Advertisment

ରାହୁଲଙ୍କ କ୍ୟାରିୟର ଶେଷ! ସଚିନଙ୍କ ଶୈଳୀରେ ଛାଡ଼ିଲେ ପଡ଼ିଆ

ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ନିଜ ହୋମ ଗ୍ରାଉଣ୍ଡକୁ ଛୁଇଁ ପ୍ରଣାମ କରି ଷ୍ଟାଡିୟମ ଛାଡ଼ିଥିଲେ ରାହୁଲ।

ଅଦ୍ୟତନ ହୋଇଛି
KL Rahul

KL Rahul

Advertisment

ଟେଷ୍ଟ କ୍ରିକେଟରୁ ଅବସର ନେଇଯିବେ କି କେଏଲ ରାହୁଲ? ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ରାହୁଲଙ୍କ ଭାଇରାଲ ହେଉଥିବା ଏକ ଫଟୋ ନେଇ ଏବେ ଖୁବ ଚର୍ଚ୍ଚା। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ନିଜ ହୋମ ଗ୍ରାଉଣ୍ଡକୁ ଛୁଇଁ ପ୍ରଣାମ କରି ଷ୍ଟାଡିୟମ ଛାଡ଼ିଥିଲେ ରାହୁଲ। ଯାହାକୁ ନେଇ ସୋଶାଲ ମିଡିଆରେ ଏବେ ତାଙ୍କ ଅବସର ନେଇ ଖୁବ ଚର୍ଚ୍ଚା।

Advertisment

ସୋଶାଲ ମିଡିଆରେ ହେଉଛନ୍ତି ଟ୍ରୋଲ
ଭାରତୀୟ ଦଳର ଷ୍ଟାର କ୍ରିକେଟର ରାହୁଲ ଏବେ ଦୀର୍ଘ ଦିନ ଧରି ପୁରୁଣା ଲୟ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଯେତେବେଳେ ଦଳ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ତାଙ୍କର ପ୍ରଦର୍ଶନ ଦଳ ପାଇଁ ଜରୁରୀ ଥିଲା। ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ। ଫଳରେ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ରାହୁଲ। ସାମାଜିକ ଗଣମାଧ୍ୟମରେ ତାଙ୍କୁ ପ୍ରବଳ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି।

ସନ୍ନ୍ୟାସ ନେଇଗଲେ ରାହୁଲ!
ଏହାରି ଭିତରେ ରାହୁଲଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପଞ୍ଚମ ଦିନ ଯେତେବେଳେ ଭ୍ରମଣକାରୀ ଦଳ ଟିମ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କଲା, ଏହାପରେ ରାହୁଲ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚକୁ ପ୍ରଣାମ କରି ମୈଦାନ ଛାଡ଼ିଥିଲେ। ଯେତେବେଳେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ, ସେ ମଧ୍ୟ ସମାନ ଢଙ୍ଗରେ ପିଚକୁ ପ୍ରଣାମ କରି ପଡ଼ିଆ ଛାଡ଼ିଥିଲେ। ତେଣୁ ରାହୁଲ ଏପରି କରୁଥିବାର ଦେଖି ସେ ସନ୍ନ୍ୟାସ ନେଉଥିବା ଗୁଜବ ସୃଷ୍ଟି ହୋଇଛି।

Advertisment
KL Rahul IND Vs NZ 1st Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe