Advertisment

ଆଇପିଏଲରେ ପ୍ଲେଅଫ୍: ସେମିଫାଇନାଲ୍ ଠାରୁ କେତେ ଅଲଗା, କେଉଁଠୁ ଆସିଲା ଏହି ଫର୍ମାଟ୍?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଆଇପିଏଲର ୧୩ଟି ସଂସ୍କରଣ ଇତି ମଧ୍ୟରେ ଶେଷ ହୋଇଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଟି-୨୦ ଲିଗ୍ ତା’ର ଅଲଗା ଫର୍ମାଟ୍ ଓ ଅନେକ ନୂଆ ନିୟମ କାରଣରୁ ଚର୍ଚ୍ଚା ସାଉଁଣ୍ଟିଛି। ଷ୍ଟ୍ରାଟେଜିକ ଟାଇମ୍ ଆଉଟ୍, ଅରେଞ୍ଜ କ୍ୟାପ୍ ଓ ପର୍ପଲ୍ କ୍ୟାପ୍, ଥାର୍ଡ ଅମ୍ପାୟାରଙ୍କ ଦ୍ୱାରା ଦିଆଯାଉଥିବା ନୋ’ ବଲ ସମେତ ଅନେକ ପରିବର୍ତ୍ତନ ଏହି ଲିଗର ରୋମାଞ୍ଚକୁ ବଢ଼ାଇ […]

ଅଦ୍ୟତନ ହୋଇଛି
ଆଇପିଏଲରେ ପ୍ଲେଅଫ୍: ସେମିଫାଇନାଲ୍ ଠାରୁ କେତେ ଅଲଗା, କେଉଁଠୁ ଆସିଲା ଏହି ଫର୍ମାଟ୍?

ipl-2021

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଆଇପିଏଲର ୧୩ଟି ସଂସ୍କରଣ ଇତି ମଧ୍ୟରେ ଶେଷ ହୋଇଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଟି-୨୦ ଲିଗ୍ ତା'ର ଅଲଗା ଫର୍ମାଟ୍ ଓ ଅନେକ ନୂଆ ନିୟମ କାରଣରୁ ଚର୍ଚ୍ଚା ସାଉଁଣ୍ଟିଛି। ଷ୍ଟ୍ରାଟେଜିକ ଟାଇମ୍ ଆଉଟ୍, ଅରେଞ୍ଜ କ୍ୟାପ୍ ଓ ପର୍ପଲ୍ କ୍ୟାପ୍, ଥାର୍ଡ ଅମ୍ପାୟାରଙ୍କ ଦ୍ୱାରା ଦିଆଯାଉଥିବା ନୋ' ବଲ ସମେତ ଅନେକ ପରିବର୍ତ୍ତନ ଏହି ଲିଗର ରୋମାଞ୍ଚକୁ ବଢ଼ାଇ ଦେଇଛି। ଏହି କ୍ରମରେ ଆଉଏକ ବଡ଼ ପରିବର୍ତ୍ତନ ଟୁର୍ଣ୍ଣାମେଣ୍ଟର ଫର୍ମାଟରେ ୨୦୧୧ ସଂସ୍କରଣରେ କରାଯାଇଥିଲା। ସେହି ପରିବର୍ତ୍ତନ ହେଉଛି ସେମିଫାଇନାଲ୍ ସ୍ଥାନରେ ପ୍ଲେଅଫ୍ କରାଇବା ନିଷ୍ପତ୍ତି। ଏହି ନିଷ୍ପତ୍ତି ମଧ୍ୟ ସଠିକ୍ ସାବ୍ୟସ୍ତ ହୋଇଛି ଏବଂ ଏହା ଦ୍ୱାରା ଲିଗର ରୋମାଞ୍ଚ ମଧ୍ୟ ବଢ଼ିଛି।

Advertisment

କ'ଣ ଏହି ପ୍ଲେଅଫ୍?

ଗ୍ରୁପ୍ ଷ୍ଟେଜର ମୁକାବିଲା ପରେ ଶୀର୍ଷ ୪ ଟିମ୍ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ପ୍ଲେଅଫରେ ପହଞ୍ଚିବେ। ଫାଇନାଲ୍ ମୁକାବିଲା ପୂର୍ବରୁ ପ୍ଲେଅଫ୍ ଖେଳାଯାଇଥାଏ, ଯେଉଁଥିରେ ତିନୋଟି ଷ୍ଟେଜରେ ମ୍ୟାଚ୍ ଆୟୋଜନ କରାଯାଇଥାଏ। ଏହି ତିନୋଟି ଷ୍ଟେଜ୍ ହେଲା କ୍ୱାଲିଫାୟର୍-୧, ଏଲିମିନେଟର୍ ଓ କ୍ୱାଲିଫାୟର୍-୨।

କ୍ୱାଲିଫାୟର୍-୧: ପଏଣ୍ଟ ତାଲିକାର ଶୀର୍ଷ ଦୁଇଟି ସ୍ଥାନ ମଧ୍ୟରେ ଏହି ମୁକାବିଲା ଖେଳାଯାଇଥାଏ। ଏଥିରେ ବିଜୟୀ ହୋଇଥିବା ଟିମ୍ ସିଧା ଫାଇନାଲକୁ କ୍ୱାଲିଫାଏ କରେ।

Advertisment

ଏଲିମିନେଟର: ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଏ। ଏହି ମ୍ୟାଚର ବିଜେତା କ୍ୱାଲିଫାୟର୍-୨ରେ ପହଞ୍ଚିଥାଏ।

କ୍ୱାଲିଫାୟର୍-୨: କ୍ୱାଲିଫାୟର୍-୧ରେ ପରାସ୍ତ ହୋଇଥିବା ଏବଂ ଏଲିମିନେଟରେ ଜିତିଥିବା ଟିମ୍ ମଧ୍ୟ ମ୍ୟାଚ୍ ଆୟୋଜିତ ହୋଇଥାଏ। ଏହାର ବିଜେତା ଟିମ୍ ଫାଇନାଲକୁ କ୍ୱାଲିଫାଏ କରିଥାଏ।

ସେମିଫାଇନାଲରୁ କେତେ ଅଲଗା ପ୍ଲେଅଫ୍?
ସେମିଫାଇନାଲ୍ ଫର୍ମାଟରେ ଫାଇନାଲ୍ ପୂର୍ବରୁ କେବଳ ଦୁଇଟି ମ୍ୟାଚ୍ ଖେଳାଯାଉଥିଲା। ଏଥିରେ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନର ଟିମ୍ ଚତୁର୍ଥ ଏବଂ ଦ୍ୱିତୀୟ ସ୍ଥାନର ଟିମ୍ ତୃତୀୟ ସ୍ଥାନର ଟିମକୁ ଭେଟିଥାନ୍ତି। ଦୁଇ ମ୍ୟାଚର ବିଜେତା ଫାଇନାଲ୍ ଖେଳିବାକୁ କ୍ୱାଲିଫାଏ କରିଥାନ୍ତି।

କାହିଁକି ଆରମ୍ଭ ହେଲା ପ୍ଲେଅଫ୍?
ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଦୁଇ ଟିମକୁ ପ୍ଲେଅଫରେ ବହୁତ ଫାଇଦା ହୋଇଥାଏ। ଏହି ଦୁଇ ଟିମ୍ କ୍ୱାଲିଫାୟର୍-୧ ଖେଳନ୍ତି। ଏଥିରେ ବିଜୟୀ ହୋଇଥିବା ଟିମ୍ ଫାଇନାଲରେ ପହଞ୍ଚନ୍ତି। ଅନ୍ୟପକ୍ଷରେ ହାରିଥିବା ଟିମକୁ ମଧ୍ୟ ଫାଇନାଲ୍ ଖୋ,ିବା ପାଇଁ ଆଉ ଏକ ସୁଯୋଗ ମିଳିଥାଏ।

କେଉଁଠୁ ଆସିଲା ପ୍ଲେଅଫ୍ ଫର୍ମାଟ୍?
କୌଣସି ଟୁର୍ଣ୍ଣାମେଣ୍ଟରେ ପ୍ଲେଅଫ୍ ଫର୍ମାଟର ଶୁଭାରମ୍ଭ ଫୁଟବଲରୁ ସର୍ବପ୍ରଥମେ ଆରମ୍ଭ ହୋଇଥିଲା। ଏହାକୁ ଇଂଲଣ୍ଡ ଓ ୟୁରୋପିଆନ୍ ଦେଶରେ ଲାଗୁ କରାଯାଇଥିଲା। ପରେ ଚର୍ଚ୍ଚିତ ହେବା ସହ ଏହାର ଖୁବ୍ ପ୍ରଚଳନ ହୋଇଥିଲା।

ଆଇପିଏଲରେ କେବେ ଆରମ୍ଭ ହୋଇଥିଲା ପ୍ଲେଅଫ୍ ସମୀକରଣ?
୨୦୧୧ରେ ଆଇପିଏଲର ଚତୁର୍ଥ ସଂସ୍କରଣରେ ପ୍ଲେଅଫ୍ ଫର୍ମାଟକୁ ଏଣ୍ଟ୍ରୀ ମିଳିଥିଲା। ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ଦୁଇଟି ସ୍ଥାନ କବଜା କରିଥିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍ କିଙ୍ଗସ୍। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ଚେନ୍ନାଇ ପ୍ରଥମ କ୍ୱାଲିଫାୟରରେ ବାଙ୍ଗାଲୋରକୁ ହରାଇଥିବା ବେଳେ ଏଲିମିନେଟରରେ ମୁମ୍ବାଇ କୋଲକାତାକୁ ପରାସ୍ତ କରିଥିଲା। ଏହା ପରେ ଦ୍ୱିତୀୟ କ୍ୱାଲିଫାୟରରେ ବାଙ୍ଗାଲୋର ମୁମ୍ବାଇକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲା। ଟାଇଟଲ୍ ମୁକାବିଲାରେ ଆରସିବିକୁ ହରାଇ ଚେନ୍ନାଇ ଟ୍ରଫି ହାତେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe