ ୫୩୨ ରନ କରିଥିଲେ।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ ଟିମ ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ରାହୁଲଙ୍କ ଶତକ, ଅଧିନାୟକ ଗିଲଙ୍କ ୫୦ ରନ ବଳରେ ବଡ଼ ଲିଡ ଅଭିମୁଖେ ଯାଉଛି।

 ରିପୋର୍ଟ ଲେଖା ହେବା ବେଳକୁ ଭାରତ ୪ ୱିକେଟ ହରାଇ ୨୭୪ ରନ କରିଛି। ଇଣ୍ଡିଜର ପ୍ରଥମ ଇନିଂସ ସ୍କୋର ତୁଳନାରେ ଭାରତ ୧୧୨ ରନ ଲିଡ ହାସଲ କରିସାରିଲାଣି। ଧ୍ରୁବ ଜୁରେଲ ୪୩ ଓ ରବୀନ୍ଦ୍ର ଜାଡେଜା ୨୭ ରନ କରି ବ୍ୟାଟିଂ କରୁଛନ୍ତି। 

KL Rahul IND Vs WI Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe