Advertisment

କମବ୍ୟାକ୍‌ ମ୍ୟାଚ୍‌ରେ ରାହୁଲଙ୍କ ଅର୍ଦ୍ଧଶତକ

ବର୍ଷା ଯୋଗୁ କାଲି ମ୍ୟାଚ୍‌ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ।

author-image
Hemant Lenka
Rahul

Rahul

ଆଇପିଏଲ ବେଳେ ଆହତ ହୋଇଥିବା କେଏଲ ରାହୁଲ ନିଜର ଅନ୍ତର୍ଜାତୀୟ କମବ୍ୟାକରେ ଦମ ଦେଖାଇଛନ୍ତି। ଆଇପିଏଲ ବେଳ ଠାରୁ କ୍ରିକେଟରୁ ଦୂରରେ ଥିବା ରାହୁଲ ଏସିଆ କପର ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ କମବ୍ୟାକ୍‌ କରିଥିଲେ। ଏହି କମବ୍ୟାକ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ଯାଦୁ ଦେଖାଇଛନ୍ତି।

Advertisment

ବର୍ଷା ଯୋଗୁ କାଲି ମ୍ୟାଚ୍‌ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ। ଆଜି ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ହେଁ ରାହୁଲ ତାଙ୍କ ଲୟ ଭୁଲି ନଥିଲେ। ସେ ପାକିସ୍ତାନର ସବୁ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ।

ଶେଷରେ ଫୈମ ଅଶରଫଙ୍କ ବଲରେ ଏକ ରନ ନେଇ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ଏବେ ୬୬ ବଲରେ ୬୪ ରନ କରି ଅପରାଜିତ ରହିଛନ୍ତି। ସେ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି।

Advertisment

ତାଙ୍କୁ ବିରାଟ କୋହଲି ଭରପୂର ସାଥ ଦେଉଛନ୍ତି। ବିରାଟ ୪୯ ବଲରେ ୪୨ ରନ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୩୬ ଓଭରରେ ୨ ୱିକେଟ ହରାଇ ୨୨୮ ରନ କରିଛି।

KL Rahul Asia Cup Cricket