Advertisment

ରାହୁଲଙ୍କୁ ୧୧ କୋଟିରେ କିଣିଲା ଦିଲ୍ଲୀ, ରେକର୍ଡ ୧୮ କୋଟିରେ ବିକ୍ରି ହେଲେ ୟୁଜି ଚହଲ

ରାହୁଲଙ୍କୁ ଆଜି ଅକ୍ସନରେ କିଣିବା ପାଇଁ ପ୍ରଥମେ କୋଲକାତା ଓ ଆରିସିବି ଚାହିଁଥିଲେ। ଦୁଇ ଟିମ ୯ କୋଟି ଯାଏ ପରସ୍ପର ସହ ଲଢ଼େଇ କରିଥିଲେ।

author-image
Hemant Lenka
Yuzi

Yuzi

ଲକ୍ଷ୍ନୌ ସୁପର ଜାଏଣ୍ଟସର ପୂର୍ବତନ ଅଧିନାୟକ କେଏଲ ରାହୁଲ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ତାଙ୍କୁ ଦିଲ୍ଲୀ ୧୪ କୋଟି ଟଙ୍କାରେ କିଣିଛି। ରାହୁଲଙ୍କୁ ଆଜି ଅକ୍ସନରେ କିଣିବା ପାଇଁ ପ୍ରଥମେ କୋଲକାତା ଓ ଆରିସିବି ଚାହିଁଥିଲେ। ଦୁଇ ଟିମ ୯ କୋଟି ଯାଏ ପରସ୍ପର ସହ ଲଢ଼େଇ କରିଥିଲେ।

Advertisment

ତେବେ ୧୧ କୋଟି ଟଙ୍କା ସହ ଦିଲ୍ଲୀ ବିଡରେ ପ୍ରବେଶ କରିଥିଲା। କିନ୍ତୁ କେକେଆର ହାର ମାନି ନଥିଲା। ଏହି ପ୍ରାଞ୍ଚାଇଜ ୧୧.୭୫ କୋଟି ଯାଏ ରାହୁଲଙ୍କୁ ନିଜ ସହ ସାମିଲ କରିବାକୁ ଚାହିଁଥିଲା। ଏହାପରେ ଚେନ୍ନାଇ ଆସିଥିଲା।

ଚେନ୍ନାଇ ରାହୁଲଙ୍କ ଦାମ ୧୩ କୋଟି ଯାଏ ବଢ଼ାଇଥିଲା। ହେଲେ ଡିସି ୧୪ କୋଟିର ବିଡ ଡାକିବାରୁ ଚେନ୍ନାଇ ଓହରି ଯାଇଥିଲା। ଲକ୍ଷ୍ନୌ ମଧ୍ୟ ଆରଟିଏମ କାର୍ଡ ବ୍ୟବହାର କରି ନଥିଲା। ଶେଷରେ ରାହୁଲ ଦିଲ୍ଲୀକୁ ୧୪ କୋଟି ଟଙ୍କାରେ ଯାଇଛନ୍ତି।

Advertisment

ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦର ଚହଲ ରେକର୍ଡ ୧୮ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ସେ ଆଇପିଏଲ ଇତିହାସର ପ୍ରଥମ ସ୍ପିନର ଭାବେ ଏତେ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗସ ୧୮ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ୍‌ ପ୍ରାଇସ ୨ କୋଟି ଟଙ୍କା ଥିଲା। ୨୦୨୪ରେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ।

ଆଜି ତାଙ୍କୁ ଅକ୍ସନ ବେଳେ ଚେନ୍ନାଇ, ଗୁଜରାଟ, ଲକ୍ଷ୍ନୌ ଭଳି ଦଳ ନେବାପାଇଁ ଚାହିଁଥିଲେ। ଆରସିବି ମଧ୍ୟ ୧୫ କୋଟି ଯାଏ ଚହଲଙ୍କ ପଛରେ ପଡ଼ିଥିଲା। ହେଲେ ପଞ୍ଜାବ କିଙ୍ଗସ ତାଙ୍କୁ ଛାଡ଼ି ନଥିଲା। ହାଇଦ୍ରାବାଦ ମଧ୍ୟ ଶେଷ ମୁହୂର୍ତ୍ତରେ ଚହଲଙ୍କୁ ନେବା ପାଇଁ ବିଡ ଲଗାଇଥିଲା। ହେଲେ ପଞ୍ଜାବ ରେକର୍ଡ ୧୮ କୋଟିରେ ତାଙ୍କୁ କିଣିଛି।

IPL 2025 KL Rahul IPL IPL Auction