Advertisment

ଆଇପିଏଲ: କେଏଲ ରାହୁଲଙ୍କୁ ରିଲିଜ କଲା ଲକ୍ଷ୍ନୌ, ଏହି ସବୁ ଖେଳାଳିଙ୍କୁ ରଖିଲା!

ଅକ୍ସନ ପୂର୍ବରୁ ଖେଳାଳି ରିଟେନ ଓ ରିଲିଜର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ରହିଛି।

author-image
Hemant Lenka
KL

KL

ଆସନ୍ତା ୨୦୨୫ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ ବା ଏଲଏସ୍‌ଜି। ମେଗା ଅକ୍ସନ ପୂର୍ବରୁ ପ୍ରାଞ୍ଚାଇଜ ବଡ଼ ନିଷ୍ପତ୍ତି ନେଇଛି। ଅକ୍ସନ ପୂର୍ବରୁ ଖେଳାଳି ରିଟେନ ଓ ରିଲିଜର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ରହିଛି। କିନ୍ତୁ ଏହାପୂର୍ବରୁ ଲକ୍ଷ୍ନୌ କେଏଲ ରାହୁଲଙ୍କୁ ରିଲିଜ କରି ଦେଇଥିବା ଜଣାପଡ଼ିଛି। ଏହାର ଅର୍ଥ ରାହୁଲ ଏଥର ମେଗା ଅକ୍ସନରେ ସାମିଲ ହେବେ।

Advertisment

ପ୍ରାଞ୍ଚାଇଜ ରାହୁଲଙ୍କୁ ରିଲିଜଜ କରିଥିବା ବେଳେ ୩ ଜଣ ଖେଳାଳିଙ୍କୁ ରଖିବାକୁ ନିଷ୍ପତ୍ତି ନେଇଛି। ସେମାନେ ହେଲେ ନିକୋଲ୍ସ ପୂରନ, ମୟଙ୍କ ଯାଦବ ଓ ରବି ବିଷ୍ଣୋଇ। ଖାଲି ସେତିକି ନୁହେଁ, ୨୦୨୫ରେ ପୂରନ ହିଁ ଏଲଏସଜିର ନେତୃତ୍ୱ ନେବେ ବୋଲି ଖବର ପ୍ରକାଶ ପାଇଛି। ପୂରନ ନିଜର ପାୱାର ହିଟିଂ ବ୍ୟାଟିଂ ପାଇଁ ବେଶ ଜଣାଶୁଣା। ସେ ୱିକେଟ କିପିଂ ମଧ୍ୟ କରିବାକୁ ସକ୍ଷମ।

ଗତବର୍ଷ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ପୂରନ କିଛି ମ୍ୟାଚ୍‌ରେ କ୍ୟାପ୍ଟେନ୍ସି ଭାର ସମ୍ଭାଳିଥିଲେ। ସେ ୱେଷ୍ଟଇଣ୍ଡିଜ ଟିମର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛନ୍ତି। ତେଣୁ ଏହାକୁ ଲକ୍ଷ୍ନୌ ଆଇପିଏଲରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି।

Advertisment

ପୂରନଙ୍କ ବ୍ୟତୀତ ସ୍ପିଡଷ୍ଟର ମୟଙ୍କ ଯାଦବ ଓ ଲେଗ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ଲକ୍ଷ୍ନୌ ନିଜ ପାଖରେ ରଖିବ ବୋଲି ପ୍ରାଞ୍ଚାଇଜର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ସୂଚନା ଦେଇଛନ୍ତି।

୨୦୨୩ରେ ଏଲଏସ୍‌ଜି ୧୬ କୋଟି ଟଙ୍କାରେ ପୂରନଙ୍କୁ କିଣିଥିଲା। ସେହି ବର୍ଷ ସେ ଲିଗ୍‌ର ସବୁଠାରୁ ଦାମୀ ଖେଳାଳି ରହିଥିଲେ। ପୂରନ ୨୯ ବର୍ଷ ବୟସ୍କ ପୂରନ ୨୦୧୭ରେ ମୁମ୍ବାଇକୁ ୩୦ ଲକ୍ଷ ଟଙ୍କାରେ ଆସିଥିଲେ। ଏହାପରେ ସେ ହାଇଦ୍ରାବାଦ ଓ ଶେଷରେ ୧୬ କୋଟି ଟଙ୍କାରେ ଲକ୍ଷ୍ନୌ ସହ ରହିଛନ୍ତି।

ଏହି ୩ ଖେଳାଳିଙ୍କ ବ୍ୟତୀତ ଲକ୍ଷ୍ନୌ ବାମହାତୀ ଦ୍ରୁତ ବୋଲର ମୋହସିନ ଖାନ ଓ ମଧ୍ୟକ୍ରମ ବ୍ୟାଟର ଆୟୁଷ ବଦୋନିଙ୍କୁ ମଧ୍ୟ ରିଟେନ କରିପାରେ।

KL Rahul IPL 2025