Advertisment

ଏସିଆ କପକୁ ଫେରିବେ ରାହୁଲ ଓ ଶ୍ରେୟସ ଆୟର!

ଆହତ ସମସ୍ୟା ଯୋଗୁ ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଦୀର୍ଘ ମାସ ହେଲା ଭାରତୀୟ ଟିମ ବାହାରେ ରହିଛନ୍ତି।

author-image
Hemant Lenka
KL Rahul

KL Rahul

ୱେଷ୍ଟଇଣ୍ଡିଜ୍‌ ଟୁରରେ ଭାରତୀୟ ଟିମ ଟି-୨୦ ସିରିଜ୍‌କୁ ୨-୩ରେ ହାରି ନିଜର ଅଭିଯାନ ଶେଷ କରିଛି। ଟି-୨୦ ସିରିଜ ହାରିବା ପରେ ଟିମର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଆଗକୁ ଏସିଆ କପ ଥିବା ବେଳେ ଏହା ୫୦ ଓଭର ବିଶିଷ୍ଟ ହେବ। ତେଣୁ ଦଳର କମ୍ବିନେସନ କେମିତି ରହିବ ଓ ଆହତ ସମସ୍ୟା ଦେଇ ଗତି କରୁଥିବା ଷ୍ଟାର ଖେଳାଳିମାନେ କମବ୍ୟାକ କରିବେ କି ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ୱେଷ୍ଟଇଣ୍ଡିଜରେ ଟି-୨୦ ସିରିଜ ହାରିବା ପରେ ଦଳର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ତ୍ରୁଟି ହୋଇଥିବା ସ୍ୱୀକାର କରିଛନ୍ତି। ଏଥିସହ ଦଳରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବାର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି। ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ଅନେକ ଷ୍ଟାର ଖେଳାଳି ମଧ୍ୟ ଏସିଆ କପ ବେଳକୁ ଫେରିବ ବୋଲି ଡ୍ରାଭିଡ ସଙ୍କେତ ଦେଇଛନ୍ତି।

ଆହତ ସମସ୍ୟା ଯୋଗୁ ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଦୀର୍ଘ ମାସ ହେଲା ଭାରତୀୟ ଟିମ ବାହାରେ ରହିଛନ୍ତି। ବୁମ୍ରା ଅବଶ୍ୟ ଏବେ ଫେରିବା ସହ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଇଛନ୍ତି। ଅଗଷ୍ଟ ୧୮ରୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ୨ଟି ଟି-୨୦ ମ୍ୟାଚ ଖେଳି। କିନ୍ତୁ ଆୟର ଓ ରାହୁଲଙ୍କ କମବ୍ୟାକ ହୋଇନି। ସେମାନେ ଏବେ ନେଟ୍ସରେ କମବ୍ୟାକ ପାଇଁ ଅଭ୍ୟାସ କରୁଛନ୍ତି।

Advertisment

ଏସବୁ ଭିତରେ ରାହୁଲ ଡ୍ରାଭିଡ କହିଛନ୍ତି ଯେ ଏସିଆ କପ ପୂର୍ବରୁ ବେଙ୍ଗାଲୁରୁରେ ଗୋଟିଏ କ୍ୟାମ୍ପ ଅନୁଷ୍ଠିତ ହେବ। ଏହି ସମୟରେ ଆହତ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ। କିଛି ଖେଳାଳି ଆହତ ସମସ୍ୟାରୁ ନିଶ୍ଚିତ ଫେରୁଛନ୍ତି। ସେମାନଙ୍କୁ ଖେଳିବା ପାଇଁ ଆମକୁ ସୁଯୋଗ ଦେବାକୁ ପଡ଼ିବ। ଅଗଷ୍ଟ ୨୩ରୁ ଏସିଆ କପ ପାଇଁ ବେଙ୍ଗାଲୁରୁରେ କ୍ୟାମ୍ପ ହେବ। ଆମେ ଏହି ସମୟରେ ସବୁ କିଛିର ନିଷ୍ପତ୍ତି ନେବୁ।”

ତିଲକ ବର୍ମା, ଯଶସ୍ୱୀ ଜୈସୱାଲ, ମୁକେଶ କୁମାର ୱେଷ୍ଟଇଣ୍ଡି ବିପକ୍ଷ ଟି-୨୦ ସିରିଜରେ ଡେବ୍ୟୁ କରିଥିଲେ। ସେମାନଙ୍କ ପ୍ରଦର୍ଶନରେ ମଧ୍ୟ ଡ୍ରାଭିଡ ଖୁସି ଥିବା କହିଛନ୍ତି।

Indian Cricket Team Cricket KL Rahul Shreyas Iyer