/odisha-reporter/media/post_attachments/uploadimage/library/16_9/16_9_0/KL_Rahul_1693304844.jpg)
KL Rahul
ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏସିଆ କପ ୨୦୨୩। ପାକିସ୍ତାନ ଓ ନେପାଳ ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ। ଭାରତ ତା’ର ଏସିଆ କପ ଅଭିଯାନ ଆସନ୍ତା ୨ ତାରିଖରେ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ।
ତେବେ ପାକିସ୍ତାନ ବପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି।
କେଏଲ ରାହୁଲ ଏବେ ସୁସ୍ଥ ହେବା ପ୍ରକ୍ରିୟାରେ ରହିଛନ୍ତି। କିନ୍ତୁ ସେ ଭାରତ ଏସିଆ କପରେ ଖେଳିବାକୁ ଥିବା ପ୍ରଥମ ଦୁଇ ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ। ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ୍ ରାହୁଲ ଖେଳିବେ ନାହିଁ ବୋଲି ଡ୍ରାଭିଡ କହିଛନ୍ତି। ବିସିସିଆଇ ମଧ୍ୟ ଗୋଟିଏ ଟ୍ୱିଟ କରି କେଏଲ ରାହୁଲ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ଦେଇଛି।
ଡ୍ରାଭିଡ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “କେଏଲ ଆମ ସହ ବେଶ ଭଲ ଭାବେ ଗୋଟିଏ ସପ୍ତାହ ଅଭ୍ୟାସ କରିଛନ୍ତି। ସେ ଭଲ ଲୟରେ ଥିବା ସହ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ଏସିଆ କପର ପ୍ରଥମ କିଛି ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ।
ନ୍ୟାଶନାଲ କ୍ରିକେଟ ଏକାଡେମୀ ତାଙ୍କ ଉପରେ ନଜର ରଖିବ। ସେପ୍ଟେମ୍ବର ୪ ପରେ ଆମକୁ ବ୍ରେକ ମିଳିବ। ଏହାପରେ ଆମେ ରାହୁଲଙ୍କ ଉପରେ ନିଷ୍ପତ୍ତି ନେବୁ। କିନ୍ତୁ ତାଙ୍କୁ ନେଇ ମିଳିଥିବା ସଙ୍କେତ ସକାରାତ୍ମକ ରହିଛି। ସେ ଏବେ କେବଳ ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି।”
UPDATE
KL Rahul is progressing really well but will not be available for India’s first two matches – against Pakistan and Nepal – of the #AsiaCup2023: Head Coach Rahul Dravid#TeamIndia
— BCCI (@BCCI) August 29, 2023
ଆହତ ସମସ୍ୟାରେ ପଡ଼ିଥିବା ଶ୍ରେୟସ ଆୟର କିନ୍ତୁ ଏବେ ମ୍ୟାଚ୍ ଖେଳିବାକୁ ପୂରା ଫିଟ ଥିବା ରାହୁଲ ଡ୍ରାଭିଡ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏଥିସହ ଏସିଆ କପ୍ରେ ସେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
