Advertisment

ପାକିସ୍ତାନ କ୍ୟାମ୍ପରେ ରାହୁଲ୍ ଓ ପନ୍ତ ଭୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଯେତେ ପାଖେଇ ଆସୁଛି, ଦୁଇ ଟିମ୍ ଉପରେ ସେତେ ଚାପ ପଡ଼ୁଛି। ଟି-୨୦ ବିଶ୍ୱକପରେ ପାକିସ୍ତାନର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଥିବା ମାଥ୍ୟୁ ହେଡେନ୍ ଏହି କଥା ସ୍ୱୀକାର କରିଛନ୍ତି। ହେଡେନଙ୍କ ମୁତାବକ ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କ ଉପରେ ଚାପ ରହିଛି। ତେବେ ପାକିସ୍ତାନ ଟିମ୍ ଭାରତର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବେଶ୍ ଚିନ୍ତିତ ଅଛି। ସେହି ଦୁଇ ଖେଳାଳି ହେଲେ ଲୋକେଶ ରାହୁଲ ଓ […]

ପାକିସ୍ତାନ କ୍ୟାମ୍ପରେ ରାହୁଲ୍ ଓ ପନ୍ତ ଭୟ

rahul-and-pant

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଯେତେ ପାଖେଇ ଆସୁଛି, ଦୁଇ ଟିମ୍ ଉପରେ ସେତେ ଚାପ ପଡ଼ୁଛି। ଟି-୨୦ ବିଶ୍ୱକପରେ ପାକିସ୍ତାନର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଥିବା ମାଥ୍ୟୁ ହେଡେନ୍ ଏହି କଥା ସ୍ୱୀକାର କରିଛନ୍ତି। ହେଡେନଙ୍କ ମୁତାବକ ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କ ଉପରେ ଚାପ ରହିଛି। ତେବେ ପାକିସ୍ତାନ ଟିମ୍ ଭାରତର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବେଶ୍ ଚିନ୍ତିତ ଅଛି। ସେହି ଦୁଇ ଖେଳାଳି ହେଲେ ଲୋକେଶ ରାହୁଲ ଓ ଋଷଭ ପନ୍ତ।

Advertisment

ହେଡେନ୍ କହିଛନ୍ତି, ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ବହୁତ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପ୍ ମୁକାବିଲାରେ ନେତୃତ୍ୱ କ୍ଷମତାର ଅସଲ ପରୀକ୍ଷା ହେବ। ପାକିସ୍ତାନ ଟିମ୍ ସହ ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରୁଥିବା ହେଡେନ୍ କହିଛନ୍ତି, ଏହି ମୁକାବିଲାରେ ଭୁଲ୍ କମ୍ ଦେଖିବାକୁ ମିଳିପାରେ। ଏଥିପାଇଁ ମ୍ୟାଚର ଫଳାଫଳରେ ନେତୃତ୍ୱ କ୍ଷମତାର ଭୂମିକା ନିର୍ଣ୍ଣାୟକ ହେବ। ହେଡେନ୍ ମହେନ୍ଦ୍ର ସିଂ ଧୋନି ଓ ଇଆନ୍ ମୋର୍ଗାନଙ୍କ ଉଦାହରଣ ଦେଇଛନ୍ତି, ଯେଉଁମାନେ ସଫଳତାର ସହ ନିଜ ନିଜର ଆଇପିଏଲ୍ ପ୍ରାଞ୍ଚାଇଜିର ନେତୃତ୍ୱ ନେଇଛନ୍ତି।

ହେଡେନ୍ କହିଛନ୍ତି, ଧୋନି ଓ ମୋର୍ଗାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେତେଟା ଭଲ ନଥିଲା। କିନ୍ତୁ ଦୁହେଁ ଯେଉଁଭଳି ଭାବେ ନିଜ ଖେଳାଳିଙ୍କର ନେତୃତ୍ୱ ନେଲେ ଏବଂ ୟୁଏଇ ପରିବେଶରେ ନିଜକୁ ଯେଉଁଭଳି ଭାବେ ଅଭ୍ୟସ୍ତ କରାଇଲେ, ତାହା ସେମାନଙ୍କର ଟିମକୁ ଆଇପିଏଲର ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ମୋତେ ଲାଗୁଛି ଆଗାମୀ ମ୍ୟାଚରେ ନେତୃତ୍ୱକ୍ଷମତା ମହତ୍ତ୍ୱପୂର୍ଣ୍ଣ ହେବ।

Advertisment

ହେଡେନ୍ କହିଛନ୍ତି, ପାକିସ୍ତାନ କ୍ୟାପଟେନ୍ ବାବର ଆଜମଙ୍କ ଉପରେ ନେତୃତ୍ୱଭାର ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଏହି ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ପଡ଼ିବ। କ୍ୟାପଟେନ୍ ଓ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ଉପରେ ଅତିରିକ୍ତ ଚାପ ରହିବ, କାରଣ ତାଙ୍କୁ ଟାର୍ଗେଟ୍ କରାଯିବ।

ରାହୁଲ୍ ଓ ପନ୍ତଗତ କିଛି ବର୍ଷ ଧରି ଭାରତୀୟ କ୍ରିକେଟ୍ ଟିମ୍ ଉପରେ ତୀକ୍ଷ୍ଣ ନଜର ରଖୁଥିବା ହେଡେନଙ୍କ କହିବା ଅନୁସାରେ, ପାକିସ୍ତାନ ପାଇଁ ସବୁଠାରୁ ବଡ଼ ବିପଦ ହେଉଛନ୍ତି ରାହୁଲ୍ ଓ ପନ୍ତ। ବ୍ୟାଟ୍ସମ୍ୟାନ୍ ଭାବେ ରାହୁଲ ଦିନକୁ ଦିନ ଅଧିକ ପରିପକ୍ୱ ହେବାରେ ଲାଗିଛି ଏବଂ୍ ସେ ପାକିସ୍ତାନ ପାଇଁ ବଡ଼ ବିପଦ ହେବେ। କାରଣ ମୁଁ ଆରମ୍ଭରୁ ହିଁ ରାହୁଲଙ୍କ ଦେଖି ଆସିଛି। ମୁଁ ତାଙ୍କର ସଂଘର୍ଷ ଦେଖିଛି ଏବଂକ ଛୋଟିଆ ଫର୍ମାଟରେ ତାଙ୍କର ଦବଦବାକୁ ମଧ୍ୟ ଦେଖିଛି। ସେହିପରି ପନ୍ତଙ୍କ ଖେଳ ମଧ୍ୟ ମୁଁ ଦେଖିଛି। ସେ କିପରି ବୋଲିଂ ଆଟାକକୁ ଧ୍ୱଂସ କରନ୍ତି, ତାହା ସମସ୍ତେ ଜାଣନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କ ପ୍ରତି ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ହେଡେନ୍ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe