Advertisment

ଅଧିନାୟକ ପଦ ଛାଡ଼ିବେ କେଏଲ ରାହୁଲ! କ୍ୟାମେରା ସାମ୍ନାରେ ବର୍ଷିଥିଲେ ମାଲିକ

ଯଦି ରାହୁଲ ପଦ ଛାଡ଼ନ୍ତି, ତା’ହେଲେ ଉପ ଅଧିନାୟକ ନିକୋଲସ ପୂରନଙ୍କୁ କ୍ୟାପ୍ଟେନ୍ସି ଦାୟିତ୍ୱ ମିଳିବ।

KL Rahul

KL Rahul

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକ ପଦରୁ ଇସ୍ତଫା ଦେଇ ପାରନ୍ତି କେଏଲ ରାହୁଲ। ବୁଧବାର ଲକ୍ଷ୍ନୌ ବେଶ ଲଜ୍ଜାଜନକ ଭାବେ ୪୫ ମିନିଟ ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଯାଇଥିଲା।

Advertisment

ହାଇଦ୍ରାବାଦ ୧୦ ୱିକେଟରେ ୧୦ ଓଭର ପୂର୍ବରୁ ମ୍ୟାଚ୍‌ ଶେଷ କରି ଦେଇଥିଲା। ପରାଜୟ ପରେ ଟିମର ମାଲିକ ସଞ୍ଜୀବ ଗୋଏଙ୍କା କ୍ୟାମେରା ସାମ୍ନାରେ ରାହୁଲଙ୍କ ଉପରେ ପ୍ରବଳ ବର୍ଷିଥିଲେ। ରାହୁଲ କେବଳ ତାଙ୍କ କଥାକୁ ଶୁଣୁଥିବା ବେଳେ ସେ ହାତ ହଲାଇ ରାଗରେ ଅନେକ କିଛି କହୁଥିବା ଭିଡିଓ ସାମ୍ନାକୁ ଆସିଥିଲା।

ଏହି ଭିଡିଓକୁ ଅନେକ ସମାଲୋଚନା କରୁଥିବା ବେଳେ କ୍ରିକେଟରେ ହାର ଜିତ ଲାଗି ରହିଥାଏ ବୋଲି କହୁଛନ୍ତି। କିନ୍ତୁ ଏସବୁ ଭିତରେ ଲକ୍ଷ୍ନୌ ଟିମରେ ରାହୁଲଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚଳିତ ଆଇପିଏଲରେ ଲକ୍ଷ୍ନୌ ଆଉ ୨ଟି ମ୍ୟାଚ୍‌ ଖେଳିବ। କିନ୍ତୁ ଦଳର ଅଧିନାୟକ ରାହୁଲ ରହିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି।

Advertisment

ସେହିପରି ୨୦୨୫ ମେଗା ଅକ୍ସନ ପୂର୍ବରୁ ମଧ୍ୟ ଲକ୍ଷ୍ନୌ ରାହୁଲଙ୍କୁ ରିଲିଜ କରିଦେଇ ପାରେ। ୨୦୨୨ରେ ଦଳ ତାଙ୍କୁ ରେକର୍ଡ ୧୭ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା। ଏବେ ଖବର ମିଳିଛି ଯେ ରାହୁଲ ନିଜ ଆଡ଼ୁ ଅଧିନାୟକ ପଦ ଛାଡ଼ିବେ ଓ କେବଳ ନିଜ ବ୍ୟାଟିଂ ଉପରେ ଫୋକସ କରିବେ। ଚଳିତ ଆଇପିଏଲର ବାକି ୨ଟି ମ୍ୟାଚରେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିପାରେ।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌କୁ ଆଉ ୫ ଦିନ ରହିଛି। ବର୍ତ୍ତମାନ ସୁଦ୍ଧା ରାହୁଲଙ୍କ ଭବିଷ୍ୟତ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି। କିନ୍ତୁ ରାହୁଲ ଯଦି ବାକି ୨ଟି ମ୍ୟାଚ୍‌ରେ କେବଳ ବ୍ୟାଟିଂ ଉପରେ ଫୋକସ କରିବା ପାଇଁ କୌଣସି ନିଷ୍ପତ୍ତି ନିଅନ୍ତି, ତା’ହେଲେ ମ୍ୟାନେଜମେଣ୍ଟ କୌଣସି ପ୍ରକାରର ଆପତ୍ତି କରିବ ନାହିଁ ବୋଲି ଏହି ସୂତ୍ରରେ କୁହାଯାଇଛି।

ଲକ୍ଷ୍ନୌ ଯଦି ତା’ର ବାକି ଦୁଇଟି ଯାକ ମ୍ୟାଚ ଜିତୁଛି, ତା’ହେଲେ ଦଳ ୧୬ ପଏଣ୍ଟ ସହ ପ୍ଲେଅଫକୁ ଯାଇ ପାରିବ। କିନ୍ତୁ ଦଳ ଦିଲ୍ଲୀ ଓ ମୁମ୍ବାଇ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ତେଣୁ ବିଜୟ ସହଜ ହେବନି।

ସେହିପରି ଯଦି ରାହୁଲ ପଦ ଛାଡ଼ନ୍ତି, ତା’ହେଲେ ଉପ ଅଧିନାୟକ ନିକୋଲସ ପୂରନଙ୍କୁ କ୍ୟାପ୍ଟେନ୍ସି ଦାୟିତ୍ୱ ମିଳିବ।

IPL KL Rahul IPL 2024 LSG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe