Advertisment

ଆଉ ଦକ୍ଷିଣ ଆଫ୍ରିକା ପାଇଁ ଖେଳିବେନି ବିସ୍ଫୋରକ ବ୍ୟାଟର କ୍ଲାସେନ

ଚାମ୍ପିୟନ୍ସ ଟ୍ରଫି ପରେ ସେ ଭାରତ ଆସିବା ସହ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲରେ ଖେଳିଥିଲେ। ମେଗା ଅକ୍ସନ ପୂର୍ବରୁ କ୍ଲାସେନଙ୍କୁ ରେକର୍ଡ ୨୩ କୋଟି ଟଙ୍କା ବଳରେ ହାଇଦ୍ରାବାଦ ରି-ଟେନ କରିଥିଲା।

author-image
Hemant Lenka
heinrich klaasen

heinrich klaasen

ନିକଟରେ ଆଇପିଏଲ ଖେଳି ବିସ୍ଫୋରକ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନ ବଡ଼ ଘୋଷଣା କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଚକିତ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଛନ୍ତି। ଏହାର ଅର୍ଥ କ୍ଲାସେନ ଆଉ ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟର କୌଣସି ବି ଫର୍ମାଟରେ ନଜର ଆସିବେ ନାହିଁ। ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଏପରି ଅବସର ଜରୁରୀ ଥିଲା ବୋଲି କ୍ଲାସେନ କହିଛନ୍ତି।

Advertisment

ପୂର୍ବରୁ କ୍ଲାସେନ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ନିଜ ଦେଶ ପାଇଁ ସେ କେବଳ ୪ଟି ଟେଷ୍ଟ ଖେଳିଛନ୍ତି। ଧଳା ବଲ କ୍ରିକେଟରେ ଫୋକସ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକାର ଉଭୟ ଦିନିକିଆ ଓ ଟି-୨୦ ଟିମରେ କ୍ଲାସେନ ଜଣେ ସକ୍ରିୟ ସଦସ୍ୟ।

ଶେଷଥର ପାଇଁ ତାଙ୍କୁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲରେ କ୍ଲାସେନ ଭାରତ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ ହେଁ ଦେଶକୁ ଟ୍ରଫି ଦେଇ ପାରି ନଥିଲେ।

Advertisment

ଚାମ୍ପିୟନ୍ସ ଟ୍ରଫି ପରେ ସେ ଭାରତ ଆସିବା ସହ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲରେ ଖେଳିଥିଲେ। ମେଗା ଅକ୍ସନ ପୂର୍ବରୁ କ୍ଲାସେନଙ୍କୁ ରେକର୍ଡ ୨୩ କୋଟି ଟଙ୍କା ବଳରେ ହାଇଦ୍ରାବାଦ ରି-ଟେନ କରିଥିଲା। ସେ ରି-ଟେନ ହୋଇଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଦାମୀ ହେବାର ରେକର୍ଡ କରିଥିଲେ।

କ୍ଲାସେନ କହିଛନ୍ତି, “ଆଜି ମୋ ପାଇଁ ଗୋଟିଏ ଦୁଃଖର ଦିନ। କାରଣ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୋ ପାଇଁ ଓ ମୋ ପରିବାରର ଭବିଷ୍ୟତ ପାଇଁ କେଉଁଟା ଭଲ, ତା’କୁ ବିଚାରକୁ ନେଇ ମୁଁ ଏପରି ନିଷ୍ପତ୍ତି ନେଇଛି। ଏହା ନିଶ୍ଚିତ ଭାବେ ଗୋଟିଏ କଷ୍ଟକର ନିଷ୍ପତ୍ତି ଥିଲା। କିନ୍ତୁ ମୋତେ ଭବିଷ୍ୟତ କଥା ମଧ୍ୟ ସମାନ ସମୟରେ ବିଚାର କରିବାକୁ ପଡ଼ିଥିଲା।” କ୍ଲାସେନ ନିଜର ପୁରୁଣା ସ୍ମୃତି ସମ୍ପର୍କରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୦୧୮ ମସିହାରେ କ୍ଲାସେନ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ପାଇଁ ୬୦ଟି ଦିନିକିଆ ଓ ୫୮ଟି ଟି-୨୦ ଖେଳିଛନ୍ତି। ଦିନିକିଆରେ ୨୧୪୧ ରନ ଓ ଟି-୨୦ରେ ତାଙ୍କ ବ୍ୟାଟରୁ ୧ ହଜାର ରନ ବାହାରିଥିଲା। ୫୦ ଓଭର ଫର୍ମାଟରେ କ୍ଲାସେନ ୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ମାରିଥିବା ବେଳେ ଟି-୨୦ରେ ୫ଟି ଅର୍ଦ୍ଧଶତକ ତାଙ୍କ ନାଁରେ ରହିଛି।

South Africa SRH Heinrich Klaasen