ଆଇପିଏଲର ମେଗା ଅକ୍ସନ ପୂର୍ବରୁ ଆଜି ୧୦ଟି ଯାକ ପ୍ରାଞ୍ଚାଇଜ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି। ଏହାର ଅର୍ଥ କେଉଁ ପ୍ରାଞ୍ଚାଇଜ କେଉଁ ସବୁ ଖେଳାଳିଙ୍କୁ କେତେ ଟଙ୍କା ଦେଇ ରଖିଛନ୍ତି, ତା’ର ତାଲିକା ପ୍ରକାଶ ପାଇଛି।
ସବୁଥର ଭଳି ଏଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ନିଜ ପାଖରେ ରଖିଛି। କିନ୍ତୁ ସେ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ କମ ଟଙ୍କା ପାଇବେ। ରୋହିତଙ୍କୁ ମୁମ୍ବାଇ ୧୬.୩୦ କୋଟି ଟଙ୍କାରେ ରିଟେନ କରିଥିବା ବେଳେ ସୂର୍ଯ୍ୟ କୁମାର ଓ ପାଣ୍ଡ୍ୟା ସମାନ ୧୬.୩୫ କୋଟି ପାଇବେ।
ଦଳ ସର୍ବାଧିକ ୧୮ କୋଟି ଟଙ୍କା ଦେଇ ଯଶପ୍ରୀତ ବୁମ୍ରାଙ୍କୁ ରଖିଛି। ଏହାବାଦ ତିଲକ ବର୍ମା ମଧ୍ୟ ୮ କୋଟି ଟଙ୍କାରେ ମୁମ୍ବାଇ ପାଖରେ ରହିଛନ୍ତି। ଈଶାନ କିଶନଙ୍କୁ ଦଳ ରିଲିଜ କରି ଦେଇଛି।
ଚେନ୍ନାଇ ସୁପର କିଙ୍ଗସ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଜ ସହ ଅନକ୍ୟାପଡ ଖେଳାଳି ଭାବେ ରଖିଛି। ତାଙ୍କୁ ୪ କୋଟି ଟଙ୍କା ମିଳିବ। ଏହାବାଦ ରବୀନ୍ଦ୍ର ଜାଡେଜା ଓ ଋତୁରାଜ ଗାଏକ୍ୱାଡଙ୍କୁ ଦଳ ୧୮ କୋଟି ଟଙ୍କା ଲେଖାଏ ଦେଇ ରଖିଛି। ଶ୍ରୀଲଙ୍କାର ମଥିସା ପଥିରାଣା ୧୩ କୋଟି ଓ ଶିବମ ଦୁବେ ୧୨ କୋଟି ପାଇବେ।
୨୦୧୬ରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ଆସୁଥିବା ଋଷଭ ପନ୍ତ ଏଥର ମେଗା ଅକ୍ସନରେ ସାମିଲ ହେବେ। ତାଙ୍କୁ ଦିଲ୍ଲୀ ରିଲିଜ କରି ଦେଇଛି। ପନ୍ତଙ୍କୁ ଦଳ ଛାଡ଼ିଥିବା ବେଳେ ଅକ୍ଷର ପଟେଲ(୧୬.୫୦ କୋଟି), କୁଲଦୀପ ଯାଦବ(୧୩.୨୫ କୋଟି), ତ୍ରିସ୍ତାନ ଷ୍ଟବ୍ସ(୧୦ କୋଟି) ଓ ଅଭିଷେକ ପାରୋଲ(୪ କୋଟି)ଙ୍କୁ ରଖିଛି।
ଆରସିବି ମାତ୍ର ୩ ଜଣ ଖେଳାଳିଙ୍କୁ ରିଟେନ କରିଛି। ଦଳ ବିରାଟ କୋହଲି ୨୧ କୋଟି, ରଜତ ପାଟିଦାର ୧୧ କୋଟି ଓ ୟାଶ ଦୟାଲ ୫ କୋଟି ଟଙ୍କାରେ ନିଜ ପାଖରେ ରଖିଛି।
୨୦୨୪ ଆଇପିଏଲ ବିଜେତା କୋଲକାତା ନିଜର ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିଥିବା ବେଳେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲଙ୍କୁ ଅକ୍ସନକୁ ଛାଡ଼ିଛି।
ହାଇଦ୍ରାବାଦ ରେକର୍ଡ ୨୩ କୋଟି ଟଙ୍କା ଦେଇ ହେନରିଚ କ୍ଲାସେନଙ୍କୁ ରଖିଥିବା ବେଳେ ପାଟ କମିନ୍ସଙ୍କୁ ୧୮ କୋଟି, ଅଭିଷେକ ଶର୍ମା ଓ ଟ୍ରାଭିସ ହେଡଙ୍କୁ ୧୪ କୋଟି ଓ ନୀତୀଶ କୁମାର ରେଡ୍ଡୀଙ୍କୁ ୬ କୋଟି ଟଙ୍କାରେ ରଖିଛି।
ଗୁଜରାଟ ଟାଇଟନ୍ସ ସର୍ବାଧିକ ୧୮ କୋଟି ଟଙ୍କା ଦେଇ ଆଫଗାନ ସ୍ପିନର ରାଶିଦ ଖାନଙ୍କୁ ରଖିଥିବା ବେଳେ ଅଧିନାୟକ ଶୁବମନ ଗିଲଙ୍କୁ ୧୬.୫୦ କୋଟି, ସାଇ ସୁଦର୍ଶନଙ୍କୁ ୮.୫ କୋଟି, ରାହୁଲ ତେୱାତିଆ ଓ ଶାହରୁଖ ଖାନଙ୍କୁ ୪ କୋଟି ଟଙ୍କା ଲେଖାଏ ଦେଇ ରଖିଛି।
ରାଜସ୍ଥାନ ରୟାଲ୍ସ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। ସେମାନେ ହେଲେ ସଞ୍ଜୁ ସାମସନ(୧୮ କୋଟି), ଯଶସ୍ୱୀ ଜୈସୱାଲ (୧୮ କୋଟି), ରିୟାନ ପରାଗ (୧୪ କୋଟି), ଧ୍ରୁବ ଜୁରେଲ (୧୪ କୋଟି), ଶିମରନ ହେଟମେୟର(୧୧ କୋଟି) ଓ ସନ୍ଦୀପ ଶର୍ମା(୪ କୋଟି) । ଏହାର ଅର୍ଥ ଜୋଶ ବଟଲର, ୟୁଜଭେନ୍ଦର ଚହଲ, ଟ୍ରେଣ୍ଟ ବୋଲ୍ଟ ଓ ରବି ଅଶ୍ୱିନଙ୍କ ଭଳି ଖେଳାଳି ମେଗା ଅକ୍ସନରେ ସାମିଲ ହେବେ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ରାହୁଲଙ୍କୁ ଛାଡ଼ି ଥିବା ବେଳେ ନିକୋଲ୍ସ ପୂରନଙ୍କୁ ୨୧ କୋଟି, ରବି ବିଷ୍ଣୋଇଙ୍କୁ ୧୧ କୋଟି, ମୟଙ୍କ ଯାଦବଙ୍କୁ ୧୧ କୋଟି, ମୋହଶିନ ଖାନ ଓ ଆୟୁଷ ବଦୋନିଙ୍କୁ ୪ କୋଟି ଟଙ୍କା ଲେଖାଏ ଦେଇ ନିଜ ପାଖରେ ରଖିଛି।
ଗତଥରର ବିଜେତା କୋଲକାତା ନାଇଟ ରାଇଡର୍ସ ରିଙ୍କୁ ସିଂହଙ୍କୁ ସର୍ବାଧିକ ୧୩ କୋଟି ଟଙ୍କା ଦେଇ ରଖିଥିବା ବେଳେ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରି ଦେଇଛି। ଦଳ ଆନ୍ଦ୍ରେ ରସେଲ, ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳ ୧୨ କୋଟି ଟଙ୍କା ଲେଖାଏ ଦେବ। ସେହିପରି ହର୍ଷିତ ରାଣା ଓ ରମଣଦୀପ ସିଂହଙ୍କୁ ଦଳ ୪ କୋଟି ଟଙ୍କା ଲେଖାଏ ଦେଇ ନିଜ ପାଖରେ ରଖିଛି।
ପଞ୍ଜାବ କିଙ୍ଗସ ୨ ଜଣଙ୍କୁ ଛାଡ଼ି ଆଉ ସମସ୍ତଙ୍କୁ ରିଲିଜ କରି ଦେଇଛି। ଦଳ କେବଳ ଶଶାଙ୍କ ସିଂହଙ୍କୁ ୫.୫ କୋଟି ଓ ପ୍ରବଶିମରନ ସିଂହଙ୍କୁ ୪ କୋଟି ଟଙ୍କା ଦେଇ ରଖିଛି। ଏହାର ଅର୍ଥ ଅର୍ଶଦୀପ ସିଂହ ଓ ସାମ କରାନଙ୍କ ଭଳି ଖେଳାଳି ଅକ୍ସନରେ ସାମିଲ ହେବେ।
କିଏ କାହାକୁ କେତେ ଟଙ୍କାରେ ରଖିଲେ?
୧- କୋଲକାତା ନାଇଟ ରାଇଡର୍ସ: ସୁନିଲ ନାରିନ(୧୨ କୋଟି), ରିଙ୍କୁ ସିଂହ (୧୩ କୋଟି), ଆନ୍ଦ୍ରେ ରସେଲ(୧୨ କୋଟି), ବରୁଣ ଚକ୍ରବର୍ତ୍ତୀ(୧୨ କୋଟି), ହର୍ଷିତ ରାଣା (୪ କୋଟି) ଓ ରମଣଦୀପ ସିଂହ (୪ କୋଟି)
୨- ସନ ରାଇଜର୍ସ ହାଇଦ୍ରାବାଦ : ହେନରିଚ କ୍ଲାସେନ(୨୩ କୋଟି), ପାଟ କମିନ୍ସ(୧୮ କୋଟି), ଅଭିଷେକ ଶର୍ମା(୧୪ କୋଟି), ଟ୍ରାଭିସ ହେଡ(୧୪ କୋଟି) ଓ ନୀତୀଶ କୁମାର ରେଡ୍ଡୀ( ୬ କୋଟି)
୩- ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ(୧୮ କୋଟି), ଯଶସ୍ୱୀ ଜୈସୱାଲ (୧୮ କୋଟି), ରିୟାନ ପରାଗ (୧୪ କୋଟି), ଧ୍ରୁବ ଜୁରେଲ (୧୪ କୋଟି), ଶିମରନ ହେଟମେୟର(୧୧ କୋଟି) ଓ ସନ୍ଦୀପ ଶର୍ମା(୪ କୋଟି)
୪- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ବିରାଟ କୋହଲି(୨୧ କୋଟି), ରଜତ ପାଟିଦାର(୧୧ କୋଟି) ଓ ୟାଶ ଦୟାଲ( ୫ କୋଟି)
୫- ଚେନ୍ନାଇ ସୁପର କିଙ୍ଗସ: ମହେନ୍ଦ୍ର ସିଂହ ଧୋନି(୪ କୋଟି), ରବୀନ୍ଦ୍ର ଜାଡେଜା(୧୮ କୋଟି), ଋତୁରାଜ ଗାଏକ୍ୱାଡ(୧୮ କୋଟି), ମଥିସା ପଥିରାଣା(୧୩ କୋଟି) ଓ ଶିବମ ଦୁବେ (୧୨ କୋଟି)
୬- ଲକ୍ଷ୍ନୌ ସୁପର ଜାଏଣ୍ଟସ: ନିକୋଲ୍ସ ପୂରନ(୨୧ କୋଟି), ରବି ବିଷ୍ଣୋଇ(୧୧ କୋଟି), ମୟଙ୍କ ଯାଦବ(୧୧ କୋଟି) ମୋହଶିନ ଖାନ(୪ କୋଟି) ଓ ଆୟୁଷ ବଦୋନି (୪ କୋଟି)
୭- ଗୁଜରାଟ ଟାଇଟନ୍ସ: ରାଶିଦ ଖାନ(୧୮ କୋଟି), ଶୁବମନ ଗିଲ(୧୬.୫୦ କୋଟି), ସାଇ ସୁଦର୍ଶନ(୮.୫ କୋଟି),ରାହୁଲ ତେୱାତିଆ(୪ କୋଟି) ଓ ଶାହରୁଖ ଖାନ(୪ କୋଟି)
୮- ଦିଲ୍ଲୀ କ୍ୟାପିଟାଲ୍ସ: ଅକ୍ଷର ପଟେଲ(୧୬.୫୦ କୋଟି), କୁଲଦୀପ ଯାଦବ(୧୩.୨୫ କୋଟି), ତ୍ରିସ୍ତାନ ଷ୍ଟବ୍ସ(୧୦ କୋଟି) ଓ ଅଭିଷେକ ପାରୋଲ(୪ କୋଟି)
୯- ପଞ୍ଜାବ କିଙ୍ଗସ: ଶଶାଙ୍କ ସିଂହ(୫.୫ କୋଟି) ଓ ପ୍ରବଶିମରନ ସିଂହ(୪ କୋଟି)
୧୦- ମୁମ୍ବାଇ ଇଣ୍ଡିଆନ୍ସ: ଯଶପ୍ରୀତ ବୁମ୍ରା(୧୮ କୋଟି), ରୋହିତ ଶର୍ମା(୧୬.୩୦ କୋଟି), ସୂର୍ଯ୍ୟ କୁମାର ଯାଦବ(୧୬.୩୫ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା(୧୬.୩୫ କୋଟି) ଓ ତିଲକ ବର୍ମା(୮ କୋଟି)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।