Advertisment

ରାଙ୍କିଙ୍ଗରେ ରାହୁଲ ଓ ସିରାଜଙ୍କୁ ବିପୁଳ ଫାଇଦା

ଦୁବାଇ: ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଓ ଯୁବ ପେସ ବୋଲର ମହମ୍ମଜ ସିରାଜଙ୍କୁ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଲର୍ଡ୍ସ ଟେଷ୍ଟରେ ଶତକ ମାରିଥିବା ରାହୁଲ୍ ଏକାଥରକେ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ରାହୁଲ୍ ୫୬ତମ ସ୍ଥାନରେ ଥିଲେ। କିନ୍ତୁ ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୧୨୯ ରନର […]

ରାଙ୍କିଙ୍ଗରେ ରାହୁଲ ଓ ସିରାଜଙ୍କୁ ବିପୁଳ ଫାଇଦା

KL-rahul-and-mohhammed-siraj

Advertisment

ଦୁବାଇ: ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଓ ଯୁବ ପେସ ବୋଲର ମହମ୍ମଜ ସିରାଜଙ୍କୁ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଲର୍ଡ୍ସ ଟେଷ୍ଟରେ ଶତକ ମାରିଥିବା ରାହୁଲ୍ ଏକାଥରକେ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ରାହୁଲ୍ ୫୬ତମ ସ୍ଥାନରେ ଥିଲେ। କିନ୍ତୁ ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୧୨୯ ରନର ଇନିଂସ୍ ରାହୁଲଙ୍କୁ ରାଙ୍କିଙ୍ଗରେ ଫାଇଦା ଦେଇଛି। ରାହୁଲଙ୍କ ଏହି ଇନିଂସ୍ ବଳରେ ଭାରତ ଉକ୍ତ ଟେଷ୍ଟକୁ ୧୫୧ ରନରେ ଜିତିଥିଲା।

Advertisment

https://twitter.com/ICC/status/1427905274661150722?s=20

ଗତ ସପ୍ତାହରେ ଗୋଟିଏ ସ୍ଥାନ ଖସିଥିବା କୋହଲି ଏଥର ରାଙ୍କିଙ୍ଗର ପଞ୍ଚମ ସ୍ଥାନରେ ରହିଛନ୍ତି। ଓପ୍ନର ରୋହିତ୍ ଶର୍ମା ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି। ଭାରତ ବିପକ୍ଷ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଲଗାତର ରାଙ୍କିଙ୍ଗରେ ସୁଧାର ଆଣିଛନ୍ତି। ରୁଟ୍ ଏବେ ଦୁଇଟି ସ୍ଥାନ ସହ ରାଙ୍କିଙ୍ଗର ଦ୍ୱିତୀୟକୁ ଉଠିଛନ୍ତି। ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ତୃତୀୟ ଓ ମାର୍ନସ ଲାବୁଶେନ୍ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି।

https://twitter.com/ICC/status/1427906473011474433?s=20

ବୋଲିଂରେ ଭାରତର ସ୍ପୀଡଷ୍ଟର୍ ଯଶପ୍ରୀତ ବୁମ୍ରା ଦଶମ ସ୍ଥାନରେ ସ୍ଥିର ରହିଥିବା ବେଳେ ସିରାଜଙ୍କୁ ଫାଇଦା ହୋଇଛି। ଲର୍ଡ୍ସ ଟେଷ୍ଟର ଉଭୟ ଇନିଂସରେ ୪ଟି ଲେଖାଏ ୱିକେଟ୍ ନେଇଥିବା ସିରାଜ ୧୮ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ୍ ଗୋଟିଏ ସ୍ଥାନ ସହ ଷଷ୍ଠକୁ ଉଠିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୮ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟରେ ରହିଛନ୍ତି।

Advertisment

ଅଲରାଉଣ୍ଡର ତାଲିକାରେ ଭାରତର ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। ଜାଡେଜା ଏବେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଭାରତର ଅନ୍ୟତମ ସ୍ପିନର ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନ୍ ଚତୁର୍ଥ ସ୍ଥାନରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe