Advertisment

ଦ୍ୱିତୀୟ ଦିନିକିଆ ପାଇଁ ଟିମକୁ ଫେରିଲେ ରାହୁଲ୍

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ ଓ ଓପ୍ନର ମୟଙ୍କ ଅଗ୍ରୱାଲ୍ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ନଭଦୀପ ସାଇନି ମଧ୍ୟ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। ଭଉଣୀଙ୍କ ବିବାହ କାରଣରୁ ରାହୁଲ୍ ପ୍ରଥମ ମ୍ୟାଚରେ ଖେଳିପାରିନଥିଲେ। କିନ୍ତୁ ଦ୍ୱିତୀୟ ଦିନିକିଆରେ ଚୟନ ପାଇଁ ସେ ଉପଲବ୍ଧ ହେବେ। ମୟଙ୍କ ଅଗ୍ରୱାଲ୍ […]

ଦ୍ୱିତୀୟ ଦିନିକିଆ ପାଇଁ ଟିମକୁ ଫେରିଲେ ରାହୁଲ୍

rahul

Advertisment

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ ଓ ଓପ୍ନର ମୟଙ୍କ ଅଗ୍ରୱାଲ୍ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ନଭଦୀପ ସାଇନି ମଧ୍ୟ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି।

Advertisment

ଭଉଣୀଙ୍କ ବିବାହ କାରଣରୁ ରାହୁଲ୍ ପ୍ରଥମ ମ୍ୟାଚରେ ଖେଳିପାରିନଥିଲେ। କିନ୍ତୁ ଦ୍ୱିତୀୟ ଦିନିକିଆରେ ଚୟନ ପାଇଁ ସେ ଉପଲବ୍ଧ ହେବେ। ମୟଙ୍କ ଅଗ୍ରୱାଲ୍ ପୂର୍ବରୁ ସିରିଜ୍ ପାଇଁ ଚୟନ ହୋଇନଥିଲେ। କିନ୍ତୁ ଶିଖର ଧୱନ୍ ଏବଂ ଋତୁରାଜ ଗାଏକ୍ୱାଡ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୟଙ୍କଙ୍କୁ ଟିମରେ ସ୍ଥାନ ମିଳିଥିଲା। କ୍ୱାରେଣ୍ଟାଇନରେ ରହିବା କାରଣରୁ ସେ ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରିନଥିଲେ। ତେବେ ଦ୍ୱିତୀୟ ମ୍ୟାଚ୍ ପାଇଁ ସେ ଫିଟ୍ ହୋଇଛନ୍ତି। ପ୍ରଥମ ଦିନିକିଆରେ ରୋହିତ୍ ଶର୍ମାଙ୍କ ସହ ଈଶାନ୍ କିଶନ ଓପନ୍ କରିଥିଲେ।

ପେସ୍ ବୋଲର ସାଇଡ଼ି ରିଜର୍ଭ ଖେଳାଳି ଭାବେ ଟିମରେ ସ୍ଥାନ ପାଇଥିଲେ। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସେ ମଧ୍ୟ ଦ୍ୱିତୀୟ ଦିନିକିଆ ପୂର୍ବରୁ ନେଟରେ ବୋଲିଂ ଅଭ୍ୟାସ କରିଛନ୍ତି। ୨୯ ବର୍ଷୀୟ ସାଇନି ଗତ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଭାରତ ପକ୍ଷରୁ ଶେଷଥର ଲାଗି ଖେଳିଥିଲେ।

Advertisment

https://twitter.com/BCCI/status/1490676156898574337?s=20&t=G4zykwjo874qMocJOBE-2Q

ଟିମ୍ ଇଣ୍ଡିଆର ଅନ୍ୟତମ ଓପ୍ନର ଶିଖର ଧୱନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେ ଏଯାଏ ଫିଟ୍ ହୋଇନାହାନ୍ତି। ତାଙ୍କ ଅନୁପସ୍ଥିତିରେ ରାହୁଲ୍ ଦ୍ୱିତୀୟ ମ୍ୟାଚରେ ଓପନ୍ କରିବେ। ଅନ୍ୟପକ୍ଷରେ ଈଶାନ୍ କିଶନଙ୍କୁ ଟିମରୁ ବାହାରେ ବସିବାକୁ ପଡ଼ିପାରେ।

ସୂଚନାଯୋଗ୍ୟ, ରବିବାର ଭାରତ ତା’ର ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଥିଲା। ଉକ୍ତ ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ବୋଲିଂ କରି ୱେଷ୍ଟଇଣ୍ଡିଜକୁ ୧୭୬ ରନରେ ଅଲଆଉଟ୍ କରିଦେଇଥିଲା। ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe